ETV Bharat / state

ନିର୍ଦ୍ଦେଶରେ ସୀମିତ ପ୍ରଧାନଶିକ୍ଷକଙ୍କ କ୍ଲାସ ପ୍ରସଙ୍ଗ, ହ୍ରାସ ହେଉନାହିଁ କାର୍ଯ୍ୟ ଚାପ - ଓଷ୍ଟାର ସମ୍ପାଦକ ପ୍ରକାଶ ମହାନ୍ତି

ପୂର୍ବତନ ପ୍ରଧାନ ଶିକ୍ଷକ ଜଲିଲ ଖାନ କହିଛନ୍ତି ଯେ, କେବଳ ଚିଠି ଦ୍ଵାରା ନିର୍ଦ୍ଦେଶ ନୁହେଁ ଏହା ପୂର୍ବରୁ ଷ୍ଟାଡିଂ କମିଟି ରହିଛି । ପ୍ରଧାନ ଶିକ୍ଷକ ମାନେ ଦୁଇଟି ବା ତିନୋଟି କ୍ଲାସ କରିବେ । ଯାହା ମୁଖ୍ୟ ବିଷୟ ଯେପରିକି ଗଣିତ ଇଂରାଜୀ ଓ ବିଜ୍ଞାନ ଭଳି ବିଷୟ ନେଉଛନ୍ତି । କିନ୍ତୁ ସ୍କୁଲର ଅନେକ କାମ ଚାପ ଯୋଗୁଁ ଏହି କ୍ଲାସ ନେବାରେ ବିଫଳ ହେଉଛନ୍ତି ପ୍ରଧାନ ଶିକ୍ଷକମାନେ । ଅଧିକ ପଢନ୍ତୁ

ନିର୍ଦ୍ଦେଶରେ ସୀମିତ ପ୍ରଧାନଶିକ୍ଷକଙ୍କ କ୍ଲାସ ପ୍ରସଙ୍ଗ, ହ୍ରାସ ହେଉନାହିଁ କାର୍ଯ୍ୟ ଚାପ

author img

By

Published : Apr 8, 2023, 10:14 PM IST

ନିର୍ଦ୍ଦେଶରେ ସୀମିତ ପ୍ରଧାନଶିକ୍ଷକଙ୍କ କ୍ଲାସ ପ୍ରସଙ୍ଗ, ହ୍ରାସ ହେଉନାହିଁ କାର୍ଯ୍ୟ ଚାପ

ଭୁବନେଶ୍ବର: ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ କ୍ଲାସ କରୁନାହାଁନ୍ତି । ସ୍କୁଲ ସମୟରେ ସେମାନେ ବିଦ୍ୟାଳୟ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଏମିତିକି ସ୍କୁଲର ଅନ୍ୟ ଶିକ୍ଷକମା‌ନେ ପଢ଼ାଉଛନ୍ତି କି ନାହିଁ ତାହା ତଦାରଖ ପାଇଁ ମଧ୍ୟ ପ୍ରଧାନଶିକ୍ଷକ ମାନଙ୍କ ପାଖରେ ସମୟ ରହୁନି । ଏହାରି ମଧ୍ୟରେ ଗଣଶିକ୍ଷା ବିଭାଗର ଚିଠିକୁ ବିତିଛି ଦୁଇ ବର୍ଷ । ହେଲେ ଅନେକ ସ୍କୁଲ ରହିଛି ଯେଉଁଠାରେ କି ପ୍ରଧାନ ଶିକ୍ଷକଙ୍କ ଉପରେ ଅନେକ ସ୍କୁଲର କାର୍ଯ୍ୟ ଚାପ ରହିଛି । ଯାହା ଫଳରେ ଅନେକ ପ୍ରଧାନ ଶିକ୍ଷକ ମାନେ ଆଜିପର୍ଯ୍ୟନ୍ତ ବି ଠିକ ଭାବରେ କ୍ଲାସ କରି ପାରୁନାହାଁନ୍ତି ।

ଏନେଇ ପୂର୍ବତନ ପ୍ରଧାନ ଶିକ୍ଷକ ଜଲିଲ ଖାନ କହିଛନ୍ତି ଯେ, କେବଳ ଚିଠି ଦ୍ଵାରା ନିର୍ଦ୍ଦେଶ ନୁହେଁ ଏହା ପୂର୍ବରୁ ଷ୍ଟାଡିଂ କମିଟି ରହିଛି । ପ୍ରଧାନ ଶିକ୍ଷକ ମାନେ ଦୁଇଟି ବା ତିନୋଟି କ୍ଲାସ କରିବେ । ଯାହା ମୁଖ୍ୟ ବିଷୟ ଯେପରିକି ଗଣିତ ଇଂରାଜୀ ଓ ବିଜ୍ଞାନ ଭଳି ବିଷୟ ନେଉଛନ୍ତି । କିନ୍ତୁ ସ୍କୁଲର ଅନେକ କାମ ଚାପ ଯୋଗୁଁ ଏହି କ୍ଲାସ ନେବାରେ ବିଫଳ ହେଉଛନ୍ତି ପ୍ରଧାନ ଶିକ୍ଷକମାନେ । ପ୍ରଧାନ ଶିକ୍ଷକ ମାନେ କ୍ଲାସ ନେଲେ ଶିକ୍ଷାଦାନରେ ଉନ୍ନତି ହେବ । ଯାହାଫଳରେ ପିଲାଙ୍କର ଜ୍ଞାନ ବଢିବା ସହ ସ୍କୁଲର ରେଜଲ୍ଟ ମଧ୍ୟ ଭଲ ହେବ ବୋଲି କହିଛନ୍ତି ।

ଏନେଇ ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ପ୍ରଧାନ ଶିକ୍ଷକ ମାନେ କ୍ଲାସ ରୁମରେ ପାଠ ପଢ଼ାଉଥିଲେ । ଏହା ଜାରି ରହିବା ଆବଶ୍ୟକ । କିନ୍ତୁ ବର୍ତ୍ତମାନ ଏହି ଚିଠିକୁ ଦୁଇ ବର୍ଷ ବିତି ଯାଇଛି । ୨୦୨୧ ମସିହା ଏପ୍ରିଲ୍ ମାସରୁ ୨୦୨୩ ଏପ୍ରିଲ୍ ମାସ । କିନ୍ତୁ ଅନେକ ପ୍ରଧାନ ଶିକ୍ଷକ ମାନେ କ୍ଲାସ କରୁନଥିବା ସୂଚନା ରହିଛି । ଏହାରି ମଧ୍ୟରେ ପ୍ରଶାସନିକ ସ୍ତରରେ ଦୂରତା ରହିଛି । ତେଣୁ ପ୍ରଧାନ ଶିକ୍ଷକଙ୍କୁ ଅନୁରୋଧ ଯେଉଁ ମାନେ କ୍ଲାସ କରୁନାହାନ୍ତି ସେମାନଙ୍କୁ ଅନୁରୋଧ ସେମାନେ ଦୁଇଟି ବା ତିନୋଟି କ୍ଲାସ କରନ୍ତୁ । ଏହା ସହ ଗଣଶିକ୍ଷା ବିଭାଗର ଅଧିକାରୀଙ୍କୁ ମଧ୍ୟ ଅନୁରୋଧ ଯେ, ସତରେ ପ୍ରଧାନ ଶିକ୍ଷକ ମାନେ ସେମାନେ କ୍ଲାସ କରୁଛନ୍ତି କି ନାହିଁ ତାହା ସମୀକ୍ଷା କରନ୍ତୁ । ସେମାନେ ଯଦି କ୍ଲାସ କରିବେ ପିଲାମାନେ ବେଶ୍ ଉପକୃତ ହେବେ ଏବଂ ଭଲ ପାଠ ପଢା ହେବ ସହ ସ୍କୁଲରେ ଭଲ ରେଜଲ୍ଟ ମଧ୍ୟ କରିବ ବୋଲି କହିଛନ୍ତି ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ ।

ଏପଟେ ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ସମ୍ପାଦକ ପ୍ରକାଶ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ରହିଥିଲା ଯେ, ପ୍ରତ୍ୟେକ ସ୍କୁଲର ପ୍ରଧାନଶିକ୍ଷକ ମାନେ ଦୈନିକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଦୁଇଟି କ୍ଲାସ କରିବେ । ପ୍ରଧାନଶିକ୍ଷକ ମାନେ ଦୁଇଟି କ୍ଲାସ କରିବା ଉଚିତ୍ । ଯାହା ମଡେଲ କ୍ଲାସ ହେବ ଆବଶ୍ୟକ ତେବେ ଶିକ୍ଷକମାନେ ସେ ସବୁକୁ ଅନୁସରଣ କରିବା ଆବଶ୍ୟକ । ଏପରି ସ୍କୁଲରେ ପ୍ରଧାନ ଶିକ୍ଷକ ମାନେ ଏକାଧିକ କ୍ଲାସ କରୁଛନ୍ତି ।

ଏହା ସହ ଅନେକ ଗୁଡ଼ିଏ ବୋଝ ପ୍ରଧାନଶିକ୍ଷକଙ୍କ ଉପରେ ରହିଥାଏ । ଅନେକ ସ୍କୁଲରେ ମଧ୍ୟ ଶିକ୍ଷକ ନାହାନ୍ତି ଯାହା ଫଳରେ ସମସ୍ତ କାର୍ଯ୍ୟ ପ୍ରଧାନ ଶିକ୍ଷକ କରିଥାନ୍ତି । ତେଣୁ ସ୍କୁଲରେ ଶିକ୍ଷକ ନିଯୁକ୍ତି କରିବା ଆବଶ୍ୟକ । ତେବେ ସରକାରଙ୍କୁ ନିବେଦନ ଯେ ତୁରନ୍ତ ସ୍କୁଲ ମାନଙ୍କରେ ଶିକ୍ଷକ ନିଯୁକ୍ତି କରି ପ୍ରଧାନ ଶିକ୍ଷକ ମାନଙ୍କୁ ଦୁଇଟି ମଡେଲ କ୍ଲାସ କରିବାକୁ ସୁଯୋଗ ଦିଅନ୍ତୁ । ଯାହା ଫଳରେ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଯୋଗଦାନ ବଢିବା ସହ ପିଲାଙ୍କର ଜ୍ଞାନ ମଧ୍ୟ ବଢିବ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ୨୦୨୧ ମସିହାରେ ଗଣଶିକ୍ଷା ବିଭାଗ ଚିଠି ଲେଖିଥିଲା ୨୦୨୧ ମସିହାରେ ଶିକ୍ଷା ବିଭାଗରେ ଥିବା ସଚିବ ସତ୍ୟବ୍ରତ ସାହୁ ବିଭିନ୍ନ ଜିଲ୍ଲା ଗସ୍ତରେ ବୁଲିବା ସହ ସ୍କୁଲ ମଧ୍ୟ ସମୀକ୍ଷା କରିଥିଲେ । ସେହି ସମୟରେ ପ୍ରଧାନଶିକ୍ଷକ କ୍ଲାସ କରୁନଥିବା ନଜରକୁ ଆସିଥିଲା। ତେବେ ଏହାପରେ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିଲେ । ସେହି ଚିଠିରେ ଲେଖାଥିଲା ଯେ, ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟରେ ଆଦୌ କ୍ଲାସ କରୁନାହାନ୍ତି ।

ସ୍କୁଲ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ସେମାନଙ୍କର ଅଭିଜ୍ଞତା ଓ ଭଲ ଦକ୍ଷତା ରହିଛି। ଶିକ୍ଷାଗତ ଯୋଗ୍ୟତା ବି ଉନ୍ନତମାନର । ତା’ପରେ ବି ସେମାନେ ଆଦୌ କ୍ଲାସ ନେବା ଚିନ୍ତାର ବିଷୟ । ତେଣୁ ଏଣିକି ପ୍ରତି ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୈନିକ ଅତି କମ୍‌ରେ ଦୁଇଟି ଲେଖାଏଁ କ୍ଲାସ ନେବେ । କ୍ଲାସରୁମ୍‌ରେ ପିଲାଙ୍କୁ ଶିକ୍ଷାଦାନ କରିବେ । ଏଥିସହ ଅନ୍ୟାନ୍ୟ ଶିକ୍ଷକମାନେ ଠିକ୍‌ ଭାବେ କ୍ଲାସ କରୁଛନ୍ତି କି ନାହିଁ, ତାହାର ତଦାରଖ କରିବେ । ଯେତେ‌ଶୀଘ୍ର ସମ୍ଭବ ଏ ଦିଗରେ ପଦକ୍ଷେପ ନେବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.