ଖୋର୍ଦ୍ଧା: ରାଜ୍ୟରେ ବର୍ଷା ବିତ୍ପାତ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ କିଛି ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲଗାଣ ବର୍ଷା ଫଳରେ ଅନେକ ସ୍ଥାନରେ ଝାଟିମାଟି ଘର ଭୁଷୁଡ଼ି ଯାଇଥିବାବେଳେ ରାସ୍ତା ଉପରେ ପାଣି ଚାଲୁଥିବାରୁ ଯୋଗଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଥିବା ମଧ୍ୟ ଜଣାପଡ଼ିଛି ।
ତେବେ ମଙ୍ଗଳବାର ଠାରୁ ଖୋର୍ଦ୍ଧାରେ ଅବିଶ୍ରାନ୍ତ ବର୍ଷା ହେବା ଫଳରେ ରାସ୍ତାଘାଟ ପୁରା ସୁନସାନ ହୋଇଯାଇଛି । ସେପଟେ ଏହି ଲଗାଣ ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ବିଶେଷକରି ଧାନ ଫସଲର ଥୋଡ଼ ବାହାରିବା ସମୟ ହୋଇଥିବାରୁ ଏହି ଲଘୁଚାପ ଜନିତ ବର୍ଷା ଦ୍ବାରା ଫସଲ ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଚିନ୍ତାରେ ପଡ଼ିଛି ଚାଷୀ । ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ସ୍ଥିତି ଯୋଗୁଁ ଅନେକ ଫସଲ ଉଜୁଡ଼ି ଯାଇଥିଲା । ଆଉ ଏବେ ଏହି ଲଗାଣ ବର୍ଷା ଚାଷୀ ମୁଣ୍ଡରେ ଚକଡ଼ ପକାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ