ETV Bharat / state

ଏଣିକି ଛାତ୍ରଛାତ୍ରୀଙ୍କ ହାତରେ ଅଧ୍ୟାପକଙ୍କ ଦକ୍ଷତା ମୂଲ୍ୟାୟନ - ଛାତ୍ରଛାତ୍ରୀ ଦେବେ ଫିଡବ୍ୟାକ

ଶିକ୍ଷାର ମାନ ବଢାଇବା ଲାଗି ଉଚ୍ଚଶିକ୍ଷା ବିଭାଗର ପ୍ରଶଂସନୀୟ ପ୍ରୟାସ । ଏଣିକି ଅଧ୍ୟାପକଙ୍କୁ ଫିଡବ୍ୟାକ ଦେବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Feedback of students to lectures
Feedback of students to lectures
author img

By

Published : Aug 15, 2023, 10:54 PM IST

ଭୁବନେଶ୍ବର: ଏଣିକି ପିଲାଙ୍କ ହାତରେ ଅଧ୍ୟାପକଙ୍କ ଦକ୍ଷତା ମୂଲ୍ୟାୟନ । ଅଧ୍ୟାପକଙ୍କ ପାଠପଢାରେ ହେଉ ବା କଲେଜର ଭିତ୍ତିଭୂମିକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ମାଳମାଳ ଅଭିଯୋଗ ପରେ ଉକ୍ତ କଲେଜଗୁଡିକୁ ୧୪ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତାଲିକାରେ ରହିଛନ୍ତି ବିଜେବି, ମହର୍ଷି, ଏସସିଏସ ଭଳି ଅଗ୍ରଣୀ ଡିଗ୍ରୀ କଲେଜ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉକ୍ତ କଲେଜଗୁଡ଼ିକୁ ରିପୋର୍ଟ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ ।

Higher Education department
ଛାତ୍ରଛାତ୍ରୀଙ୍କ ଫିଡବ୍ୟାକ ଦାଖଲ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଉଚ୍ଚ ଶିକ୍ଷାନୁଷ୍ଠାନର ଶିକ୍ଷାର ମାନ ବଢାଇବାକୁ ଉଚ୍ଚଶିକ୍ଷା ବିଭାଗର ଅଭିନବ ପ୍ରୟାସ ଆରମ୍ଭ କରିଛି । ଅଧ୍ୟାପକଙ୍କ ବିରୋଧରେ ବଢ଼ୁଛି ନକରାତ୍ମକ ଫିଡବ୍ୟାକ। ଅଧ୍ୟାପକଙ୍କ ପାଠ ପଢାରେ ହେଉ ବା କଲେଜର ଭିତ୍ତିଭୂମିକୁ ନେଇ ଅସନ୍ତୁଷ୍ଟ ରହୁଛନ୍ତି ଛାତ୍ରଛାତ୍ରୀ । ଅନେକ ଥର ଅଭିଯୋଗ ହେବା ପରେ ତତ୍ପର ହୋଇଛି ଉଚ୍ଚ ଶିକ୍ଷା ବିଭାଗ । ତେବେ ଏହି ସମସ୍ତ କଲେଜ ମଧ୍ୟରେ ରହିଛନ୍ତି ରାଜ୍ୟରେ ନାମୀଦାମୀ ଡିଗ୍ରୀ କଲେଜ । ଯାହା ଭୁବନେଶ୍ବରର ବିଜେବି ସ୍ବୟଂଶାସିତ କଲେଜ ଏବଂ ମହର୍ଷି କଲେଜ ସମେତ ପୁରୀର ଏସସିଏସ ଓ ରମାଦେବୀ କଲେଜ ଭଳି ରାଜ୍ୟରେ ଅନେକ ଅଗ୍ରଣୀ ଡିଗ୍ରୀ କଲେଜ ଅଭିଯୋଗ ତାଲିକାରେ ରହିଛନ୍ତି।

ଏହା ବି ପଢନ୍ତୁ- PGI Report: ସ୍କୁଲ ଶିକ୍ଷାରେ ତଳକୁ ଖସିଲା ଓଡ଼ିଶା

ଏପଟେ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷା ଲାଗି ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ତାହା ଆବଶ୍ୟକ ଅନୁଯାୟୀ କାର୍ଯ୍ୟକାରି ହେଉନାହିଁ। ରାଜ୍ୟର ନାମିଦାମି କଲେଜଗୁଡ଼ିକରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ଯାହା ସରକାରଙ୍କର ଗୁଣାତ୍ମକ ଶିକ୍ଷାର ଚିତ୍ର ପଦାରେ ପକାଇଛି । ଅନେକ କଲେଜରେ ଅଧ୍ୟାପକଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ମଧ୍ୟରେ କେହି ବି ଜଣେ ଠିକ ସମୟରେ କଲେଜ ଆସୁନାହାଁନ୍ତି । କଲେଜଗୁଡ଼ିକର ବାୟୋମେଟ୍ରିକର ବ୍ୟବସ୍ଥା ଥିଲେ ମଧ୍ୟ କାହିଁକି କଡାକଡ଼ି ଭାବରେ ପାଳନ କରାଯାଉ ନାହିଁ। ଏନେଇ ବାରମ୍ବାର ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ କଲେଜ ଏବଂ ବିଶ୍ଵବିଦ୍ୟାଳୟକୁ ପୂର୍ବରୁ ତାଗିଦ କରିସାରିଛି ।

ତେବେ ଉଚ୍ଚଶିକ୍ଷା ବିଭାଗର ଚିଠିରେ ଉଲ୍ଲେଖ ରହିଛି ଯେ, ବିଜେବି କଲେଜ ହେଉ ବା ମହର୍ଷି କଲେଜ ଏପରିକି ପୁରୀର ଏସସିଏସ କଲେଜ । ସବୁଠାରେ ସାଙ୍ଘାତିକ ଅଭିଯୋଗ କେଉଁଠାରେ ଅଧ୍ୟାପକମାନେ ସଠିକ ସମୟରେ କଲେଜ ଆସୁନଥିବା ବେଳେ ଆଉ କେଉଁଠି କଲେଜର ଭିତ୍ତିଭୂମିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । କଲେଜରେ ଲାଇବ୍ରେରିରେ ଆସିଷ୍ଟାଣ୍ଟ ନଥିଲେ କିନ୍ତୁ ଏବେ କରାଯାଇଛି। ବିଭିନ୍ନ କଲେଜରେ ଲାଇବ୍ରେରିରେ ଅନେକ ଥର ବହି ନଥାଏ କିନ୍ତୁ ଏବେ ତାହା ସହଜରେ ମିଲୁପାରୁଛି । ଶିକ୍ଷାର ମାନ ବଢାଇବା ଲାଗି ଏବେ ଅଧ୍ୟାପକଙ୍କ ବିରୋଧରେ ଫିଡବ୍ୟାକ ଦେବେ ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.