ETV Bharat / state

ତିନି ମାସ ଧରି ତିରିଶ ଜିଲ୍ଲାକୁ ସଚେତନ କରିବ ସ୍ବାସ୍ଥ୍ୟ ବିଭାଗ - ସ୍ବାସ୍ଥ୍ୟ ବିଭାଗ

ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ପାଇଁ ସ୍ବାସ୍ଥ୍ୟ ବିଭାଗ ଆରମ୍ଭ କଲା ସଚେତନତା ଅଭିଯାନ । ତିନି ମାସ ଧରି 30 ଜିଲ୍ଲାରେ ଚାଲିବ ଏହି ଅଭିଯାନ ।

ଫଟୋ ସୌଜନ୍ଯ: ସମ୍ବାଦଦାତ, ଭୁବନେଶ୍ବର
author img

By

Published : Jun 17, 2019, 9:37 PM IST

Updated : Jun 17, 2019, 11:15 PM IST

ଭୁବନେଶ୍ବର: ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ସଚେତନତା ନେଇ ଆରମ୍ଭ ହୋଇଛି ୩ ମାସିଆ ସଚେତନତା ଅଭିଯାନ। ଏହି ଅଭିଯାନ ଜୁନ ୧୭ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୧୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହା ସହିତ 3 ମାସ ମଧ୍ୟରେ 30 ଟି ଜିଲ୍ଲା ଓ 5 ଟି ମହାନଗର ଅଞ୍ଚଳରେ ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତ, ଭୁବନେଶ୍ବର

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟକ ଘରେ ଓଆରଏସ ପ୍ୟାକେଟ ବଣ୍ଟାଯିବ, ୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଜିଙ୍କ ଟାଵଲେଟ ଦିଆଯିବ । ୧୭ଟି ଜିଲ୍ଲାର ୧ କୋଟି ୭୦ ଲକ୍ଷ ଔଷଧ ଓ ଉପଚାରିତ ମସାରି ବଣ୍ଟାଯାଇଥିବା ବେଳେ ଆଗକୁ ୨୬ ଲକ୍ଷ ଅଧିକ ମସାରି ବଣ୍ଟାଯିବ । ଏଥିସହିତ ଗାଁ କଲ୍ୟାଣ ସମିତି, ଅଙ୍ଗନବାଡି କର୍ମୀ ମିଳିତ ଭାବରେ ସଫେଇଠୁ ଆରମ୍ଭକରି କୀଟ ନାଶକ ମଶାରୀର ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଇବ ସ୍ବାସ୍ଥ୍ୟ ବିଭାଗ ।

ସେହିପରି ଜୁଲାଇ୧୬ ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଡେଙ୍ଗୁ ଓ ମ୍ୟାଲେରିଆ ଉପରେ ଗୁରୁତ୍ୱ ଦିଆଯିବ। ବିଶୁଦ୍ଧ ଜଳ, ହାତ ସଫା କରିବା ପାଇଁ ଆଶାକର୍ମୀ ମାନଙ୍କ ଦ୍ୱାରା ସଚେତନ କରାଯିବ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ବିଭାଗର ନିର୍ଦେଶକ ଡ଼ ହରପ୍ରସାଦ ପଟ୍ଟନାୟକ ।

ଭୁବନେଶ୍ବରରୁ ସଂଜୀବ କୁମାର ରାୟ, ଇଟିଭି ଭାରତ

Intro:ଆଂଙ୍କର -ହାଇକୋର୍ଟ ବାର ମଧ୍ୟରୁ ନିୟମିତ ଆଇନଜୀବୀମାନଙ୍କ ମଧ୍ୟରୁ ବିଚାରପତି ଚୟନ କରିବା ଦାବିରେ ଆନ୍ଦୋଳନ ଜାରିରହିବ।ଆସନ୍ତା ୨୬ ତାରିଖ ଅର୍ଥାତ ୧୦ ଦିନ ପର୍ଯ୍ୟନ୍ତ ବେଲିଜିୟମ ସଦସ୍ୟ ଥିବା ୩ ବିଚାର ପତିଙ୍କ କୋର୍ଟ କୁ ବର୍ଜନ କରିବା ପାଈଁ ହାଇକୋର୍ଟ ବାର ଆସୋସିଏସନ ନିଷ୍ପତି ନେଇଛି।ଏନେଇ ଆଜି ବାର ପରିସରରେ ହୋଇଥିବା ସାଧାରଣ ବୈଠକ ରେ ନିଷ୍ପତି ନିଆଯାଇଛି। ସେହିପରି ଆସନ୍ତା ୧୦ ଦିନ ମଧ୍ୟରେ ପ୍ରଧାନ ମନ୍ତ୍ରୀ ,ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଓ ଆଇନ ମନ୍ତ୍ରୀ ଙ୍କୁ ଏକ ପ୍ରତିନିଧି ମଧ୍ୟ ଭେଟିବ ବୋଲି ନିଷ୍ପତି ନିଆଯାଇଛି।ସୂଚନା ଯୋଗ୍ୟ ହାଇକୋର୍ଟ ବାର ପରିସରଭୁକ୍ତ ନ ଥିବା ଜଣେ ଆଇନଜୀବୀଙ୍କୁ ବିଚାରପତି ପାଇଁ କଲେଜିୟମ ଚୟନ କରୁଥିବା ନିଷ୍ପତ୍ତିକୁ ବିରୋଧକରିଛି ହାଇକୋର୍ଟ ବାର ଆସୋସିଏସନ।
ଅନ୍ୟପଟେଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା କମିବାରେ ଲାଗିଛି । ହାଇକୋର୍ଟରେ ୨୭ ଜଣ ବିଚାରପତି ଆବଶ୍ୟକ ଥିଲାବେଳେ, ମାତ୍ର ୧୩ ଜଣ ବିଚାରପତିଙ୍କୁ ନେଇ ଓଡିଶା ହାଇକୋର୍ଟରେ ବିଚାର ପ୍ରକ୍ରିୟା ଚାଲୁଛି । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛି ଓଡିଶା ହାଇକୋର୍ଟ ବାର ଆସୋସିଏସନ୍‌ । ତୁରନ୍ତ ୧୪ଟି ବିଚାରପତି ପଦ ପୂରଣ କରିବା ସହିତ ହାଇକୋର୍ଟ ବାର ମଧ୍ୟରୁ ବିଚାରପତି ଚୟନ କରିବାକୁ ଆସୋସିଏସନ ଦାବି କରିଛି ।

ବାଇଟ -ଗୋପାଳ ମହାନ୍ତି, ସଭାପତି,ହାଇକୋର୍ଟ ବାର।Body:No needConclusion:Visuals byte through mojo
Last Updated : Jun 17, 2019, 11:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.