ETV Bharat / state

ଆହୁରି ୨ ଦିନ କାଳବୈଶାଖୀ ସମ୍ଭାବନା, ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି - ଆହୁରି ୨ ଦିନ କାଳବୈଶାଖୀ ସମ୍ଭାବନା

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଅଧିକ ପଢ଼ନ୍ତୁ

heavy rainfall expected to odisha
ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା
author img

By

Published : Apr 7, 2023, 7:03 PM IST

ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା

ଭୁବନେଶ୍ବର: ରାଜ୍ୟରେ ପଶ୍ଚିମା ଝଡ ପରେ କାଳବୈଶାଖୀ କୋପ । ଏହା ପ୍ରଭାବରେ ଉପକୂଳ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ରହିଛି । ଆସନ୍ତା ୨୪ ଘଣ୍ଟା ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟରେ ପବନର ବେଗ ୪୦ରୁ ୫୦ ରହିବା ସମ୍ଭାବନା ରହିଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଅଦିନିଆ ବର୍ଷାର ପ୍ରଭାବ । ସକାଳେ ପ୍ରଚଣ୍ଡ ଖରା ହେବା ସହ ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ହେଉଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଉପକୂଳ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦୁଝର, ଦେବଗଡ଼, ଢେଙ୍କାନାଳ, ଅନୁଗୋଳ, କେନ୍ଦ୍ରାପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତା ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଦକ୍ଷିଣ, ଆଭ୍ୟନ୍ତରୀଣ ଏବଂ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା । ବିଶେଷକରି କଟକ ଓ ଭୁବନେଶ୍ୱର ବାସିନ୍ଦାଙ୍କୁ ବେହାଲ କରିଥିଲା ଅଦିନିଆ ବର୍ଷା ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ଆର ବିଶ୍ବାସ କହିଛନ୍ତି, "ଗତ ୨୪ ଘଣ୍ଟାରେ ଦକ୍ଷିଣ ଓ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହୋଇଛି । ଏହି ସମୟରେ ୪୦ରୁ ୫୦ କିମି ପବନ ବହିଥିଲା । ତେବେ ରାଜ୍ୟର ଅନେକ ସ୍ଥାନରେ ଏବେ ଅଦିନିଆ ବର୍ଷା ଜାରି ରହିଥିବା ବେଳେ କୋରାପୁଟର ଲାମତାପୁଟରେ ସର୍ବାଧିକ ୭୫.୪ ମିମି ବର୍ଷା ରେକର୍ଡ କରାଯାଇଛି । କୋରାପୁଟରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପରିମାଣ ଅଧିକ ରହିଥିଲା । ମାତ୍ର ଅଧଘଣ୍ଟା ମଧ୍ୟରେ ୩୭୬୨ ଥର ବଜ୍ରପାତ ହୋଇଥିବା କେନ୍ଦ୍ର ସରକାରଙ୍କ ଦାମିନୀ ଆପରୁ ସୂଚନା ମିଳିଛି । ସେହିପରି ଖରାର ପ୍ରଭାବ ମଧ୍ୟ ରାଜ୍ୟରେ ରହୁଛି । ମାଲକାନଗିରିରେ ୩୯ .୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.