ETV Bharat / state

ଜନ୍ମମାଟିକୁ ଫେରିଲେ ହକି ତାରକା ଅମିତ ଓ ଦୀପଗ୍ରେସ, ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା - ଭାରତୀୟ ମହିଳା ହକି ଦଳ

ନିଜ ମାଟିକୁ ଫେରିଲେ ହକି ତାରକା । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ହକି ତାରକା ଅମିତ ଓ ଦୀପଗ୍ରେସ । ସରକାରଙ୍କ ତରଫରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ଅଧିକ ପଢନ୍ତୁ

ଜନ୍ମମାଟିକୁ ଫେରିଲେ ହକି ତାରକା ଅମିତ ଓ ଦୀପଗ୍ରେସ , ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

author img

By ETV Bharat Odisha Team

Published : Oct 11, 2023, 8:45 PM IST

ନିଜ ମାଟିକୁ ଫେରିଲେ ହକି ତାରକା ଅମିତ ଓ ଦୀପଗ୍ରେସ , ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଭୁନେଶ୍ବର: ଏସିଆନ ଗେମ୍ସରେ ଗୋଲ୍ଡ ମେଡାଲ ଜିତି ଐତିହାସିକ ସଫଳତା ପରେ ଓଡିଶା ଫେରିଛନ୍ତି ହକି ତାରକା ଅମିତ ରୋହିଦାସ୍ ଏବଂ ଦୀପଗ୍ରେସ୍ଏକ୍କା । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଅମିତ ଓ ଦୀପଗ୍ରେସଙ୍କୁ ସ୍ବାଗତ କରାଯାଇଛି । ଏସିଆନ ଗେମ୍ସରେ ଗୋଲ୍ଡ ମେଡାଲ ଜିତି ଐତିହାସିକ ସଫଳତା ପରେ ଓଡିଶା ଫେରିଛନ୍ତି ହକି ତାରକା ଅମିତ ରୋହିଦାସ । ଅମିତଙ୍କ ସହ ମହିଳା ଟିମର ସଦସ୍ୟା ଦିପଗ୍ରେସ ଏକ୍କା ମଧ୍ୟ ଓଡିଶାରେ ପହଞ୍ଚିଛନ୍ତି । ରାଜ୍ୟ କ୍ରିଡା ବିଭାଗର ବରିଷ୍ଠ ଅଧିକାରୀମାନେ ଅମିତଙ୍କୁ ପୁଷ୍ପଗୁଛ ପ୍ରଦାନ କରି ପାଛୋଟି ନେଇଛନ୍ତି ।

ଏସିଆନ ଗେମ୍ସରେ ପୁରୁଷ ହକି ଦଳ ଗୋଲ୍ଡ ଜିତିଥିବା ବେଳେ ସମସ୍ତ ଖେଳାଳୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଫାଇନାଲ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ଓଡିଆ ତାରକା ଅମିତ ରୋହିଦାସଙ୍କ ପାଇଁ ରାଜ୍ୟ ସରକାର ଦେଢ କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ସେହିଭଳି ମହିଳା ହକି ଟିମ୍ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ହାତେଇଛି । ଆଜି ସନ୍ଧ୍ୟାରେ ନବୀନ ନିବାସ ଯିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଝନ୍ତୁ...ଅମିତ ରୋହିଦାସଙ୍କୁ ଦେଢ଼ କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏସିଆନ୍‌ ଗେମ୍ସରେ ଜାପାନକୁ ଦେଇଥିଲେ ଗୋଲ

ସୂଚନାଯୋଗ୍ୟ ଯେ, ମହିଳା ହକି ଦଳ ବ୍ରୋଞ୍ଜ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ଏହାସହ ଟିମର ସମସ୍ତ ଖେଳାଳି ଓ ଷ୍ଟାଫ ମେମ୍ବରଙ୍କ ପାଇଁ ୩ ଲକ୍ଷ ଲେଖାଏଁର ପୁରସ୍କାର ରାଶି ଘୋଷଣା କରିଥିଲେ । ହକି ଷ୍ଟାର ଅମିତ ରୋହିଦାସଙ୍କୁ ଦେଢ କୋଟି କ୍ୟାସ ଆୱାର୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ହକି ଟିମ ଏସିଆନ ଗେମସରେ ଗୋଲ୍ଡ ମେଡାଲ ଜିତିଥିଲା । ଡିଫେଣ୍ଡର ଅମିତ ରୋହିଦାସଙ୍କ ଗୋଲ କମାଲ କରିଥିଲା । ୫-୧ରେ ଜାପାନକୁ ପରାସ୍ତ କରି ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା । ତେବେ ଭାରତୀୟ ପୁରୁଷ ହକି ଦଳ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତି ଦେଶର ଗୌରବକୁ ବଢ଼ାଇଥିବା ବେଳେ ଟିମକୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିଭଳି ଭାରତୀୟ ମହିଳା ହକି ଦଳ ମଧ୍ୟ ସେମିଫାଇନାଲରେ ଚୀନ ଠାରୁ ହାରିବା ପରେ ବ୍ରୋଞ୍ଜ ପାଇଁ ଜାପାନ ସହ ଖେଳିଥିଲା । ତେବେ ଜାପାନକୁ 2-1 ଗୋଲରେ ହରାଇ ବ୍ରୋଞ୍ଜ ହାସଲ କରିଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଭା ସହ ପ୍ରତ୍ୟେକ ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫଙ୍କୁ ମିଳିବ 3 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ ।

ଇଟିଭି ଭାରତ, ଭୁନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.