ETV Bharat / state

ଲକ୍ଷାଧିକ ଟଙ୍କାର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ, ଜଣେ ଗିରଫ

author img

By

Published : Nov 12, 2020, 1:50 PM IST

ବାଣ ତିଆରି କରୁଥିବା ଖବର ପାଇ ବାଘମାରି ଥାନା ଅଞ୍ଚଳରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ ସହ ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

huge quantity of illegal crackers seized by police in khurdha baghamari
ଲକ୍ଷାଧିକ ଟଙ୍କାର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ : ଜଣେ ଗିରଫ

ଖୋର୍ଦ୍ଧା: ଏବେ ବି ସାରାଦେଶ ଓ ରାଜ୍ୟରେ ଜାରି ରହିଛି ମହାମାରୀ କୋରୋନାର ପ୍ରକୋପ । ଏହାକୁ ଦୃଷ୍ଟିରେ ରଖି ପବିତ୍ର ଦୀପାଦଳି ପର୍ବରେ ବାଣ ନ ଫୁଟାଇ ନିରାଡ଼ମ୍ବରରେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏପରିକି ବାଣତିଆରି ଓ ବିକ୍ରିକୁ ମଧ୍ୟ ନିଷେଧ କରାଯାଇଛି । ଏହା ପରେ ମଧ୍ୟ ଗତକାଲି(ବିଧବାର) ବିଳମ୍ବିତ ରାତିରେ ବାଘମାରି ଥାନା ଅନ୍ତର୍ଗତ ପଙ୍ଗାରସିଂହ ଗ୍ରାମର କାଲୁ ଖାଁ ବାଣ ତିଆରି କରୁଥିବା ଖବର ପାଇ ବାଘମାରି ଥାନା ପୋଲିସ ଚଢ଼ାଉ କରିଥିଲା । ଫଳରେ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବାଣ ଓ ବାଣ ତିଆରି ସାମଗ୍ରୀ ଜବତ କରି କାଳୁ ଖାଁକୁ ଗିରଫ କରିଛି ପୋଲିସ ।

ସେହିଭଳି ଲେଖନପୁର ଗ୍ରାମର ବ୍ରହ୍ମେଶ୍ବର ମନ୍ଦିର ନିକଟରେ ଲକ୍ଷାଧିକ ଟଙ୍କାର ବାଣ ନେଇ ବ୍ୟବସାୟ ପାଇଁ ଯାଉଥିବା ଏକ ଅଟୋ ଉପରେ ଚଢ଼ାଉ କରି ଅଟୋକୁ ଜବତ କରିଛି ପୋଲିସ । କିନ୍ତୁ ଉକ୍ତ ଗ୍ରାମର ବାଣ ବ୍ୟବସାୟୀ ପ୍ରମୋଦ ଦାସ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି । ତେବେ ଏନେଇ ବାଘମାରି ପୋଲିସ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରିଥିବା ବାଘମାରି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.