ETV Bharat / state

DAMAN ଚଳଚ୍ଚିତ୍ର ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସ୍କ୍ରିନିଂ - ଦମନ

ଦମନ ଚଳଚ୍ଚିତ୍ର ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସ୍କ୍ରିନିଂ । ଚଳଚ୍ଚିତ୍ରର ସ୍କ୍ରିନିଂ ପାଇଁ ସବ୍ ଡିଭିଜନ୍ ପ୍ରତି ଗୋଟିଏ ସୋକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

DAMAN
DAMAN
author img

By

Published : Nov 24, 2022, 2:18 PM IST

ଭୁବନେଶ୍ବର: ଓଡିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଦମନ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମାଲକାନଗିରି ଜିଲ୍ଲାର ଅନ୍ଧକାର ସହ କିଭଳି ସାଧାରଣ ଲୋକଙ୍କ ପାଇଁ ଏକ ଡାକ୍ତର ଲଢ଼ି ଅନ୍ଧବିଶ୍ୱାସ ଦୂର କରିବାକୁ ଚେଷ୍ଟା କରୁଛି ସେହି ସଂଘର୍ଷ କାହାଣୀ ବଖାଣିଛି ଫିଲ୍ମ ଦମନ । ଯାହାକି ସରକାରୀ ତଥା ଜନସାଧାରଣଙ୍କ ଉଦ୍ୟମ ଏବଂ ଅବଦାନ ଉପରେ ଏକ ସକରାତ୍ମକ ବାର୍ତ୍ତା ଦେଇଥାଏ । ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ଅଧିକାରୀମାନେ ପ୍ରେକ୍ଷାଳୟରେ ସ୍ୱତନ୍ତ୍ର ସ୍କ୍ରିନିଂ ମାଧ୍ୟମରେ ଦମନ ଦେଖବାକୁ ପ୍ରୟାସ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ସମ୍ବଲପୁର ଭିସୁଟରେ ପୁଣି ରାଗିଂ ଅଭିଯୋଗ

ଓଡିଆ ଚଳଚ୍ଚିତ୍ର 'ଦମନ୍' ଓଡ଼ିଶାର ଲୋକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି । ମ୍ୟାଲେରିଆ ବିଲୋପ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଉପରେ ଆଧାରିତ ଏହି ଚଳଚ୍ଚିତ୍ର 'DAMAN' (ଦୁର୍ଗମ ଆଞ୍ଚଲେ ମ୍ୟାଲେରିଆ ନିରାକରଣ)। ଏହି ଚଳଚ୍ଚିତ୍ରଟି ମାଲକାନଗିରିର ଏକ ମ୍ୟାଲେରିଆ ପ୍ରବଣତା ଜିଲ୍ଲାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ଯୋଜନାର ସଫଳତାର କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟି ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରିବାରେ ସରକାରୀ ତଥା ଜନସାଧାରଣଙ୍କ ଉଦ୍ୟମ ଏବଂ ଅବଦାନ ଉପରେ ଏକ ସକରାତ୍ମକ ବାର୍ତ୍ତା ଦେଉଛି ।

ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ତଥା ଅନ୍ୟାନ୍ୟ ବରିଷ୍ଠ ଜିଲ୍ଲାସ୍ତରର ଅଧିକାରୀମାନେ ଜିଲ୍ଲାର ପ୍ରେକ୍ଷାଳୟରେ ସ୍ୱତନ୍ତ୍ର ସ୍କ୍ରିନିଂ ମାଧ୍ୟମରେ ଦମନ ଫିଲ୍ମ ଦେଖିବାରେ ପ୍ରାୟାସ କରାଯାଉଛି । ଚଳଚ୍ଚିତ୍ରର ସ୍କ୍ରିନିଂ ପାଇଁ ସବ୍ ଡିଭିଜନ୍ ପ୍ରତି ଗୋଟିଏ ସୋକୁ ଅନୁମତି ଦେବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ ଏନେଇ ଜିଲ୍ଲା ହେଡ କ୍ୱାର୍ଟରରେ କିମ୍ବା ସବ-ଡିଭିଜନାଲ ହେଡକ୍ୱାର୍ଟରରେ ଥିବା ସିନେମା ହଲ୍ ବୁକ୍ କରିବାକୁ ଅନୁରୋଧ କରାଯାଇଛି । ତେବେ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.