ETV Bharat / state

ଭାରତୀୟ ହକି ଦଳର ବଡ ଟେନସନ୍ ଗୋଲକିପର ଏବଂ ଡ୍ରାଗ୍ ଫ୍ଲିକର୍ - ହକି ଇଣ୍ଡିଆ ଚମ୍ପିୟାନସିପ

ଆସନ୍ତା ମାର୍ଚ୍ଚ 19 ତାରିଖରୁ ହକି ଇଣ୍ଡିଆ ପକ୍ଷରୁ ଜୋନାଲ ଚାମ୍ପିଅନସିପ ଆରମ୍ଭ । ଯାହାକୁ ନେଇ ଆଜି ହକି ଇଣ୍ଡିଆ ନୂତନ ତୃଣମୂଳ ବିକାଶ କାର୍ଯ୍ୟକ୍ରମ ଘୋଷଣା କରିଛି। ଅଧିକ ପଢନ୍ତୁ

Hockey india grassroot devlopment program

author img

By

Published : Mar 7, 2023, 8:55 PM IST

Hockey india grassroot devlopment program

ଭୁବନେଶ୍ବର: ହକିକୁ ମିଳିବ ନୂଆ ରୂପ। ହକିର ବିକାଶ ନେଇ ବଦଳିବ ରୂପରେଖ । ଅଲିମ୍ପିକ ଓ ବିଶ୍ୱକପରେ ସ୍ବର୍ଣ୍ଣପଦକ ହାସଲ ପାଇଁ ପଡିଲା ମୂଳଦିଆ। ଯେଉଁଥିରେ ଯୁବ ପ୍ରତିଭାକୁ ଚିହ୍ନଟ କରି ଦିଆଯିବ ସ୍ପେଶାଲ ତାଲିମ। ଯାହାର ଅଂଶ ବିଶେଷ ଆସନ୍ତା ମାର୍ଚ୍ଚ 19 ତାରିଖରୁ ହକି ଇଣ୍ଡିଆ ପକ୍ଷରୁ ଜୋନାଲ ଚାମ୍ପିଅନସିପ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ଆଜି ହକି ଇଣ୍ଡିଆ ନୂତନ ତୃଣମୂଳ ବିକାଶ କାର୍ଯ୍ୟକ୍ରମ ଘୋଷଣା କରିଛି। ଯାହା ଯୁବ ପ୍ରତିଭାଙ୍କୁ ଅନ୍ବେଷଣ କରିବା ଏବଂ ପୁରୁଷ ଓ ମହିଳାଙ୍କ ପାଇଁ ଜାତୀୟ ସିନିୟର ଓ ଜୁନିୟର ଦଳର ଶକ୍ତି ବୃଦ୍ଧି ପାଇଁ ପରିକଳ୍ପନା କରାଯାଇଛି।

ପ୍ରତ୍ୟେକ ଜୋନ ଉତ୍ତର, ଦକ୍ଷିଣ , ପୂର୍ବ ଏବଂ ପଶ୍ଚିମରେ ସବୁଠାରୁ ପ୍ରତିଭାବନ ଖେଳାଳି ଖୋଜିବା ପାଇଁ ଲକ୍ଷ୍ୟ ରଖିଛି। ଏନେଇ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି, ହକି ଇଣ୍ଡିଆ ଚମ୍ପିୟାନସିପ ପରି ଏହି ଜୋନାଲ ପ୍ରତିଯୋଗିତା ଆୟୋଜନ କରାଯିବ। ଏହାସହ ଯେଉଁମାନେ ଜୋନାଲ ପ୍ରତିଯୋଗିତାରେ ଭଲ ଖେଳିବେ ସେମାନଙ୍କୁ ଜାତୀୟ ପ୍ରତିଯୋଗିତାରେ ସୁଯୋଗ ଦିଆଯିବ। ଗ୍ରାସରୁଟ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଏବଂ ସିଲେକ୍ଟର ରହିବେ। କୋର ଗ୍ରୁପ କରାଯାଇ ଖେଳାଳିଙ୍କୁ ତାଲିମ ଦିଆଯିବ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ହକି ଇଣ୍ଡିଆର ଅଧିକାରୀମାନେ ଗୋଲକିପର ଏବଂ ଡ୍ରାଗ୍ ଫ୍ଲିକର୍ ଭଳି ବିଶେଷ ପଦବୀରେ ଖେଳାଳି ବିକାଶ ଉପରେ ଧ୍ୟାନ ଦେଉଛନ୍ତି। ଆମେ ହକି ଖେଳକୁ ଏକ ସାମଗ୍ରିକ ବିକାଶ କରିବାକୁ ଚାହୁଁଛୁ। ଆମେ ଗୋଲକିପର ଏବଂ ଡ୍ରାଗ୍ ଫ୍ଲିକର୍ ଭଳି ବିଶେଷ ବିଭାଗରେ ଖେଳାଳି ବୃଦ୍ଧି କରିବାକୁ ଚାହୁଁ । 10 ଜଣିଆ ପୁରୁଷ ଏବଂ ମହିଳା ଗୋଲକିପର ଏବଂ ଡ୍ରାଗ୍ ଫ୍ଲିକରର ଟିମ ଗଠନ ହେବ। ଯେଉଁମାନଙ୍କୁ ବିଦେଶୀ କୋଚଙ୍କ ସହ ଅତ୍ୟାଧୁନିକ ସ୍ପେଶାଲ ଟ୍ରେନିଂ ଦିଆଯିବ ।

ତେବେ ତୃଣମୂଳ ସ୍ତରର ବିକାଶ ପାଇଁ ଖେଳାଳିଙ୍କ ତାଲିମ ସ୍ଥାନ ଚିହ୍ନଟ କରାଯିବ ଏବଂ ହକି ଇଣ୍ଡିଆର ସହଯୋଗରେ ସ୍ୱତନ୍ତ୍ର କୋଚିଂ କ୍ୟାମ୍ପ ପରିଚାଳନା ପାଇଁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦିଆଯିବ। ସେହିପରି ଜୁନିଅର ଏବଂ ସବ୍-ଜୁନିଅର ଦଳଗୁଡ଼ିକର ଖେଳାଳିଙ୍କ ବିକାଶ ପାଇଁ ମଧ୍ୟ ଫୋକସ କରାଯିବ। ଏହାସହ U17 ଏବଂ U19 ଭାରତୀୟ ଦଳ ଗଠନ କରି ଘରୋଇ ଏବଂ ବିଦେଶୀକୁ ଖେଳିବା ପାଇଁ ପଠାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଖେଳାଳୀମାନଙ୍କୁ ଅଭିଜ୍ଞତା ହାସଲ କରିବାରେ ସାହାଯ୍ୟ କରିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.