ETV Bharat / state

ସ୍ତ୍ରୀକୁ ଜାଳି ମାରିବାକୁ ଉଦ୍ୟମ, ବର୍ଷେ ପରେ ବନ୍ଧା ହେଲା ନୃଶଂସ ସ୍ବାମୀ - attempt to murder

Husband arrested for attempt to murder: ସ୍ତ୍ରୀକୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରିବା ଘଟଣା । ଦୀର୍ଘ ୧୫ ମାସ ପରେ ଅଭିଯୁକ୍ତ କୁଳମଣି ସାହୁକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

attempt to murder case
ହତ୍ଯା ଉଦ୍ୟମ କରି ସ୍ବାମୀ ଗିରଫ
author img

By ETV Bharat Odisha Team

Published : Dec 13, 2023, 9:18 PM IST

ହତ୍ଯା ଉଦ୍ୟମ କରି ସ୍ବାମୀ ଗିରଫ

ଭୁବନେଶ୍ବର: ସ୍ତ୍ରୀକୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରି ଗିରଫ ହେଲା ସ୍ବାମୀ । ନିଶା ପାଇଁ ଏଭଳି ନାରକୀୟ କାଣ୍ଡ ଘଟିଥିବା ଜଣାପଡିଛି । ଦୀର୍ଘ ୧୫ ମାସ ଧରି ପୋଲିସ ସହ ଲୁଚକାଳି ପରେ ଏବେ ଅଭିଯୁକ୍ତ କୁଳମଣି ସାହୁକୁ ଗିରଫ କରିଛି ପୋଲିସ । ନିଶା ପାଇଁ ସଇତାନ ସାଜି ନିଜ ସ୍ତ୍ରୀକୁ ଗ୍ୟାସରେ ନିଆଁ ଲଗାଇ ରୋଷେଇ ଘରେ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ ସ୍ବାମୀ । ପୋଲିସର କହିବା ଅନୁସାରେ, "ଡ୍ରାଇଭର ଭାବେ କାମ କରୁଥିବା କୁଳମଣି ସାହୁ ଯେଉଁ ମାଲିକ ଘରେ କାମ କରୁଥିଲେ ସେହିଠାରେ ସହାୟିକା ଭାବେ ଥିବା ମହିଳା ପ୍ରଭାତୀଙ୍କ ପ୍ରେମରେ ପଡ଼ିଥିଲେ । ପରେ ଉଭୟଙ୍କ ବିବାହ ମଧ୍ୟ କରିଥିଲେ । ସେମାନଙ୍କର ୩ ବର୍ଷର ଶିଶୁକନ୍ୟା ମଧ୍ୟ ରହିଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ହେଲେ ନିତିଦିନ ନିଶା ସେବନ କରି ସ୍ତ୍ରୀକୁ ନିର୍ଯାତନା ଦେଇ ଆସୁଥିଲା ଅଭିଯୁକ୍ତ ସ୍ବାମୀ । ଏହାକୁ ବିରୋଧ କରିବାରୁ ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ଏଭଳି ସୁପରିକଳ୍ପିତ ଷଡଯନ୍ତ୍ର ରଚିଥିଲା ସ୍ବାମୀ । ଭରତପୁର ଥାନା ଅଞ୍ଚଳରେ ରହୁଥିବା ଭଡ଼ା ଘରେ ଏହି ପ୍ଲାନ୍ ପ୍ରସ୍ତୁତ କରିଥିଲା ଅଭିଯୁକ୍ତ। ଏନେଇ ଗତ ବର୍ଷ ସେପ୍ଟେମ୍ବର ୨୨ ତାରିଖରେ ସ୍ବାମୀ ଘରେ ଭଲ ବ୍ୟବହାର ଦେଖାଇବା ସହ ନିଶା ନ ଖାଇବାର ନାଟକ ରଚିଥିଲା। ଆଉ ବିଳମ୍ବିତ ରାତିରେ ସ୍ତ୍ରୀକୁ ରୋଷେଇ ଘରକୁ ଡାକିଥିଲା। ରୋଷେଇ ଘରେ ରଖାଯାଇଥିବା ଗ୍ଯାସର ପାଇପ ଖୋଲି ଦେଇ ହଠାତ୍ ନିଆଁ ଲଗାଇଦେବା ପରେ ପୀଡିତାଙ୍କୁ ବାହାର ପଟୁ କବାଟ ବନ୍ଦ କରି ସେଠାରୁ ଦୌଡି ପଳାଇଥିଲା ସ୍ବାମୀ" ।

ଏହା ବି ପଢନ୍ତୁ...କଳହ ନେଲା ଉଗ୍ରରୂପ, ସ୍ତ୍ରୀ ଓ 2 ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରି ଜୀବନ ହାରିଲେ ସ୍ବାମୀ

ଚିତ୍କାର ଶୁଣି ଶେଷରେ ପଡୋଶୀମାନେ ଧାଇଁ ଆସିଥିଲେ। ପୀଡିତାଙ୍କ ଶରୀରର ୭୦-୮୦ ପ୍ରତିଶତ ଭାଗ ପୋଡ଼ିଯାଇଥିବାବେଳେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଚିକିତ୍ସିତ ହେବା ସହ ପ୍ଲାଷ୍ଟିକ ସର୍ଜରୀ ମଧ୍ୟ ହୋଇଥିଲା । ପୀଡ଼ିତା ଜଣକ ଦୀର୍ଘ ଦେଢ ମାସ ପର୍ଯ୍ୟନ୍ତ ଚିକିତ୍ସତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ଏହି ଘଟଣା ପରେ ସେବେଠୁ ଫେରାର ଥିଲା ଅଭିଯୁକ୍ତ । ସେ ରାଜ୍ୟ ବାହାରେ‌ ଲୁଚି ରହିଥିବାବେଳେ ପୋଲିସ ଅଭିଯୁକ୍ତର ସନ୍ଧାନରେ ରହିଥିଲା । ପୁରୁଣା କେସର ଦାଗୀଙ୍କୁ ଖୋଜିବା ପାଇଁ ଡ୍ରାଇଭ୍ ବେଳେ ଅଭିଯୁକ୍ତ ଜଣକ ଓଡ଼ିଶାରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ଆଉ ଘଟଣାର ବର୍ଷକ ପରେ ଅଭିଯୁକ୍ତ କୁଳମଣିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘରୋଇ ହିଂସା ସହ ନିର୍ଯାତନା ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଅଭିଯୁକ୍ତ କୁଳମଣି ନୟାଗଡ ଅଞ୍ଚଳର ହୋଇଥିବାବେଳେ ସେ ଭରତପୁରରେ ରହି ଆସୁଥିବା ପୋଲିସ ଜାଣିବାକୁ ପାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.