ETV Bharat / state

ବିସ୍ଫୋରଣଜନିତ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପୋଲିସ, ଘଟଣାସ୍ଥଳରୁ ମିଳିଲା ବିସ୍ଫୋରକ ସାମଗ୍ରୀ

ଭୁବନେଶ୍ବର VSS ନଗରରେ ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ କରୁଛି ପୋଲିସ । ଘର ଭିତରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଜୋନ୍‌ ୫ ଏସିପି ସଞ୍ଜୀବ ଶତପଥି । ଅଧିକ ପଢ଼ନ୍ତୁ

author img

By

Published : Apr 4, 2023, 9:38 PM IST

ବିସ୍ଫୋରଣଜନିତ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପୋଲିସ

ଭୁବନେଶ୍ବର: ବାଣ ବିସ୍ଫୋରଣ ଯୋଗୁଁ ଜଣଙ୍କର ମୃତ୍ୟୁ ପରେ ଏବେ ବିସ୍ଫୋରଣ ସ୍ଥଳରେ ପୋଲିସ କରିଛି ଛାନଭିନ । VSS ନଗରରେ ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘର ଭିତରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହେବା ସହ ବାଣ ଓ ବାଣ ପ୍ରସ୍ତୁତକାରୀ ରାସାୟନିକ ସାମଗ୍ରୀ ମଧ୍ୟ ଜବତ ହୋଇଛି । ପୋଟାସିୟମ ନାଇଟ୍ରେଟ ଓ ସଲଫର ଭଳି ବିସ୍ଫୋରକ ପାଉଡର ଗଚ୍ଛିତ ଥିବା ପୋଲିସ ଠାବ କରିଛି । ଯାହାକି ବାଣ ତିଆରି ଓ ବୋମା ପ୍ରସ୍ତୁତ କରାଯାଏ । ଏଥିସହ ବାଣ ପ୍ରସ୍ତୁତ ପାଇଁ ଆବଶ୍ୟକୀୟ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଛି ।

ଏହା ସହିତ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିସ୍ଫୋରଣ ହୋଇଥିବା ବାଣର ନମୁନା ସଂଗ୍ରହ କରିଛି । ଏପରିକି ବିସ୍ଫୋରକ ସାମଗ୍ରୀ ନମୁନା ସଂଗ୍ରହ ମଧ୍ୟ କରାଯାଇଛି । ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ମୃତକ ଶିବାନନ୍ଦ ତାଡଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ମଧ୍ୟ ଜବତ କରାଯାଇଛି । ଘରେ ଏତେ ମାତ୍ରାରେ ବିସ୍ଫୋରଣ ହୋଇଥିଲା ଯେ ଘରର ଆଜବେଷ୍ଟସ ଭାଙ୍ଗି ଉଠିଯାଇଥିବା ବେଳେ‌ ଏକ ବଡ଼ ଅଘଟଣକୁ ବର୍ତିଯାଇଛନ୍ତି ପାଖରେ ଘର କରି ରହିଥିବା ଶହ ଶହ ଲୋକେ । ସାଇବର ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ତେବେ ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ଶିବାନନ୍ଦ ତାଡ ନିଜ ପତ୍ନୀ ଓ ମାଆଙ୍କ ସହ ସେଠାରେ ରହୁଥିଲେ । ଏତେଦିନ ଧରି ରହି ସେଠାରେ ବାଣ ପ୍ରସ୍ତୁତ କରାଯାଉଥିବା ପୋଲିସ ସନ୍ଦେହ କରୁଛି । ଏନେଇ ଜୋନ ୫ ‌ଏସିପି ସଞ୍ଜୀବ ଶତପଥି କହିଛନ୍ତି, "ସୋମବାର ସନ୍ଧ୍ୟାରେ ବାଣ ଫୁଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକର ନାମ ଶିବାନନ୍ଦ ତାଡ । ଯାହାଙ୍କ ଘରେ ଏନେଇ ତଦନ୍ତ କରାଯାଉଛି । ଏଥିପାଇଁ ଫୋରେନସିକ ଟିମ୍ ଓ ବମ ସ୍କ୍ବାଡର ମଧ୍ୟ ଯାଞ୍ଚ କରିଛନ୍ତି । କିଛି ରାସାୟନିକ ସାମଗ୍ରୀ ଜବତ କରାଯାଇଛି । ଯାହାକି ବେଆଇନ ଭାବେ ଗଚ୍ଛିତ ରଖିଥିଲେ ମୃତକ । କେଉଁଠୁ ଆଣୁଥିଲେ, କାହାକୁ ସପ୍ଲାଇ କରାଯାଉଥିଲା ସେନେଇ ତଦନ୍ତ କରାଯାଉଛି ।"

ତେବେ ଏଭଳି ଅଘଟଣ ପାଇଁ ଏବେ ପୋଲିସ ଉପରେ ପ୍ରଶ୍ନ ଉଠିଛି । ଏତେବଡ ବେଆଇନ ବାଣ କାରଖାନା ସମ୍ପର୍କରେ ପୋଲିସ ଜାଣିନଥିଲା କିପରି । ବସ୍ତି ଚାଲ ଅଭିଯାନ‌କରି ବସ୍ତିରେ ନଜର ରଖୁଛି ପୋଲିସ । ହେଲେ ଏପରି ବେଆଇନ କାର୍ଯ୍ୟକଳାପ ଉପରେ କିପରି ନଜର ଦେଇପାରୁ ନାହାନ୍ତି ପୋଲିସ । ବସ୍ତିରେ ରହିଥିବା ବସ୍ତିମିତ୍ର ମାନେ କଣ କରୁଛନ୍ତି । ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖରେ ଏକାଧିକ ଲୋକ ରହୁଥିଲେ, ସେମାନେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ଯଦି କିଛି ଅଘଟଣ ଘଟିଥା'ନ୍ତା, ଏଥିପାଇଁ ଦାୟୀ କିଏ ରହିଥା'ନ୍ତା । ଅନ୍ୟପଟେ ସାଧାରଣ ଲୋକ ଯେଉଁମାନେ ସେହି ଲୋକ ସମ୍ପର୍କରେ‌ ଜାଣି ଚୁପ୍ ରହିଥିଲେ, ଏନେଇ ପୋଲିସକୁ ଖବର ନଦେଇ ନିଜକୁ ଅସୁରକ୍ଷିତ ଭାବେ ସେହି ଲୋକର ପଡୋଶୀ ଭାବେ ରହିଥିଲେ । ହୁଏତ ସେମାନଙ୍କ ପାଇଁ ମଧ୍ୟ ବିପଦ ଥିଲା । ତେବେ ଏଭଳି ବିସ୍ଫୋରକ ଜିନିଷ ବା ସାମଗ୍ରୀ ଯାହାକି ଜନବସତିଠାରୁ ଦୂରରେ ବା ଆଇନର ଅନୁମତି ନେଇ କରାଯାଏ । ତେବେ ସେଭଳି ଘଟଣା ବା କାର୍ଯ୍ୟକଳାପ ଦେଖିଲେ ଏନେଇ ସଚେତନ ନାଗରିକ ହିସାବରେ ସଭିଙ୍କ କର୍ତ୍ତବ୍ୟ ରହିଛି ପୋଲିସକୁ ଜଣାଇବା । ଏହା ହୋଇଥିଲେ, ହୁଏତ ଆଜି ଏପରି ଏକ ଅଘଟଣ ଘଟିନଥାନ୍ତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.