ETV Bharat / state

ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ଧାରଣା

author img

By

Published : Dec 28, 2022, 1:41 PM IST

ଆବାସ ଯୋଜନାରୁ ବଞ୍ଚିତ ପରିବାର । ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଅସହାୟ ପରିବାର । ଗୁହାରି ସତ୍ତ୍ବେ ଶୁଣୁନି ପ୍ରଶାସନ । ଅଧିକ ପଢ଼ନ୍ତୁ

Awas yojana deprived
ଆବାସ ଯୋଜନା ପାଇଁ ଧାରଣା
ଆବାସ ଯୋଜନା ପାଇଁ ଧାରଣା

ଖୋର୍ଦ୍ଧା : ବାରମ୍ବାର ଅଭିଯୋଗ ସତ୍ତ୍ବେ ମିଳୁନି ଆବାସ ଯୋଜନା । ବିଡିଓଙ୍କ ନିକଟରେ ଅଭିଯୋଗ ପରେ ମଧ୍ୟ ନିରାଶ ହେଲେ ଆବାସ ଯୋଜନାରେ ଆଶାୟୀ ଥିବା ହିତାଧିକାରୀ । ଶେଷରେ ବ୍ଲକ ସମୁଖର ଧାରଣା ଦେଇଛନ୍ତି ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ ।

ଏହାମଧ୍ୟ ପଢ଼ନ୍ତୁ. ଆବାସ ଯୋଜନାରୁ ବଞ୍ଚିତ ଅସହାୟ ବୃଦ୍ଧ

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଖଙ୍ଗୁରିଆ ପଞ୍ଚାୟତରେ ରାଜନୈତିକ ଆକ୍ରୋଶ ରଖି ଖଙ୍ଗୁରିଆ ଗ୍ରାମର ୩୭ଟି ଯୋଗ୍ୟ ହିତାଧିକାରୀଙ୍କ ନାମ ଆବାସ ଯୋଜନା ତାଲିକାରୁ କାଟି ଦିଆଯାଇଛି । ଏ ସମ୍ପର୍କରେ ଅଭିଯୋଗ ଆଣି ଗ୍ରାମର ଆବାସ ଆଶାୟୀମାନେ ଆଜି ବୋଲଗଡ ବ୍ଳକ ଆଗରେ ଧାରଣା ଦେଇଛନ୍ତି ।

ଏନେଇ ପୂର୍ବରୁ ମଧ୍ୟ ସ୍ଥାନୀୟ ବିଧାୟକଙ୍କୁ ଦେଖା କରିଥିଲେ । ସେତେବେଳେ ବିଧାୟକ ପ୍ରତିଶୃତି ଦେଇଥିଲେ । ହେଲେ ତାହା ପାଣିର ଗାର ପାଲଟିଛି । ଏହାର ପ୍ରତିବାଦ କରି ହିତାଧିକାରୀମାନେ ବୋଲଗଡ଼ ବ୍ଲକ ସମୁଖରେ ଧରଣା ଦେଇଥିବା କହିଛନ୍ତି । ସେପଟେ ବୋଲଗଡ଼ ବ୍ଲକ ପ୍ରଶାସନ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।

ଏ ସମ୍ପର୍କରେ ଧାରଣାରତ ହିତାଧିକାରୀ କୀର୍ତ୍ତନ ଉତ୍ତରକବାଟ କହିଛନ୍ତି, ''ଆଜିକୁ ୩-୪ ବର୍ଷ ହେଲା ମୋ ମାଟି ଘର ଭାଙ୍ଗିଯାଇଛି । ରହିବାରେ ଅନେକ ଅସୁବିଧା ହେଉଛି । ଏନେଇ ୨୦୧୯ ମସିହାରେ ଅଭିଯୋଗ କରିଥିଲି । ସେତେବେଳେ ଜନଗଣନା ତାଲିକାରେ ମୋ ନାଁ ବାହାରି ନଥିଲା । ଏନେଇ ବିଡିଓଙ୍କୁ ଜଣାଇଥିଲି । ଏଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ବି ହୋଇଛି । ଏଠାରେ ଅନେକ ଥିଲାବାଲାଙ୍କୁ ମିଳିଛି ଆବାସ ଯୋଜନା । ହେଲେ ପ୍ରକୃତ ହିତାଧିକାରୀଙ୍କୁ ମିଳିନି ଏହି ଯୋଜନାର ସୁବିଧା । ଏମାନଙ୍କ ମଧ୍ୟରୁ ମୋତେ ବି ବାଦ୍ ଦିଆଯାଇଛି । ଆମେ ଯଦି ଗରିବ ହୋଇ ଏହି ସୁବିଧାରୁ ବଞ୍ଚିତ ହେବୁ ତାହାଲେ ଏହି ଯୋଜନା କାହା ପାଇଁ ।''

ସେହିପରି ଆଉଜଣେ ଧାରଣାରତ ହିତାଧିକାରୀ ରମାଦେଇ କହିଛନ୍ତି, ''ଆମର ଆବାସ ଯୋଜନାରେ ନାଁ ଥିଲା । ହେଲେ ଟଙ୍କା ଖାଇ ଆମ ନାଁକୁ କାଟି ଦେଇଛନ୍ତି । ଏନେଇ ଆମେ ବ୍ଲକ କାର୍ଯ୍ୟାଳୟକୁ ୩-୪ଥର ଆସିଲୁଣି । ହେଲେ କେହି ଆମ ସମସ୍ୟାର ସମାଧାନ କରୁନାହାଁନ୍ତି । ମାଟିଘର ଭାଙ୍ଗିଯାଇଛି । ପାଲ ଟାଙ୍ଗି ଦିନ କାଟୁଛୁ । ଆଉ ଏବେ ଶୀତଋତୁରେ ରହିବା ଆହୁରି ମୁସ୍କିଲ ହୋଇପଡ଼ିଛି ।''

ଘର ନଥିବାରୁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ହିତାଧିକାରୀ । ପରିବାର ନେଇ ଚଳୁଥିବା ହିତାଧିକାରୀ ଏବେ ପାଲଟାଙ୍ଗି ବଞ୍ଚୁଛନ୍ତି । ଅନ୍ୟପକ୍ଷରେ ଏବେ ଶୀତ ପଡ଼ିଛି । ଗାଁ ଗଣ୍ଡାରେ ପ୍ରବଳ କାକର ମଧ୍ୟ ପଡୁଛି । ଏହି ସମୟରେ ଲୋକେ ସଞ୍ଜ ହେଲେ ଘରୁ ବାହାରୁ ନଥିବା ବେଳେ ଏଠି କିନ୍ତୁ ପାଲ ଟାଙ୍ଗି ରହୁଛନ୍ତି ଅସହାୟ ପରିବାର । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଚି ଦେବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.