ETV Bharat / state

ଡହଡହ ଖରାରେ ସିଝିବ ରଜ, ଆଗାମୀ ୫ଦିନ ଯାଏ ଜଳିବ ପଶ୍ଚିମରୁ ଉପକୂଳ - ଆଗାମୀ ୫ ଦିନ ଯାଏ ଜଳିବ ପଶ୍ଚିମରୁ ଉପକୂଳ

ଉପକୂଳକୁ ଆଶ୍ବସ୍ତୀ, ପଶ୍ଚିମ ଓଡ଼ିଶାରେ ତାତିର ଅଘୋଷିତ କର୍ଫ୍ୟୁ । ଆଗାମୀ ୫ଦିନ ଯାଏ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଅଧିକ ପଢ଼ନ୍ତୁ

heat wave alert for odisha
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି
author img

By

Published : Jun 13, 2023, 8:38 PM IST

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ପଶ୍ଚିମରେ ପ୍ରବଳ ତାତି ଜାରି ରହିଥିବା ବେଳେ ଉପକୂଳରେ ସାମାନ୍ୟ ଆଶ୍ବସ୍ତି । ନିମ୍ନ ଚାପରେଖା ପ୍ରଭାବରେ ଆଜି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହ ଝିପିଝିପି ବର୍ଷା ହୋଇଛି । ଏପଟେ ଦିନକ ପରେ ପୁଣି ତାତି ବଢିବ । ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ । ଡହଡହ ଖରାରେ ସଝିବ ରଜ । ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ସଭିୟର ହିଟ୍ ୱେଭ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟକୁ ପଶ୍ଚିମ ଦିଗରୁ ଗରମ ଶୁଷ୍କ ବାୟୁ ପ୍ରବାହ ବଢିବା ସହ କାଳବୈଶାଖୀର ପ୍ରଭାବ କମିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ସେପଟେ ମୌସୁମୀ କେବେ ଓଡ଼ିଶା ଛୁଇଁବ ସେ ନେଇ ବର୍ତ୍ତମାନ ସୁଦ୍ଧା ବି ଆକଳନ ହୋଇନାହିଁ । ଆରବ ସାଗରରେ ସୃଷ୍ଟି ହୋଇଥିଭା ଭୀଷଣ ବାତ୍ୟା ବିପର୍ଯ୍ୟୟ ମୌସୁମୀକୁ ସାମାନ୍ୟ ପ୍ରଭାବିତ କରଥିବା ପାଣିପାଗ କେନ୍ଦ୍ର କହିଛି । ସେହିପରି ବର୍ତ୍ତମାନ ସ୍ବାଭାବିକ ଠାରୁ ୬ ରୁ ୮ ଡିଗ୍ରୀ ଉପରେ ପାରଦ ରହିବ । ସିଭିୟର ହିଟ୍ ୱେଭ୍ ପାଇଁ ଆଞ୍ଚଳିକ ପାଣିପାଗ ପକ୍ଷରୁ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବି ରାଜ କରିବ ତାତି । ୧୬ ତାରିଖରେ ୪୦ ରୁ ୪୫ ଡିଗ୍ରୀ ମଧ୍ୟରେ ୯ ଜିଲ୍ଲାର ତାପମାତ୍ରା ରହିବାର ସମ୍ଭାବନା ଅଛି । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍‌ ଆଓ୍ବାର ଘୋଷଣା କରାଯାଇଛି । ଉପକୂଳ ଓଡ଼ିଶାରେ ତାତି ସହ ଉଚ୍ଚ ଆର୍ଦ୍ରତା ଘାତକ ସାଜିବ ।

ଗତକାଲି ପ୍ରବଳ ତାତିରେ ଆଉଟୁପାଉଟୁ ହେବା ପରେ ଆଜି ଉପକୂଳ ଓଡ଼ିଶାକୁ ସାମାନ୍ୟ ଆଶ୍ବସ୍ତୀ ମିଳିଛି । ଆକାଶ ମେଘାଛନ୍ନ ରହିବା ସହ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ ଏବଂ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିଛି । ଗୋଟିଏ ପଟେ ଉପକୂଳକୁ ଆଶ୍ବସ୍ତୀ ମିଳିଥିବା ବେଳେ ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ତାତିର ଅଘୋଷିତ କର୍ଫ୍ୟୁ ଜାରି ରହିଛି । ଦିନ ୧୧ ଟା ପରେ ଘରୁ ବାହାରିବାକୁ ଲୋକେ ଡରୁଛନ୍ତି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତାକାଲି ସିଭିୟର ହିଟ୍ ୱେଭ୍ ପାଇଁ ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର ଏବଂ ସୁନ୍ଦରଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ବାଲେଶ୍ବର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୧୫ ତାରିଖରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତାତିର ସର୍ବାଧିକ ପ୍ରଭାବ ୧୬ ଏବଂ ୧୭ ତାରିଖରେ ପଡିବ ବୋଲି ଆକଳନ କରାଯାଇଛି । ଏଥିପାଇଁ ପଶ୍ଚିମ, ଉତ୍ତର ଏବଂ ଉପକୂଳ ଓଡ଼ିଶାର ୧୯ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ତେବେ ଖରା ବର୍ଷାର ଲୁଚକାଳୀ ଖେଳ ମଧ୍ୟରେ ବିଳମ୍ବ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଜୁନ ଦ୍ବିତୀୟ ସପ୍ତାହ ଅତିକ୍ରମ କରିଥିଲେ ମଧ୍ୟ ରାଜ୍ୟରେ ଏଯାଏଁ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ । ମୌସୁମୀ କେବେ ଓଡ଼ିଶା ଛୁଇଁବ ସେନେଇ ଖୋଜ ଖବର ନାହିଁ । ଯଦି ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ଓଡ଼ିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ ନକରେ ତେବେ ସାଙ୍ଘାତିକ ସ୍ଥିତି ଉପୁଜିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.