ETV Bharat / state

ବେଆଇନ ବାଣ ବିକ୍ରି ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ, ଜଟଣୀରୁ ୨ ଗିରଫ

ଜନଗହଳି ସ୍ଥାନରେ ଲୋକଙ୍କ ଉପସ୍ଥିତିରେ ବାଣ ବିକ୍ରି ମନା । ଜଟଣୀ କୁଶୁମାଟିରେ‌ ବେଆଇନ ବାଣ ବିକ୍ରି କରୁଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

huge quantity of cracker seized
ବେଆଇନ ବାଣ ବିକ୍ରି କରି ୨ ଗିରଫ
author img

By ETV Bharat Odisha Team

Published : Oct 31, 2023, 6:46 AM IST

ବେଆଇନ ବାଣ ବିକ୍ରି କରି ୨ ଗିରଫ

ଭୁବନେଶ୍ବର: ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଦିନରେ ବ୍ୟଗ୍ରତାର ସହ ବାଣ ଫୁଟାଇବାକୁ ସମସ୍ତେ ଅନାଇ ବସି ଥାଆନ୍ତି । ହେଲେ କେତେକ ବାଣ ମାରାତ୍ମକ ହୋଇଥିବାରୁ ବାଣ ବିକ୍ରି ପାଇଁ ସ୍ବତନ୍ତ୍ର ନିୟମ ରହିଛି‌ । ଏହାକୁ ଦୃଷ୍ଟିରେ‌‌ ରଖି ବାଣର ସହର ଜଟଣୀରେ ହୋଇଛି ପୋଲିସ‌ ଚଢ଼ାଉ । କୁଶୁମାଟିରେ‌ ବେଆଇନ ବାଣ ବିକ୍ରି କରୁଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଛବିନ୍ଦ୍ର କୁମାର ସୁବୁଦ୍ଧି ଓ ପବିତ୍ର କୁମାର ସୁବୁଦ୍ଧି । ଅଭିଯୁକ୍ତଙ୍କ ନିକଟରୁ ବିପୁଳ ପରିମାଣର ବାଣ ଜବତ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଏହାସହ ବେଆଇନ ବାଣ ବିକ୍ରି ନକରିବାକୁ ଜୋନ୍‌ ୩ ଏସିପି କଡ଼ା ଚେତାବନୀ ଦେଇଛନ୍ତି ।

ଏହା ବି ପଢନ୍ତୁ...ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ମୂଲ୍ୟର ବାଣ ଓ ବିସ୍ପୋରକ ଜବତ
ଜଟଣୀରେ ବାଣ ତିଆରି ହେବା ସହ ଅଧିକ ପରିମାଣରେ ବିକ୍ରି ହୋଇଥାଏ । ହେଲେ କିଛି ଲୋକ ବେଆଇନ ଭାବେ ଷ୍ଟକ୍ ରଖି ବିକ୍ରି କରିଥାନ୍ତି । ଏନେଇ ସ୍ବତନ୍ତ୍ର ଅନୁମତି ନେବା ପରେ ବିକ୍ରି କରାଯାଏ ବା ତିଆରି କରାଯାଏ । ଯେହେତୁ ଦୀପାବଳି ସମୟ ରହିଛି ତେଣୁ ଏହି ସମୟରେ ଟେମ୍ପରାରୀ ବାଣ ବିକ୍ରି ଲାଇସେନ୍ସ ମିଳିଥାଏ । ଯାହାକୁ ଏକ ସ୍ବତନ୍ତ୍ର ଜାଗାରେ ନିର୍ଦ୍ଦିଷ୍ଟ ଗାଇଡ୍‌ ଲାଇନରେ ବିକ୍ରି କରାଯାଏ । କୌଣସି ଅପ୍ରୀତିକର ପରିସ୍ଥିତି ଆସିଲେ ଅଘଟଣକୁ ଏଡ଼ାଇବା ପାଇଁ ଏଭଳି ପୂର୍ବ ପ୍ରସ୍ତୁତି କରାଯାଇଥାଏ । ଏଥିପାଇଁ କମିଶନରେଟ୍ ପୋଲିସର ଲାଇସେନ୍ସ ସେଲ୍‌ରେ ଲାଇସେନ୍ସ ନେଇ ବିକିବା କଥା । ସେପରି ନକରି ବିନା ଲାଇସେନ୍ସରେ ଯେପରି ବିକ୍ରି କରୁଥିଲେ ତାହା ଅତ୍ୟନ୍ତ ବିପଦପୂର୍ଣ୍ଣ ।

ଏହା ବି ପଢନ୍ତୁ...ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ନକଲି ଚୋରା ମଦ ଜବତ, ଅଭିଯୁକ୍ତ ଗିରଫ

ଏନେଇ ଜୋନ୍‌ ୩ ଏସିପି ପ୍ରଦୀପ ରାଉତ ପ୍ରେସମିଟ୍ କରି କହିଛନ୍ତି, "ଜଟଣୀରୁ 20 ପ୍ରକାରର ବାଣ ଜବତ କରାଯାଇଛି । ଯେଉଁଥିରେ 60ଟି ସଟ୍, ବମ, ଟ୍ବିଙ୍କଲ ଷ୍ଟାର, 15ପ୍ରକାର ଲାଇଟ୍ ବାଣ, ସିଙ୍ଗଲ ସଟ୍, ଜାମିନ, କିଟକାଟ, ୭ କଲର ସଟ୍, ସ୍କାଏ ସଟ୍ ଭଳି ଅନେକ ବାଣ ବେଆଇନ ଭାବେ ଗଚ୍ଛିତ ରହିଥିଲା । ଏହି ଖବର ପାଇ ଜଟଣୀ ପୋଲିସ ଚଢାଉ କରି ବେଆଇନ ଭାବେ ଗଚ୍ଛିତ ବାଣ ଜବତ କରିଛି ।" ଆଗକୁ ଯେପରି ଅନ୍ୟ ବାଣ ଦୋକାନୀ ବେଆଇନ ବିକ୍ରି ନକରିବେ ସେଥିପାଇଁ ଚେତାବନୀ ଦେଇଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.