ETV Bharat / state

ପ୍ଲାନେଟୋରିୟମର ରେକର୍ଡ, ୨୦୨୨-୨୩ ଆର୍ଥିକ ବର୍ଷରେ ସର୍ବାଧିକ ଦର୍ଶକ ଆସିଛନ୍ତି

author img

By

Published : Apr 1, 2023, 7:25 AM IST

୨୦୨୨-୨୩ ଆର୍ଥିକ ବର୍ଷରେ ସର୍ବାଧିକ ଦର୍ଶକ ଆସିଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମକୁ । ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ୭୫ ହଜାର ୮୩୬ ଜଣ ଦର୍ଶକ ଏହି ପ୍ଲାନେଟୋରିୟମକୁ ଆସିଛନ୍ତି । ସେମାନଙ୍କଠାରୁ ସମୁଦାୟ ୪୩ ଲକ୍ଷ ୪୬ ହଜାର ୨୦୫ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ଅଧିକ ପଢ଼ନ୍ତୁ

ରେକର୍ଡ କରିଛି ପ୍ଲାନେଟୋରିୟମ
ରେକର୍ଡ କରିଛି ପ୍ଲାନେଟୋରିୟମ

ଭୁବନେଶ୍ବର: ଇତିହାସ ରଚିଛି ପଠାଣି ସାମନ୍ତ ପ୍ଲାନେଟୋରିୟମ । ଦର୍ଶକ ଆଗମନ ସହ ରାଜସ୍ୱ ଆଦାୟରେ ସମସ୍ତ ରେକର୍ଡ ଚଳିତବର୍ଷ ଭାଙ୍ଗିଛି ପ୍ଲାନେଟୋରିୟମ । ୨୦୨୨-୨୩ ଆର୍ଥିକ ବର୍ଷରେ ସର୍ବାଧିକ ଆୟ ଓ ସର୍ବାଧିକ ଦର୍ଶକ ଆସିଛନ୍ତି ଏହି ପଠାଣି ସାମନ୍ତ ପ୍ଲାନେଟୋରିୟମକୁ । ଏନେଇ ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡଃ ଶୁଭେନ୍ଦୁ ପଟ୍ଟନାୟକ ।

୧୯୯୦ ଜାନୁଆରୀ ୯ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଭୁବନେଶ୍ବରରେ ଖୋଲା ଯାଇଥିବା ପଠାଣି ସାମନ୍ତ ପ୍ଲାନେଟୋରିୟମ ସାଧାରଣ ଲୋକଙ୍କ ପାଖରେ ବେଶ ଆଦୃତି ପାଇବାରେ ଲାଗିଛି । ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଦର୍ଶକ ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ଆସନ୍ତି । କୋଭିଡ ମହାମାରୀ ସମୟର ଦୁଇ ବର୍ଷକୁ ଛାଡି ପ୍ରତ୍ୟେକ ବର୍ଷ ପୂର୍ବ ବର୍ଷ ତୁଳନାରେ ଅଧିକ ସଂଖ୍ୟକ ଦର୍ଶକ ପ୍ଲାନେଟୋରିୟମକୁ ଆସିବାକୁ ଲାଗିଛନ୍ତି । ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ୭୫ ହଜାର ୮୩୬ ଜଣ ଦର୍ଶକ ଏହି ପ୍ଲାନେଟୋରିୟମକୁ ଆସିଛନ୍ତି । ସେମାନଙ୍କ ଠାରୁ ସମୁଦାୟ ୪୩ ଲକ୍ଷ ୪୬ ହଜାର ୨୦୫ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ଯାହାକି ବିଗତ ୩୩ ବର୍ଷ ଇତିହାସରେ କୌଣସି ଆର୍ଥିକ ବର୍ଷ ପାଇଁ ସର୍ବାଧିକ ଅଟେ ।

ପଠାଣି ସାମନ୍ତ ପ୍ଲାନେଟୋରିୟମର ପୁରୁଣା ଯନ୍ତ୍ରପାତି ୨୦୧୨ ମସିହାରେ ବଦଳାଯାଇ ଡିଜିଟାଲ ଯନ୍ତ୍ରପାତି ଅବସ୍ଥାପିତ କରାଯାଇଥିଲା । ଏହା ପରଠାରୁ ୧୧ ବର୍ଷ ମଧ୍ୟରେ ପନ୍ଦର ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ପ୍ଲାନେଟୋରିଅମ 'ଶୋ' ଦେଖିବା ସହ ସେମାନଙ୍କ ଠାରୁ ୩.୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି । ଏହା ବ୍ୟତୀତ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ଭଳି ମହାଜାଗତିକ ଘଟଣା ସମୟରେ ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସି ଥାଆନ୍ତି । ଗତ ୨୦୧୭-୧୮ ମସିହାରେ ସର୍ବାଧିକ ୧.୫୪ ଲକ୍ଷ ଦର୍ଶକ ଆସିଥିଲେ ଓ ସର୍ବାଧିକ ରାଜସ୍ୱ ଆଦାୟ ୩୬.୫୧ ଲକ୍ଷ ଟଙ୍କା ହୋଇଥିଲା । ଚଳିତ ଆର୍ଥିକ ବର୍ଷର ରାଜସ୍ୱ ଆଦାୟ ଓ ଦର୍ଶକ ବିଗତ ୧୧ ବର୍ଷର ହାରାହାରି ଆୟ ଠାରୁ ୩୨ ପ୍ରତିଶତ ଅଧିକ ହୋଇପାରିଛି । ପଠାଣି ସାମନ୍ତ ପ୍ଲାନେଟୋରିୟମର ଟିକେଟ ମୂଲ୍ୟ ଭାରତରେ ଅନ୍ୟ ପ୍ଲାନେଟୋରିୟମ ତୁଳନାରେ ଅତ୍ୟନ୍ତ କମ ଅଟେ ।

ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ଲୋକପ୍ରିୟ କରିବାରେ ଗଣମାଧ୍ୟମ ତଥା ଖବରକାଗଜ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ପ୍ଲାନେଟୋରିୟମ ତରଫରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ପୂର୍ବ ପରି ପ୍ଲାନେଟୋରିୟମର ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇ ଏହି ପ୍ରଚାର ପ୍ରସାରକୁ ଆଗକୁ ଚାଲୁ ରଖିବେ ବୋଲି ଆଶା ରଖିଥିବା କହିଛନ୍ତି ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଡଃ ଶୁଭେନ୍ଦୁ ପଟ୍ଟନାୟକ । ଚଳିତ ଆର୍ଥିକ ବର୍ଷର ଶେଷ ଦିନର ଶେଷ 'ଶୋ'ରେ ଓଡ଼ିଶା ବିଜ୍ଞାନ ଏକାଡେମୀକୁ ରାଜ୍ୟର ୨୯ଟି ଜିଲ୍ଲାରୁ ଆସିଥିବା ୬୦ ଜଣ ଛାତ୍ରଛାତ୍ରୀ ଓ ୬୦ ଜଣ ଶିକ୍ଷକ ପ୍ଲାନେଟୋରିୟମର 'ଶୋ' ଦେଖିଥିଲେ । ପରେ ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.