ETV Bharat / state

Hockey World Cup 2023: ଖରା ମାନିଲେନି ହକି ପ୍ରେମୀ, କଳିଙ୍ଗ ଷ୍ଟାଡିୟମରେ ଖଚାଖଚ ଭିଡ

ଶୁକ୍ରବାର ରାଜ୍ୟରେ ଆରମ୍ଭ ହୋଇଛି ହକି ବିଶ୍ବକପ । ପ୍ରଥମ ଦିନରେ କଳିଙ୍ଗ ଷ୍ଟାଡିୟମରେ ଖରାକୁ ଖାତିର ନକରି ପହଞ୍ଚିଥିଲେ ବହୁ ସଂଖ୍ୟାରେ ପ୍ରଶଂସକ । ସେପଟେ ଭିଡ଼ ନିୟନ୍ତ୍ରଣ ସହ ଶାନ୍ତି ଶୃଙ୍ଖଳା ବଜାୟ ରକିବାକୁ ପ୍ରସ୍ତୁତି କରିଥିଲା ପୋଲିସ । ଅଧିକ ପଢ଼ନ୍ତୁ

author img

By

Published : Jan 14, 2023, 7:33 AM IST

Updated : Jan 14, 2023, 11:08 AM IST

କଳିଙ୍ଗ ଷ୍ଟାଡିୟମରେ ଖଚାଖଚ ଭିଡ
କଳିଙ୍ଗ ଷ୍ଟାଡିୟମରେ ଖଚାଖଚ ଭିଡ
Hockey World Cup 2023

ଭୁବନେଶ୍ବର: ରାଜଧାନୀରେ ହକି କ୍ରେଜ୍ । ହକି ବିଶ୍ବକପ ପ୍ରଥମ ଦିନରେ ଜବରଦସ୍ତ ଭିଡ । ଖରାକୁ ଖାତିର ନକରି ପହଞ୍ଚିଥିଲେ ବହୁ ସଂଖ୍ୟାରେ ପ୍ରଶଂସକ । ଖେଳ ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମ ହୋଇଥିଲା ପୁରା ଫୁଲ । ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ବିଶେଷ କରି ଯୁବବର୍ଗଙ୍କ ସମାଗମ ଅଧିକ ରହିଥିଲା । ସେପଟେ ଭିଡ଼ ନିୟନ୍ତ୍ରଣ ସହ ଶାନ୍ତି ଶୃଙ୍ଖଳା ବଜାୟ ରକିବାକୁ ପ୍ରସ୍ତୁତି କରିଥିଲା ପୋଲିସ ।

ଗତକାଲି(ଶୁକ୍ରବାର) ଠାରୁ ରାଜ୍ୟରେ ହକି ବିଶ୍ବକପ ଆରମ୍ଭ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ତେବେ ପ୍ରଥମ ମ୍ୟାଚରେ ଯେତିକି ହକି ପ୍ରେମୀ ରହିଥିଲେ ତାଠାରୁ ଅଧିକ ଲୋକଙ୍କୁ ଦ୍ବିତୀୟ ମ୍ୟାଚରେ ଦେଖିବାକୁ ମିଳିଥିଲା । ଯାହାକି ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିଲା । ଷ୍ଟାଡିୟମ ଯିବା ପୂର୍ବରୁ ମୁହଁରେ ଜାତୀୟ ପତାକାର ଚିତ୍ର ବନାଇଥିଲେ ଅନେକ ହକି ପ୍ରେମୀ । ହର୍ବାଲ ରଙ୍ଗରେ ମୁହଁରେ କରିଥିଲେ ତ୍ରିରଙ୍ଗା ଟାଟୁ । ମାତ୍ର ୧୦ ଟଙ୍କାରେ ଦୁଇ ପଟ ଗାଲ ଓ ମଥାରେ ତ୍ରିରଙ୍ଗା ତିଆରି କରୁଥିଲେ କିଛି ଯୁବକ । କିନ୍ତୁ ଭାରତୀୟ ଜର୍ସି ବେପାର ହେଲାନି । ଅନେକ ସମୟରେ ଷ୍ଟାଡିୟମ ବାହାରେ ବିକ୍ରି ହେଉଥିବା ଜର୍ସିକୁ ନେଇ କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଏଥର ସେହି କ୍ରେଜ ଦେଖିବାକୁ ମିଳିନାହିଁ । ପୂର୍ବପରି ଏଥର ଜର୍ସି ବିକ୍ରି ସେତେଟା ଭଲ ହୋଇନଥିଲା ।

ତେବେ ଗତକାଲି ମ୍ୟାଚ୍‌ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଅଷ୍ଟ୍ରେଲିଆର ଜବରଦସ୍ତ ପ୍ରଦର୍ଶନ । ୮-୦ ଗୋଲରେ ଫ୍ରାନ୍ସକୁ ହରାଇଛି ଅଷ୍ଟ୍ରେଲିଆ । ତେବେ ଏଥର ବିଶ୍ବକପରେ ଅଷ୍ଟ୍ରେଲିଆ ଅନ୍ୟ ଦଳ ଉପରେ ଭାରି ପଡିବ ବୋଲି ମତ ରଖିଛନ୍ତି ହକିପ୍ରେମୀ । ସେପଟେ ମନ ମୋହୁଛି ମିଶନ ଶକ୍ତି ଷ୍ଟଲ । ଘାସରେ ହାତ ତିଆରି ଜିନିଷ ମନ ମୋହୁଛି । ନୂଆ ନୂଆ ଢାଞ୍ଚାରେ ଘାସରେ ତିଆରି ଜିନିଷ ଲୋକଙ୍କୁ ବେଶ ପସନ୍ଦ ଆସିଛି । ଲୋକମାନେ ଓଲି ଗ୍ରାଉଣ୍ଡରେ ବୁଲି ବେଶ ମଜା ଉଠାଇବା ସହ ମିଶନ ଶକ୍ତିର ଷ୍ଟଲରୁ ଜିନିଷ କିଣି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ସେପଟେ ହକି ଷ୍ଟାଡିୟମ ସାମ୍ନାରେ ଦୁଇଟି ଫୁଟ ବ୍ରିଜ ଥାଇ ମଧ୍ୟ ଲୋକେ ମାନୁ ନାହାନ୍ତି । ବାରିକେଡ଼ ଡେଇଁ ରାସ୍ତାର ଗୋଟିଏ ପଟରୁ ଆଉ ଗୋଟିଏ ପଟକୁ ଅତିକ୍ରମ କରୁଛନ୍ତି । ଯାହାକି ଟ୍ରାଫିକ ପରିଚାଳନାରେ ବାଧା ହେଉଛି । ଏପରିକି ଆଜି ଏକ ଦୁର୍ଘଟଣା ମଧ୍ୟ ୨ନମ୍ବର ଗେଟ ସାମ୍ନାରେ ଦେଖିବାକୁ ମିଳିଥିଲା । ତେବେ ପୂର୍ବବର୍ଷ ହକି ଅପେକ୍ଷା ଚଳିତ ବର୍ଷ ହକି ବିଶ୍ବକପରେ ଅଧିକା ଲୋକେ ଫୁଟବ୍ରିଜ ବ୍ୟବହାର କରୁଛନ୍ତି । ପୋଲିସ ରାସ୍ତାରେ ଯିବାକୁ ବାରଣ କରିଛନ୍ତି । ଅନେକ ଚାରି ଚକିଆ ଗାଡି ଷ୍ଟାଡିୟମ ଭିତରକୁ ଯିବାରୁ ପୋଲିସ ପାଇଁ ଟିକେ ସମସ୍ୟା ହେଉଛି । ଅନ୍ୟପଟେ ହକି ପାଇଁ ଟ୍ରାଫିକ ନିୟନ୍ତ୍ରଣ ଓ ପାର୍କିଂ ସୁବିଧା ସହ ଶୃଙ୍ଖଳାର ସହ ଭିଡ ନିୟନ୍ତ୍ରଣ କରିଥିବା କହିଛନ୍ତି ଭୁବନେଶ୍ବର ଡିସିପି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 14, 2023, 11:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.