ଭୁବନେଶ୍ବର: ଗାଳି ଚାଳକଙ୍କୁ ପୁଣି ଆଶ୍ବସ୍ତି । ବଢିଲା ନମ୍ବରପ୍ଲେଟ ଅବଧି (HSRP Deadline Extension। ହାଇସିକ୍ୟୁରିଟି ନମ୍ବର ପ୍ଳେଟ୍ ଅବଧି ପୁଣି ବଢ଼ାଇଲେ ରାଜ୍ୟ ସରକାର। ୨୦୨୩ ଫେବୃଆରୀ ଯାଏଁ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ଅକ୍ଟୋବର ୩୧ ତାରିଖ ଡେଡଲାଇନ ରହିଥିଲା ।
ଜାଣନ୍ତୁ କେଉଁ ଗାଡି ନମ୍ବର ପାଇଁ କେତେଦିନ ବୃଦ୍ଧି ହେଲା ଅବଧି
ଗାଡିର ଶେଷ ନମ୍ବର ୧,୨,୩ଓ ୪ ଥିଲେ ନଭେମ୍ବର ୩୦ ଶେଷ ତାରିଖ ରହିବ । ୫ ଓ ୬ ନମ୍ବର ପାଇଁ ଡିସେମ୍ବର ୩୧ ଓ ୭ଓ ୮ନମ୍ବର ଥିବା ଗାଡିର ଜାନୁଆରୀ ୩୦ ଶେଷ ତାରିଖ ରହିବ । ସେହିପରି ୯ଓ ୦ଥିବା ନମ୍ବର ପାଇଁ ଫେବୃଆରି ପର୍ଯନ୍ତ ସମୟ ସୀମା ବଢାଇଛନ୍ତି ରାଜ୍ୟ ପରିବହନ ବିଭାଗ। ଏନେଇ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି ଯୁଗ୍ମ କମିଶନର ଦିପ୍ତି ରଞ୍ଜନ ପାତ୍ର ।
ଏହା ମଧ୍ୟ ପଢନ୍ତୁ:ରାସାୟନିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଓଡିଶା କହିଲେ ମୁଖ୍ୟମନ୍ତ୍ରୀ
ତେବେ ସବୁଠୁ ଖୁସି ଖବର ଯେଉଁମାନେ ନିଜେ ବୁକିଂ କରିପାରୁ ନଥିଲେ । ସେମାନଙ୍କ ପାଇଁ ଗ୍ରାହାକ ସେବା କେନ୍ଦ୍ରରେ ବୁକିଂ କରିବାର ସୁବିଧା ରହିଛି। ଯେଉଁଠି ସେମାନେ ନିଜ ନିଜର ଗାଡି ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସ୍ଲଟ ବୁକି କରିପାରିବେ। ଯଦି ଯେଉଁ ଗାଡିର ଡିଲର ସେହି ଅଞ୍ଚଳରେ ଉପଲବ୍ଧ ନଥିବେ ତେବେ ସେଥିପାଇଁ ରାଜ୍ୟର ୮୮ଟି ଲୋକେସନରେ ଏଥିପାଇଁ ନମ୍ବର ପ୍ଲେଟ ଲଗାଇବା ପାଇଁ ସୁବିଧା ହୋଇଛି। ଏଥିସହ hsrp ନମ୍ବର ପ୍ଲେଟ ପାଇଁ ମଧ୍ୟ ସମସ୍ତ ଆରଟିଓ ଅଫିସରେ ହେଲପ ଡେସ୍କ ଖୋଲାଯାଇଛି । ଯେଉଁଠି ମଧ୍ୟ ହାଇସିକ୍ୟୁରିଟି ନମ୍ବରପ୍ଲେଟ ପାଇଁ ମଧ୍ୟ ବୁକିଂ କରିପାରିବେ । www.siam.inରେ ରେଜିଷ୍ଟ୍ରେସନ କରିପାରିବେ। ଯଦି ରେଜିଷ୍ଟ୍ରେସନ କରିବାର ସ୍ଲିପ ରହିଛି ତେବେ ସ୍ଲଟ ମିଳିବା ପାଇଁ ବିଳମ୍ବ ରହିଲେ ସୁଦ୍ଧା ଅସୁବିଧା ନାହିଁ ବୋଲି ପୂର୍ବରୁ ପରିବହନ ବିଭାଗର ଜଏଣ୍ଟ କମିଶନର ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ୧ଏପ୍ରିଲ୨୦୧୯ପୁର୍ବରୁ ଗାଡି କିଣିଥିବା ଲୋକଙ୍କ ପାଇଁ ଏହା ସତର୍କବାଣି । ଗାଡିର ନମ୍ବର ଶେଷ ଅଙ୍କ ଅନୁସାରେ ଆରମ୍ଭ ହୋଇଛି ନମ୍ବର ପ୍ଲେଟ ପାଇ ରେଜିଷ୍ଟ୍ରେସନ ପ୍ରକ୍ରିୟା । କେନ୍ଦ୍ର ସରକାର ସଂଶୋଧିତ CMVR ର ନିୟମ 50 ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଆଦେଶ ଅନୁଯାୟୀ ପରିବହନ ବିଭାଗ ଜୁନ 1, 2022ରୁ ସମସ୍ତ ଶ୍ରେଣୀର ପୁରୁଣା ଯାନ ପାଇଁ HSRP ବାଧ୍ୟତାମୂଳକ କରିଛି । ଯାହା ଏପ୍ରିଲ 1, 2019 ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡି ପାଇ ବାଧ୍ୟତାମୂଳକ। HSRP ପ୍ଲେଟଗୁଡିକ ଏକ ଅପସାରଣ ଯୋଗ୍ୟ ସ୍ନାପ୍ ଲକ୍ ସହିତ ଆସିଥାଏ କିନ୍ତୁ ଏହାକୁ ବଦଳାଇବା କଷ୍ଟକର ଅଟେ ଯାହାକି ଚୋରଙ୍କ ପାଇ ଅଡୁହା ହୋଇପାରେ । ଏହି ପ୍ଲେଟଗୁଡିକ ଟାମ୍ପର-ପ୍ରୁଫ୍ ଏବଂ ଦୁଇଟି ପୁନଃ-ବ୍ୟବହାରଯୋଗ୍ୟ ଲକ୍ ସହିତ ଆସିଥାଏ । ‘IND’ ଲେଖା ସହିତ HSRP ର ବାମ ପାର୍ଶ୍ୱରେ କ୍ରୋମିୟମ ଆଧାରିତ ଅଶୋକ ଚକ୍ର ଅଛି । ଯାନର ପରିଚୟ ନମ୍ବର ଲେଜର ଏନକୋଡେଡ୍ ହେବ, ଯାହା ସ୍କାନ କରିବା ସହଜ ଏବଂ ଟ୍ୟାମ୍ପରିଂ କରିବା କଷ୍ଟକର ହୋଇଥାଏ ।
ସୂଚନାଯୋଗ୍ୟ ଯେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁ କରାଯିବାକୁ ବିରୋଧ କରି ୨ ବସ୍ ମାଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଗୁରୁବାର ଶୁଣାଣି କରି ଆବଶ୍ୟକୀୟ ଭିତ୍ତିଭୂମି ବିନା ଡେଡ୍ ଲାଇନ ଧାର୍ଯ୍ୟକୁ ନାପସନ୍ଦ କରିଥିଲେ ହାଇକୋର୍ଟ । ଗାଡ଼ି ଚାଳକମାନେ ସ୍ଲଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥବାରୁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ସମ୍ପର୍କରେ ଜଣାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଭିତ୍ତିଭୂମି ନ ଥାଇ ଡେଡଲାଇନ୍ କିଭଳି ଦେଲ ବୋଲି ମଧ୍ୟ କୋର୍ଟ ପଚାରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର