ETV Bharat / state

Weather Update: ଆଉ ୩ଦିନ ରାଜ୍ୟରେ ଅସହ୍ୟ ଗୁଳୁଗୁଳି, ୧୩ ପରେ କମିବ ତାପମାତ୍ରା

ରାଜ୍ୟରେ ଆହୁରି ୩ରୁ ୪ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି । ୧୩ ତାରିଖ ପରେ ତାପମାତ୍ରା ସାମାନ୍ୟ କମିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

author img

By

Published : Jun 10, 2023, 7:33 PM IST

Etv Bharat
Etv Bharat
ଆଉ ୩ଦିନ ରାଜ୍ୟରେ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ବର: ରାଜ୍ୟରେ ଆହୁରି ୩ ଦିନ ଧରି ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ୧୩ ତାରିଖ ପରେ ତାପମାତ୍ରା ସାମାନ୍ୟ କମ ରହିବ ସହ ଗୁଳୁଗୁଳିରୁ କିଛିଟା ଆଶ୍ବସ୍ତି ମିଳିବ । ରାଜ୍ୟ ଉପରେ ଦୁଇ ପ୍ରକାରର ପାଣିପାଗ ନିୟାମକ ରହିଥିବାରୁ ଆଗାମୀ ୩ରୁ ୪ ଦିନ ଯାଏଁ ପାଗର ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ୩ରୁ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଏହାକୁ ନେଇ ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର। ଏହି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଥିବାରୁ ହଳଦିଆ ଚେତାବନୀ ଜାରି କରାଯାଇଛି । କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଏହା ବି ପଢନ୍ତୁ- ଜନସମ୍ପର୍କ ନୁହେଁ, ଆତ୍ମରକ୍ଷା ପାଇଁ ବିଜେପି କାର୍ଯ୍ୟକ୍ରମ: ବିଜେଡି

ସେହିପରି ଆସନ୍ତା ୨୪ ଘଣ୍ଟାରେ ଦିନର ତାପମାତ୍ରା ଅଧିକା ରହିବ ସହ ରାଜ୍ୟର ଉପକୂଳ ଓଡ଼ିଶାର କିଛି ସ୍ଥାନରେ କାଁଭାଁ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ସକାଳୁ ସକାଳୁ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତି ହେଉଛି। ରାଜଧାନୀ ଭୁବନେଶ୍ବରରରେ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୭.୨ ଡିଗ୍ରୀ ପାର କରିଛି । ଗତକାଲି ୪୫ ଡିଗ୍ରୀ ଉପରେ ୨ଟି ସହରର ତାପମାତ୍ରା ରହିଥିଲା । ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ପାର ହୋଇଥିଲା । ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୫.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ଅନ୍ୟପଟେ ଜୁନ ୧୫ ତାରିଖ ପୂର୍ବରୁ ଓଡ଼ିଶା ଛୁଇଁବନି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବର୍ତ୍ତମାନ ସ୍ଥିତିରେ ପ୍ରବଳ ଗୁଳୁଗୁଳୁ ଲାଗି ରହିଥିବା ଲୋକେ ଗରମରେ ସନ୍ତୁଳି ହେଉଥିବା ବେଳେ ଜୁନ ୧୬ ପରେ ଅର୍ଥାତ ୧୬ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଏହି ବର୍ଷା ପ୍ରାକ ମୌସୁମୀ ବର୍ଷା ହୋଇପାରେ ଯାହା ଓଡ଼ିଶାରେ ମୌସୁମୀ ବର୍ଷା କରାଇବାରେ ସହାୟକ ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.