ETV Bharat / state

ଅଲିଭ ରିଡଲେଙ୍କ ସୁରକ୍ଷା ଓ ସଂରକ୍ଷଣକୁ ଗୁରୁତ୍ବ, ବସିଲା ଉଚ୍ଚସ୍ତରୀୟ ବୈଠକ

author img

By ETV Bharat Odisha Team

Published : Dec 10, 2023, 9:37 PM IST

Protection of Olive Ridley: ଅଲିଭ୍ ରିଡଲେଙ୍କ ସୁରକ୍ଷା ଓ ସଂରକ୍ଷଣ ସଂପର୍କରେ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ । ସମୁଦ୍ରରେ ପାଟ୍ରୋଲିଂ ଓ ନୋ ଫିସିଂ ଜୋନକୁ କଡାକଡି କରିବାକୁ ଗୁରୁତ୍ବ । ଅଧିକ ପଢନ୍ତୁ

ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଅନୁଷ୍ଠିତ, ଅଲିଭ୍‌ ରିଡଲେଙ୍କ ସୁରକ୍ଷା ଓ ସଂରକ୍ଷଣକୁ ଗୁରୁତ୍ବ

ଭୁବନେଶ୍ବର: ଶୀତ ଦିନର ବେଳାଭୂମି ଅତିଥି ଭାବେ ଅଲିଭ୍‌ ରିଡଲେ କଇଁଛ ସୁପରିଚିତ । ଏକ ବିଲୁପ୍ତକାୟ ଜୀବ ଭାବେ ଏହାର ସଂରକ୍ଷଣ ନିହାତି ଜରୁରୀ । ଓଡିଶାର ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଋଷିକୂଲ୍ୟା ବନ୍ୟପ୍ରାଣୀ ଅଭୟାରଣ୍ୟ ନଦୀ ତଟକୁ ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥାନ୍ତି । ଗତ ଗୁରୁବାର ଦିନ ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ସଂପର୍କରେ ଗଠିତ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ବନ ସଂରକ୍ଷକ (ବନ୍ୟ ପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କ ତରଫରୁ ଲୋକସେବା ଭବନରେ ଆହୁତ ଏହି ବୈଠକରେ ପ୍ରଥମେ ଗତ ୨୦୨୨ ନଭେମ୍ବର ମାସରେ ହୋଇଥିବା ବୈଠକର ନିଷ୍ପତ୍ତିର କାର୍ଯ୍ୟାନୁଷ୍ଠାନ ଏବଂ ୨୦୨୨-୨୩ ବର୍ଷରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା ।

ପ୍ରକାଶଯୋଗ୍ୟ ଯେ ଚଳିତ ବର୍ଷ ଉଭୟ ଗହୀରମଥା ଓ ଋଷିକୂଲ୍ୟାରେ ପ୍ରାୟ ୧୧ ଲକ୍ଷ ୪୯ହଜାର ଅଲିଭ୍ ରିଡଲେ କଇଁଛଙ୍କର ସମୂହ ଅଣ୍ଡାଦାନ ହୋଇଥିଲା । ଅଣ୍ଡାଦାନ ପରେ ଅଣ୍ଡାର ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ ଘେରି କରାଯାଇ ବରାବର କଡା ନଜର ରଖାଯାଇଛି । ଚଳିତ ବର୍ଷ ୬୬ଟି ପାଟ୍ରୋଲିଂ କ୍ୟାମ୍ପ , ଭିଏଚ୍ଏଫ୍, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସୁବିଧା ସହିତ କାର୍ଯ୍ୟ କରିବା ସହ ବନ ବିଭାଗ, ଭାରତୀୟ ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ମେରାଇନ୍ ପୁଲିସର ସହଯୋଗରେ ମିଳିତ ଭାବେ ସମୁଦ୍ରରେ ପାଟ୍ରୋଲିଂ କରାଯିବ । ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ ବ୍ୟତୀତ ନିଷିଦ୍ଧ ଅଞ୍ଚଳରେ ବନ ବିଭାଗ ସହ ମିଳିତ ପାଟ୍ରୋଲିଂ କରିବା ସହ ମତ୍ସ୍ୟ ବିଭାଗ ସ୍ବାଧୀନ ଭାବେ ପାଟ୍ରୋଲିଂ କରିପାରିବ ।

ଏହା ମଧ୍ୟ ପଢନ୍ତୁ ... ବାଲେଶ୍ବର ବେଳାଭୂମିରେ ଅଲିଭ ରିଡଲେ, ସୁରକ୍ଷା ପାଇଁ ତତ୍ପର ବନ ବିଭାଗ

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଦ୍ବାରା ମତ୍ସ୍ୟଜୀବୀମାନଙ୍କୁ "ନୋ-ଫିସିଂ ଜୋନ୍" ବିଷୟରେ ସତର୍କ କରାଇବା ପାଇଁ ବିକଶିତ ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ (ଏଫ୍ ଏଫ୍ ଏମ୍ ଏ) ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଓଡିଶୀ ନୃତ୍ୟ ଶିଳ୍ପୀ ତଥା ଜୈବ ବିଜ୍ଞାନୀ ଏବଂ କମିଟିର ସଦସ୍ୟା ଡଃ. ପ୍ରିୟମ୍ବଦା ମହାନ୍ତି ହେଜମାଦୀ ବୈଠକରେ ଯୋଗଦେଇ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏଥି ସମ୍ପର୍କିତ ଏକ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ଉପରେ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା ।

ଏ କ୍ଷେତ୍ରରେ ଉତ୍ତମ ଗବେଷଣାରେ ଅଭିନବତ୍ବ ରଖୁଥିବା ଅନୁଷ୍ଠାନ ବା ସଂସ୍ଥାକୁ ଗବେଷଣା ଦାୟିତ୍ବ ପ୍ରଦାନ କରାଯିବା ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗୁରୁତ୍ବ ଦେଇଥିଲେ । ବୈଠକରେ ପ୍ରଧାନ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ବାଳ, ପିସିସିଏଫ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟ ପ୍ରାଣୀ ୱାଡେନ୍ ଶ୍ରୀ ସୁଶାନ୍ତ ନନ୍ଦ, କୋଷ୍ଟ ଗାର୍ଡ, ଡିଆଇଜିଙ୍କ ସମେତ କମିଟିର ଅନ୍ୟ ସଦସ୍ୟ, ସଂପୃକ୍ତ ଅଂଚଳର ଆଂଚଳିକ ବନ ସଂରକ୍ଷକ ଓ ଜିଲ୍ଲା ବନ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.