ETV Bharat / state

ସରଳ ହେଲା ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ଏଣିକି ଦେବାକୁ ପଡିବନି GIS ଓ ଗ୍ୟାପ ଆନାଲିସିସ୍ ତଥ୍ୟ

author img

By

Published : Dec 14, 2022, 12:31 PM IST

2023-24 ଶିକ୍ଷାବର୍ଷରୁ ଲାଗୁ ହେବ ନୂଆ ନିୟମ । ରାଜ୍ୟରେ ଉଚ୍ଚ ଗୁଣାତ୍ମକମାନର ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଏ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନୋ-ଅବ୍‌ଜେକ୍‌ସନ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ କରିଛନ୍ତି ଅଧିକ ସହଜ ଓ ସରଳ । ଅଧିକ ପଢନ୍ତୁ

ସହଜ ଓ ସରଳ ହେଲା ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା

ଭୁବନେଶ୍ବର: ସହଜ ସରଳ ହେଲା ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା । 2023-24 ଶିକ୍ଷାବର୍ଷରୁ ଲାଗୁ ହେବ ନୂଆ ନିୟମ । ରାଜ୍ୟରେ ଉଚ୍ଚ ଗୁଣାତ୍ମକମାନର ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଏ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନୋ-ଅବ୍‌ଜେକ୍‌ସନ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ କରିଛନ୍ତି ଅଧିକ ସହଜ ଓ ସରଳ । ଏଥିପାଇଁ ଗତକାଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅନ୍ୟପଟେ ଏନେଇ ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ୍ କହିଛନ୍ତି ଯେ, ‘‘ପ୍ରଚଳିତ ବ୍ୟବସ୍ଥା ସମ୍ବନ୍ଧରେ ବିଭିନ୍ନ ସ୍ତରରୁ ମିଳିଥିବା ମତାମତକୁ ଏକ ଉଚ୍ଚସ୍ତରୀୟ କମିଟି ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରିଥିଲା । କମିଟିଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷଠାରୁ ନୂଆ ନର୍ସିଂ, ଡି.ଫାର୍ମା, ବି.ଫାର୍ମା, ଏମ୍‌.ଫାର୍ମା, ଡି.ଏମ.ଏଲ୍‌.ଟି, ଡି.ଏମ୍‌.ଆର୍‌.ଟି., ଫିଜିଓଥେରାପି, ଅକୁପେସନାଲ୍ ଥେରାପି ଓ ଆନୁସାଙ୍ଗିକ ବିଷୟରେ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଦରଖାସ୍ତକାରୀଙ୍କୁ ଜି.ଆଇ.ଏସ୍‌. ଏବଂ ଗ୍ୟାପ ଆନାଲିସିସ୍ ତଥ୍ୟ ଦେବାକୁ ପଡିବ ନାହିଁ ।’’

ତେବେ ଏ ପ୍ରକାର ଅନୁଷ୍ଠାନ ଗୁଡିକର ଭିତ୍ତିଭୂମି ଓ ଦକ୍ଷତା ଆକଳନ ସମ୍ପୃକ୍ତ ବିଷୟରେ କମିଟି ଦ୍ବାରା କରାଯିବ । ଆକଳନରେ ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ, ବି.ଡି.ଓ., ତହସିଲ୍‌ଦାର ଆଦିଙ୍କର ସଂପୃକ୍ତି ଦରକାର ହେବ ନାହିଁ । ଏହି ନୂଆ ବ୍ୟବସ୍ଥା ଦ୍ବାରା ରାଜ୍ୟରେ ଅଧିକ ଗୁଣାତ୍ମକମାନର ସ୍ବାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦେବା ସହ ସ୍ବାସ୍ଥ୍ୟ ସେବା ନିମନ୍ତେ ତାଲିମପ୍ରାପ୍ତ ଓ କୁଶଳୀ ମାନବ ସମ୍ଭଳ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.