ETV Bharat / state

ଉଦଘାଟିତ ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ଡିଂ, ଉଦଘାଟନ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ

author img

By ETV Bharat Odisha Team

Published : Oct 18, 2023, 10:36 PM IST

ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିବା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ଡିଂ କାର୍ଯ୍ୟ ଶେଷ ହୋଇଛି । ଏହାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦ୍‌ଘାଟନ କରିଛନ୍ତି । ଅଧିକ ପଢନ୍ତୁ

ଉଦଘାଟିତ ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ଡିଂ

ଭୁବନେଶ୍ବର: ଉଦଘାଟିତ ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ୍ଡିଂ । ବିଶ୍ୱବିଦ୍ୟାଳୟ ବିଲ୍ଡିଂ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟର ୨୪୨ଟି ସ୍ୱାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ଏହି ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେବେ ବୋଲି ସୂଚନା ଦେଇଛନ୍ତି ନିରଞ୍ଜନ ପୂଜାରୀ । ଏହା ସହ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ସହିତ ଅନ୍ୟାନ୍ୟ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶିକ୍ଷାଦାନ ଆରମ୍ଭ ହୋଇଛି । ଆଜି ଏହି ଅବସରରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟର ସୁପରିଚାଳନା ପାଇଁ ଇ-ଅଫିସ୍‌ ଉଦଘାଟିତ ହେବା ସହ ପ୍ରଥମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି ।

ସୂଚନା ଅନୁଯାୟୀ, ‘ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ’ ୨୦୨୧ରେ ବିଧାନସଭାରେ ପାରିତ ହୋଇ ୫ ମାର୍ଚ୍ଚ ୨୦୨୩ରୁ ଏକାମ୍ର କ୍ଷେତ୍ର ଶିଶୁଭବନ ଛକରେ କାର୍ଯ୍ୟ ଆରମ୍ଭ କରିଥିଲା । ରାଜ୍ୟରେ ମେଡିକାଲ୍‌ ଏବଂ ସହଯୋଗୀ ସ୍ୱାସ୍ଥ୍ୟବିଜ୍ଞାନ ପାଠ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ରାଜ୍ୟର ୨୪୨ଟି ସ୍ୱାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ଏହି ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେବା ସଙ୍ଗେ ସଙ୍ଗେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ସହିତ ଅନ୍ୟାନ୍ୟ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶିକ୍ଷାଦାନ ଆରମ୍ଭ ହୋଇଛି । ୨୦୨୩-୨୪ ଏକାଡେମିକ୍‌ ସେସନ୍‌ରୁ ଏମ୍‌ବିବିଏସ୍‌, ଏମ୍‌.ଡି., ଏମ୍‌.ଏସ୍‌, ଡି.ଏମ୍‌, ଏମ୍‌ସିଏଚ୍‌, ବିଡିଏସ୍‌, ଏମ୍‌ଡିଏସ୍‌, ବିଏଏମ୍‌ଏମ୍‌, ବିଏଚ୍‌ଏମ୍‌ଏସ୍‌, ବି.ଏସ୍‌ସି ନର୍ସିଂ, ଏମ୍‌.ଏସ୍‌ସି ନର୍ସିଂ, ବିପିଟି, ଏମ୍‌ପିଟି, ବିଏମ୍‌ଏଲ୍‌ଟି, ବିଏମ୍‌ଆର୍‌ଟି, ବିଇଏମ୍‌ଟି, ବିଓଟିଟି, ବିଏଟି, ବିଓ, ବିଓଟି, ଏମ୍‌ଓଟି, ବି. ଫାର୍ମ, ଏମ୍‌.ଫାର୍ମ ଇତ୍ୟାଦି ନିର୍ଦ୍ଧାରିତ ନିୟମାବଳୀ ଏବଂ ପାଠ୍ୟକ୍ରମ ଅଧୀନରେ ପରିଚାଳିତ ହେବ।

ଏହା ମଧ୍ୟ ପଢନ୍ତୁ...ଦୂର ହେବ ସିକିମ ରୟତଙ୍କ ଜମି ସମସ୍ୟା: ଉପକୃତ ହେବେ କଟକ, ପୁରୀ ଓ ବାଲେଶ୍ବରର ୨ ଲକ୍ଷ ଚାଷୀ

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦୂରଦୃଷ୍ଟି ତଥା ରାଜ୍ୟ ସରକାରଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଛି ବୋଲି କୁଳପତି ପ୍ରଫେସର ଦତ୍ତେଶ୍ୱର ହୋତା କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ବିଧାୟକ ଡ. ନୃସିଂହ ଚରଣ ସାହୁ ଏବଂ ଡ. ପ୍ରମୋଦ କୁମାର ମଲ୍ଲିକ ଏବଂ ରେଜିଷ୍ଟ୍ରାର ଓଡ଼ଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଉପସ୍ଥିତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଘର ଢିଙ୍କି କୁମ୍ଭୀର: କ୍ୟାପିଟାଲ ହସ୍ପିଟାଲରୁ 60 ଲକ୍ଷର ମେସିନ ଚୋରି କରିନେଲେ ସୁଇପର ଓ ସିକ୍ୟୁରିଟି ଗାର୍ଡ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.