ETV Bharat / state

ମେସିନ କରୁଛି ମନରେଗା କାମ: ଟ୍ରେଞ୍ଚ ଖୋଳାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଟ୍ରେଞ୍ଚ ଖୋଳା ନାଁରେ ଆତ୍ମସାତ ହେଉଛି ସରକାରୀ ପାଣ୍ଠି । ମଣିଷ ପେଟକୁ ଲାତମାରି ମେସିନରେ ହେଉଛି କାମ । ହାତୀ ମଣିଷ ସଙ୍ଘର୍ଷ ରୋକିବା ନାଁରେ ଚାଲିଛି ହରିଲୁଟ । ଅଧିକ ପଢନ୍ତୁ...

author img

By

Published : Jun 19, 2021, 7:27 AM IST

ମେସିନ କରୁଛି ମନରେଗା କାମ: ଟ୍ରେଞ୍ଚ ଖୋଳାରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ମେସିନ କରୁଛି ମନରେଗା କାମ: ଟ୍ରେଞ୍ଚ ଖୋଳାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଖୋର୍ଦ୍ଧା: ଟ୍ରେଞ୍ଚ ଖୋଳା ନାଁରେ ଆତ୍ମସାତ ହେଉଛି ସରକାରୀ ପାଣ୍ଠି । ମଣିଷ ପେଟକୁ ନାତମାରି ମେସିନରେ ହେଉଛି କାମ । ହାତୀ ମଣିଷ ସଙ୍ଘର୍ଷ ରୋକିବା ନାଁରେ ଚାଲିଛି ହରିଲୁଟ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଗାୟବନ୍ଧ ଗ୍ରାମରୁ । ମନରେଗା ଯୋଜନାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

କୋରୋନା ମହାମାରୀ ପାଇଁ ଲୋକମାନେ ସେମାନଙ୍କ ଜୀବିକା ହରାଉଥିବା ବେଳେ ବେଶି ପ୍ରଭାବିତ ହୋଇଛନ୍ତି ଶ୍ରମିକ ଶ୍ରେଣୀର ଲୋକେମାନେ । ତେବେ ଶ୍ରମିକମାନଙ୍କ ସମସ୍ୟା ସୁଧାରିବା ପାଇଁ ସେମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେଉଛନ୍ତି ବୋଲି ସରକାର ଡେଙ୍ଗୁରା ପିଟୁଥିବା ବେଳେ ତାହାର ବାସ୍ତବ ଚିତ୍ର କିଛି ଭିନ୍ନ ।

ଖୋର୍ଦ୍ଧା ବନଖଣ୍ଡ ଅଧିନ ଗୟାବନ୍ଧ ଗ୍ରାମରେ ହାତୀ ଉପଦ୍ରବରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଟ୍ରେଞ୍ଚରେ ଖୋଳାରେ ବ୍ୟାପକ ଅନିୟମିତତା ହୋଇଥିବା ବନ ବିଭାଗ ଚିଫ କଞ୍ଜରଭେଟରଙ୍କ ନିକଟରେ ଗ୍ରାମବାସୀ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ଗୟାବନ୍ଧ ଗ୍ରାମରେ ଥିବା ଜଙ୍ଗଲ ଚାରିପାଖରେ ବନ ବିଭାଗ ପକ୍ଷରୁ ଏକ ଟ୍ରେଞ୍ଚ ଖୋଳାଯାଉଛି । ମନରେଗା ଯୋଜନାରେ ଏହି କାର୍ଯ୍ୟ କରାଯାଉଥିଲେ ହେଁ ଏଠାରେ ସମସ୍ତ କାର୍ଯ୍ୟ ମେସିନ ଦ୍ଵାରା କରାଯାଉଛି । ଏଥିରେ ବାବୁ ଠିକାଦାର ମାଲାମାଲ୍ ହେଉଥିବା ବେଳେ ଅନ୍ୟ ପକ୍ଷରେ ଜବକାର୍ଡ ଧାରୀ ଶ୍ରମିକ ହାତବାନ୍ଧି ବସିଛନ୍ତି ।

ସେହିପରି ବନବିଭାଗ ଏହି ମନରେଗା କାମ ବିନା ସୂଚନା ଫଳକରେ କରୁଥିବା ଅଭିଯୋଗ ହୋଇଛି । ତେଣୁ ଖୋଳାଯାଇଥିବା ଟ୍ରେଞ୍ଚର ତଦନ୍ତ କରାଯାଇ ଉକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଗ୍ରାବାସୀ ଦାବି କରିଛନ୍ତି । ଅଭିଯୋଗ ସମ୍ପର୍କରେ ଆମେ ଖୋର୍ଦ୍ଧା ଡିଏଫଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ କିନ୍ତୁ, ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.