ETV Bharat / state

ଆକାଶରୁ ଅଗ୍ନି ବର୍ଷା: ସାଢେ 11ଟା ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ପଶ୍ଚିମ ଓଡିଶାରେ ଅଗ୍ନିବର୍ଷା । ସାଢେ 11ଟା ସୁଦ୍ଧା ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଭାବେ ପରଗଣିତ ହୋଇଛି । ଅଧିକ ପଢନ୍ତୁ

author img

By

Published : Jun 17, 2023, 12:45 PM IST

sambalpur records highest temperature
sambalpur records highest temperature

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତତଲା କଡେଇରେ ଭାଜି ହେଉଛନ୍ତି ରାଜ୍ୟବାସୀ । କ୍ରମଶଃ ପଶ୍ଚିମ ଓଡିଶାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଉଛି । ଡହ ଡହ ଖରାରେ ସିଝୁଛନ୍ତି ପଶ୍ଚିମ ଓଡିଶାବାସୀ । କେତେବେଳେ ବରଗଡରେ ତ ପୁଣି କେତେ ବେଳେ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ରେକର୍ଡ ହେଉଛି । ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି । ସେପଟେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଲାଗାତାର 40 ଡିଗ୍ରୀ ପାର କରୁଛି ତାପମାତ୍ରା ।

ଦିନ 11ଟା ସୁଦ୍ଧା କେଉଁ ଜିଲ୍ଲାରେ କେତେ ତାପମାତ୍ରା: ଆଜି ଦିନ ସାଢେ 11ଟା ସୁଦ୍ଧା ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଭାବେ ପରଗଣିତ ହୋଇଛି । ଏଠାରେ ତାପମାତ୍ରା 42.6 ଡିଗ୍ରୀ ରେକର୍ଡ ହୋଇଛି । ଏହାପରେ ହୀରାକୁଦରେ 42.4 ଡିଗ୍ରୀ, ଭୁବନେଶ୍ବରରେ 42.2 ଡିଗ୍ରୀ, ଝାରସୁଗୁଡାରେ 42.2 ଡିଗ୍ରୀ ରେକର୍ଡ ହୋଇଛି । ସେହିପରି କେନ୍ଦୁଝରରେ 39.2 ଡ଼ିଗ୍ରୀ, ଚାନ୍ଦବାଲିରେ 38.6 ଡ଼ିଗ୍ରୀ, ପୁରୀରେ 36 ଡ଼ିଗ୍ରୀ, ଗୋପାଳପୁରରେ 35.4 ଡ଼ିଗ୍ରୀ, ପାରାଦ୍ବୀପରେ 34.4 ଡ଼ିଗ୍ରୀ ଓ ବାଲେଶ୍ୱରରେ 33.6 ଡ଼ିଗ୍ରୀ ରେକର୍ଡ ହୋଇଛି ତାପମାତ୍ରା ।

ଆଜି ସକାଳ 8ଟା 30 ସୁଦ୍ଧା ଝାରସୁଗୁଡାରେ ସବୁଠାରୁ ଅଧିକ ତାପମାତ୍ରା 36.6 ଡ଼ିଗ୍ରୀ ରହିଥିଲା । ଏହାପରେ ସମ୍ବଲପୁରରେ 36.2 ଡିଗ୍ରୀ, ହୀରାକୁଦରେ 35.8 ଡିଗ୍ରୀ ଓ ଭୁବନେଶ୍ବରରେ 35.6 ଡିଗ୍ରୀ ରେକର୍ଡ ହୋଇଥିଲା । ଶୁକ୍ରବାର ସୋନପୁରରେ ସର୍ବାଧିକ ତାପମାତ୍ରା ରହିଥିଲା । ଏଠାରେ 45.6 ଡ଼ିଗ୍ରୀ ଏବଂ ଝାରସୁଗୁଡାରେ 45.4 ଡ଼ିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଥିଲା ।

ଆହୁରି 3 ଦିନ ତତାଇବ: ତେବେ ରାଜ୍ୟରେ ଆହୁରି ତିନିଦିନ ଜାରି ରହିବ ଅଗ୍ନିବର୍ଷା । ତାପମାତ୍ରାରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଗତକାଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା । ଯାହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆସନ୍ତାକାଲି ମଧ୍ୟ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କିଛି କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ 5ରୁ 7 ଡ଼ିଗ୍ରୀ ଅଧିକ ରେକର୍ଡ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ତାତି କମିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ସୂଚନା: ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଛୋଟ ପିଲା ଏବଂ ଗୃହପାଳିତ ପଶୁମାନଙ୍କୁ କାର ଭିତରେ ଏକୁଟିଆ ନଛାଡିବାକୁ ଅଭିଭାବକ ମାନଙ୍କୁ କୁହାଯାଇଛି । ସାଧାରଣତଃ ବାହାରର ତାପମାତ୍ରା ଯଦି ୪୦ଡିଗ୍ରୀ ଥାଏ ତେବେ କାର ଭିତରର ତାପମାତ୍ରା ୬୦°ଡିଗ୍ରୀ ହେବା ପାଇଁ ମାତ୍ର ୧୫ ମିନିଟ ସମୟ ଲାଗେ । ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବା ସହ ଜୀବନ ଚାଲି ଯିବାର ମଧ୍ୟ ସମ୍ଭାବନା ରହିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.