ETV Bharat / state

ଗ୍ରୀଷ୍ମ ପ୍ରବାହ ପାଇଁ ସ୍ୱାସ୍ଥ୍ୟ ବିଭାଗର ସତର୍କତା: ମେଡିକାଲରେ ଏସି ରୁମ୍‌, ଔଷଧ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

author img

By

Published : Apr 12, 2023, 1:49 PM IST

ଆଗାମୀ ୪ ଦିନ ରାଜ୍ୟରେ ପ୍ରବଳ ଖରା ହେବ । ଏସି ରୁମ୍‌, ଆମ୍ବୁଲାନ୍ସ, ଔଷଧ ପ୍ରସ୍ତୁତ ରଖିବାକୁ ହସ୍ପିଟାଲ ଗୁଡିକୁ ପରାମର୍ଶ ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ଗ୍ରୀଷ୍ମ ପ୍ରବାହ ପାଇଁ ସ୍ୱାସ୍ଥ୍ୟ ବିଭାଗର ସତର୍କତା

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୯ଟା ପରେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇଯାଇଛି । ଆଗକୁ ତାପମାତ୍ରା ଆହୁରି ବଢିବ । ତତଲା କଡେଇରେ ସିଝିବ ଓଡ଼ିଶା । ଆଗାମୀ ୪ ଦିନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ମେଡିକାଲକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ମେଡିକାଲ ଗୁଡିକୁ ଏସି ରୁମ୍‌ ସହିତ ଔଷଧ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗ୍ରୀଷ୍ମ ପ୍ରବାହ ନେଇ ରାଜ୍ୟର ସମସ୍ତ ମେଡିକାଲରେ କୁଲର ସହିତ ଏସି ରୁମ ରଖିବାକୁ ନିର୍ଦ୍ଦେଶ ରହିଛି । ଏହାସହ ଔଷଧ ସମେତ ହଠାତ୍ ଏକ ରୋଗୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ ପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଜିଲ୍ଲାରେ କଲ୍ ସେଣ୍ଟର କରାଯାଇଛି । ଏନେଇ ସର୍ତକ ରହିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲାପାଳ ଓ ସ୍ଵାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ଲୋକଙ୍କୁ ସଚେତନ କରାଇବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି ।

ଅଂଶୁଘାତ ସମୟରେ କ'ଣ କରିବା ଆବଶ୍ୟକ, ଖରାରେ ବାହାରିଲେ କ'ଣ କ'ଣ ସଙ୍ଗରେ ନେବା ଜରୁରୀ ସେ ବିଷୟରେ ଜିଲ୍ଳାପାଳମାନଙ୍କ ସହାୟତାରେ ଲୋକଙ୍କୁ ସଚେତନ କରାଯିବ । ଯେହେତୁ ଆଗାମୀ ୪ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି, ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ରାଜ୍ୟରେ ଦୁଇ ଦିନ ହେଲା ପ୍ରବଳରୁ ଅତି ପ୍ରବଳ ଖରା ହେଉଛି । ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି । ଏପଟେ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟରେ ସମସ୍ତ ଅଙ୍ଗନବାଡି ଓ ସ୍କୁଲକୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଖରାକୁ ବାହାରିବା ସମୟରେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା ବା କପଡ଼ା ସମେତ ଛତା ଓ କଳା ଚଷମା ରଖିବା ଆବଶ୍ୟକ । ପ୍ରବଳ ଖରା ହେବା ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାରେ ପଦାକୁ ନଯିବାକୁ କୁହାଯାଇଛି । ତେବେ ଅତି ଜରୁରୀ କାମ ଥିଲେ ସମସ୍ତ ପ୍ରକାରର ପ୍ରିକସନ ନେଇ ବାହାରକୁ ବାହାରନ୍ତୁ । ବୃଦ୍ଧା ଲୋକମାନେ ଘର ବାହାରକୁ ନା ବାହାରିବାକୁ ପରାମର୍ଶ । ଏହା ସହ ବାହାରକୁ ବାହାରିବା ସମୟର ପାଣି ବୋତଲ ଓ ଓଆରଏସ ପାଣି ନେଇ ଯାଆନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.