ETV Bharat / state

ଇରାନି ନାଁରେ ସାଙ୍ଘାତିକ ତଥ୍ୟ: ବିରିୟାନୀ ସହ ମଦ ଅଫର ଦେଇ କରୁଥିଲା ହନିଟ୍ରାପ୍, ଗ୍ରାହକ ଯୋଗାଡ଼ କରୁଥିବା ସହଯୋଗୀ ଗିରଫ

author img

By ETV Bharat Odisha Team

Published : Sep 17, 2023, 9:45 PM IST

ଇରାନିର ଖାସ ସହଯୋଗୀ ଦେବାନନ୍ଦ ଜେନା ଓରଫ ଦିବାକୁ ଗିରଫ କରିଛି କମିଶନରେଟ ପୋଲିସ । ଦିବା ଇରାନି ପାଇଁ ଗ୍ରାହକ ଯୋଗାଡ଼ କରିବାରେ ସାହାଯ୍ୟ କରୁଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

another aide of irani gang arrested
ଇରାନି ପାତ୍ରର ଖାସ୍ ସହଯୋଗୀ ଗିରଫ
ଇରାନି ପାତ୍ରର ଖାସ୍ ସହଯୋଗୀ ଗିରଫ

ଭୁବନେଶ୍ବର: ଖୋଲୁଛି ଲେଡି ବ୍ଲାକମେଲର ଇରାନି ପାତ୍ରର ଗୁମର । ଦିନକୁ ଦିନ ସାମ୍ନାକୁ ଆସୁଛି ସହଯୋଗୀଙ୍କ କାରନାମା । କିଭଳି ହାଇପ୍ରୋଫାଇଲ ଲୋକଙ୍କୁ ଫସାଇବାକୁ ସେମାନେ ଷଡ଼ଯନ୍ତ୍ର ରଚୁଥିଲେ ସେନେଇ ସୁରାକ ମିଳିଛି । ତେବେ ଇରାନିର ଖାସ ସହଯୋଗୀ ଦେବାନନ୍ଦ ଜେନା ଓରଫ ଦିବାକୁ ଗିରଫ କରିଛି କମିଶନରେଟ ପୋଲିସ । ଦିବାର ଘର ତମାଣ୍ଡୋ ନାରଗଦା ଅଞ୍ଚଳରେ ହୋଇଥିବାବେଳେ ସେ ଇରାନିର ସ୍ବାମୀ ନିଶିକାନ୍ତର ଅତି ନିକଟତର ବନ୍ଧୁ ହୋଇଥିବା ଜଣାପଡ଼ିଛି । ଏପରିକି ସେ ହୋଲସେଲ ବ୍ୟବସାୟୀଙ୍କୁ ଫସାଇବାରେ କିଭଳି ସହଯୋଗ କରିଥିଲା ସେହି କ୍ରାଇମ୍ ସିଣ୍ଡିକେଟର ଗୁମର ଫିଟିଛି ।

ଏନେଇ ତମାଣ୍ଡୋ ଥାନା ଅଧିକାରୀ ଏସ.କେ ଜେନା କହିଛନ୍ତି, "ଦିବାକର ଘର ତମାଣ୍ଡୋ ଅଞ୍ଚଳରେ । ପ୍ରଥମେ ସେ ବୁଲିବୁଲି ଅନେକ କଣ୍ଟ୍ରାକ୍ଟର, ବ୍ୟବସାୟୀଙ୍କ ବାବଦରେ ତଥ୍ୟ ଯୋଗାଡ କରୁଥିଲା । ପରେ ସେହି ସବୁ ଲୋକଙ୍କ ସୋସିଆଲ ମିଡ଼ିଆ ଆଇଡି ସଂଗ୍ରହ କରୁଥିଲା । ଫେସ୍‌ବୁକ୍‌ ଆଇଡି, ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଓ ହ୍ବାଟସ ଆପ୍ ନମ୍ବର ସବୁ ଯୋଗାଡ଼ କରୁଥିଲା ଦିବାକର । ପରେ ଇରାନି ତା'ର ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ସେମାନଙ୍କୁ ଫ୍ରେଣ୍ଡ୍‌ ରିକ୍ବେଷ୍ଟ ବା ମେସେଜ କରି ବନ୍ଧୁତା ବଢ଼ାଉଥିଲା । ଏପରିକି ମିଠା ମିଠା କଥା କହି ସେମାନଙ୍କୁ ଫାଶରେ ପକାଇବାକୁ ଚେଷ୍ଟା କରୁଥିଲା ।"

ସେ ଆହୁରି ମଧ୍ୟ କହିଛନ୍ତି, "ସେମାନଙ୍କୁ ନିଜ ମାୟାଜାଲରେ ଫସାଇ ଏକାନ୍ତରେ ସମୟ ବିତାଇବାକୁ ଅଫର୍ ଦେଉଥିଲା ଇରାନି । ଏକାନ୍ତରେ ବିରିୟାନି ଖାଇବା ଓ ମଦ ପିଇବାକୁ ଅଫର୍ ଦେଉଥିଲା । ଇରାନିର ଏକାନ୍ତରେ ପାର୍ଟି ଅଫରରେ ରାଜି ହେଉଯାଉଥିବା ଲୋକ ପରବର୍ତ୍ତୀ ସମୟରେ ତା'ର ବ୍ଲାକମେଲର ଶିକାର ହେଉଥିଲେ । ପରେ ଇରାନି ଭଡ଼ା ନେଇଥିବା ଡୁପ୍ଲେକ୍ସ କୋଠାକୁ ସେମାନଙ୍କୁ ଡକାଉଥିଲା । ଆଉ ସେଠାରେ ପୂର୍ବ ଯୋଜନା ମୁତାବକ, ଇରାନିର ସ୍ବାମୀ ଓ ତା'ର ଅନ୍ୟ ଦୁଇ ସହଯୋଗୀ ଗଣେଶ ଓ ଗିରିଜା ଘର ବାହାରେ ଛକି ରହୁଥିଲେ‌ । ଯେଉଁ ଲୋକ ଇରାନି ମାୟାଜାଲରେ ଫସି ସେଠାକୁ ଆସୁଥିଲେ ସେମାନଙ୍କୁ କାବୁ କରିନେଉଥିଲେ ସ୍ବାମୀ ନିଶିକାନ୍ତ ଓ ଦୁଇ ସହଯୋଗୀ ।"

ଏହା ବି ପଢନ୍ତୁ...ବ୍ଲାକମେଲର ଇରାନିଙ୍କ ନାଁରେ ପୁଣି ଅଭିଯୋଗ, ଚାକିରି ଆଳରେ ଲୁଟୁଥିଲେ ଟଙ୍କା !

ପରେ ସେମାନଙ୍କୁ ବନ୍ଧକ ରଖି ବ୍ଲାକମେଲ୍‌ ସହ ଟଙ୍କା ଡିମାଣ୍ଡ କରୁଥିଲେ । ଏପରିକି ଟଙ୍କା ନଦେଲେ ପର ସ୍ତ୍ରୀ ସହ ସମ୍ପର୍କ ରଖୁଥିବା କଥା ପରିବାରକୁ ଜଣାଇ ଦିଆଯିବ ବୋଲି ବ୍ଲାକମେଲ୍‌ କରୁଥିଲେ ଏହି ଗ୍ୟାଙ୍ଗ । ମୋବାଇଲରେ ଭିଡିଓ ରେକର୍ଡ କରି ଷଡ଼ଯନ୍ତ୍ରର ଶିକାର ହୋଇଥିବା ଲୋକଙ୍କୁ ଧମକ ଦିଆଯାଉଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି । ଏଥିରେ ଆହୁରି ଅନେକ ଲୋକ ଫସି ଥିବାବେଳେ ସେମାନେ ଲୋକଲଜ୍ଜା ଭୟରେ ପୋଲିସ ସାମ୍ନାକୁ ଆସିବାକୁ ଡରୁଥିବା ନେଇ ସନ୍ଦେହ କରୁଛି ପୋଲିସ । ତେବେ ପୋଲିସ ଇରାନିକୁ ଖୁବଶୀଘ୍ର ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ଖାସ୍ ସହଯୋଗୀ ଦିବାକରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.