ETV Bharat / state

Aparajita Returns: ଅଲୋଡା ଅପରାଜିତା ଏବେ ପଡିଲେ ଲୋଡା ! - ସଂଗଠନକୁ ଫେରିଲେ ଅପରାଜିତା ଷଡଙ୍ଗୀ

ସାଉଥ ଆଫ୍ରିକାରେ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନରେ ଖାଲି ଥିବା ପଦବୀରେ ନିର୍ବାଚିତ ହୋଇ ଓଡିଶା ଫେରିବା ପରେ ବିମାନ ବନ୍ଦରରେ ସ୍ବାଗତ କରିବା ପାଇଁ ଦଳୀୟ ନେତା ପହଞ୍ଚିନଥିଲେ । ନିଜସ୍ବ ସଂଗଠନର କର୍ମୀ ବାଇକ ରାଲି କରିଥିଲେ । ଯାହା ଜଣାପଡୁଥିଲା ରାଜ୍ୟ ବିଜେପିର ନେତୃତ୍ବଙ୍କ ସହିତ ଅପରାଜିତାଙ୍କର ସବୁକିଛି ଠିକ ଚାଲିନଥିଲା । ଅଧିକ ପଢନ୍ତୁ

ଅଲୋଡା ଅପରାଜିତା ଏବେ ପଡିଲେ ଲୋଡା
ଅଲୋଡା ଅପରାଜିତା ଏବେ ପଡିଲେ ଲୋଡା
author img

By

Published : Apr 24, 2023, 9:54 PM IST

ଭୁବନେଶ୍ବର: ପ୍ରଶାସିକାରୁ ସାଂସଦ ହୋଇଥିବା ଅପରାଜିତା ଷଡଙ୍ଗୀ ଯେତେବେଳେ ରାଜନୀତିକୁ ଆସିଥିଲେ ଦଳୀୟ ନେତାଙ୍କ ସହିତ ସମନ୍ବୟ ରଖି ବହୁତ କିଛି କରିବା ପାଇଁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ପରବର୍ତ୍ତି ସମୟରେ ସେମିତି କିଛି ହୋଇନଥିଲା । ଦଳ ଭିତରେ ଅଲୋଡା ହୋଇଯାଇଥିଲେ ଅପରାଜିତା । ଏବେ କିନ୍ତୁ ବିଜେପି ପାଇଁ ଲୋଡା ପଡିଛନ୍ତି । ଆଉ ଅଲୋଡା ହୋଇନାହାଁନ୍ତି ଦଳ ଭିତରେ । ଲୋଡା ଅଲୋଡାର କଥା ଏଥିପାଇଁ ଉଠିଛି କାରଣ ଅତୀତର କିଛି ଘଟଣାରୁ ଯାହା ଜଣାପଡୁଥିଲା ଦଳ ଭିତରେ ଅପରାଜିତାଙ୍କୁ ଗୁରୁତ୍ବ ଦିଆଯାଉନଥିଲା । ଏବେ କିନ୍ତୁ ଦଳରେ ବଢିଛି ସାଂସଦ ମାଡାମଙ୍କ ଗୁରୁତ୍ବ ।

ଅଲୋଡା ଅପରାଜିତା ଏବେ ପଡିଲେ ଲୋଡା
ଅଲୋଡା ଅପରାଜିତା ଏବେ ପଡିଲେ ଲୋଡା

ଏହାବି ପଢନ୍ତୁ- Jharsuguda By Poll: କାହାର ପଲ୍ଲା ଭାରି ? କଣ କହୁଛି ଅତୀତର ଟ୍ରେଣ୍ଡ

ଏବେ ନଜର ପକାନ୍ତୁ ଅତୀତର କିଛି ଘଟଣା ବଳି ଉପରେ: ସାଂସଦ ଅପରାଜିତା ଷଡଙ୍ଗୀ କୌଣସି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କଲେ ଦଳୀୟ କାର୍ଯ୍ୟାଳୟ ବଦଳରେ ନିଜସ୍ବ କାର୍ଯ୍ୟାଳୟରେ କରୁଥିଲେ । ଏପରି ବି ପରିସ୍ଥିତି ହୋଇଥିଲା ଯେତେବେଳେ ସମାନ ସମୟରେ ଦଳୀୟ କାର୍ଯ୍ୟାଳୟରେ ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିବା ବେଳେ ସେହି ସମାନ ସମୟରେ ନିଜସ୍ବ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡାକୁଥିଲେ ଅପରାଜିତା । ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଜଣେ ସାଂସଦ ହିସାବରେ ଯେତିକି ଗୁରୁତ୍ବ ଦିଆଯିବା କଥା ସେତିକି ଗୁରୁତ୍ବ ଦିଆଯାଉନଥିଲା ଅପରାଜିତାଙ୍କୁ ।

ଗତ କିଛି ମାସ ମଧ୍ୟରେ ହୋଇଥିବା ବିଭିନ୍ନ ଉପ ନିର୍ବାଚନରେ ଷ୍ଚାର ପ୍ରଚାରକ ତାଲିକାରେ ନଥିଲେ ଅପରାଜିତା । ଏପରିକି ଧାମନଗର ଉପନିର୍ବାଚନ ସମୟରେ ଭଦ୍ରକ ଆଖଣ୍ଡଳମଣି ମନ୍ଦିର ବୁଲି ଯାଇଥିଲେ ମଧ୍ୟ ପ୍ରଚାରରେ ସାମିଲ ହୋଇନଥିଲେ ଅପରାଜିତା । ଖୋର୍ଦ୍ଧାରେ ଏକ କାର୍ଯ୍ୟକ୍ରମରେ ଅପରାଜିତାଙ୍କ ଉପସ୍ଥିତିରେ ଦଳୀୟ କର୍ମୀଙ୍କ ମଧ୍ୟରେ କଥା କଟାକଟି ଚର୍ଚ୍ଚା ସୃଷ୍ଟି କରିଥିଲା । ସରକାରୀ କାର୍ଯ୍ୟକ୍ରମରେ ଅପରାଜିତାଙ୍କୁ ସାମିଲ ନକରାଯିବା ପ୍ରସଙ୍ଗରେ ଅପରାଜିତା ନିଜେ ଏକା ଫାଇଟ କରୁଥିଲେ କିନ୍ତୁ ଦଳୀୟ ସମର୍ଥନ ମିଳୁନଥିଲା । ପୁରୀ ଶ୍ରୀମନ୍ଦିର ଓ ତାରା ତାରିଣୀ ମନ୍ଦିର ଯିବା ସମୟରେ ପୋଲିସ ଅଟକାଇଥିଲେ ମଧ୍ୟ ଦଳ ସମର୍ଥନରେ ବାହାରିନଥିଲେ । ନେତାମାନେ ପଦଟିଏ ବି କହିନଥିଲେ ।

ସାଉଥ ଆଫ୍ରିକାରେ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନରେ ଖାଲି ଥିବା ପଦବୀରେ ନିର୍ବାଚିତ ହୋଇ ଓଡିଶା ଫେରିବା ପରେ ବିମାନ ବନ୍ଦରରେ ସ୍ବାଗତ କରିବା ପାଇଁ ଦଳୀୟ ନେତା ପହଞ୍ଚିନଥିଲେ । ନିଜସ୍ବ ସଂଗଠନର କର୍ମୀ ବାଇକ ରାଲି କରିଥିଲେ । ଯାହା ଜଣାପଡୁଥିଲା ରାଜ୍ୟ ବିଜେପିର ନେତୃତ୍ବଙ୍କ ସହିତ ଅପରାଜିତାଙ୍କର ସବୁକିଛି ଠିକ ଚାଲିନଥିଲା । ଯେଉଁଥି ପାଇଁ ଜନ ସମର୍ଥନରେ ନିର୍ବାଚନ ଜିତିଥିଲେ ମଧ୍ୟ ଦଳ ମଧ୍ୟରେ ଯେତିକି ଗୁରୁତ୍ବ ପାଇବା କଥା ପାଉନଥିଲେ ଅପରାଜିତା । ଲିଙ୍ଗରାଜ ମନ୍ଦିରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ସମୟରେ ଅପରାଜିତାଙ୍କ ସହଯୋଗୀଙ୍କ ଉପରେ ଆକ୍ରମଣ ହୋଇଥିଲା । ବିଜେପିର ଯୁବ ନେତା କରିଥିଲେ ଆକ୍ରମଣ । ବିମାନ ବନ୍ଦରରେ କୌଣସି କେନ୍ଦ୍ରୀୟ ନେତା ଆସିଲେ ସ୍ବାଗତ କରିବା ପାଇଁ ଗୋଟିଏ ପଟେ ଦଳୀୟ ନେତା ଥାଆନ୍ତି ଅନ୍ୟପଟେ ଅପରାଜିତା ନିଜର ସଂଗଠନ ନେଇ ଯାଇଥିବାର ନଜିର ରହିଛି ।

ଏବେ କିନ୍ତୁ ପରିସ୍ଥିତି ବଦଳିଛି । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ନିଯୁକ୍ତ ହେବା ପରେ ଅପରାଜିତାଙ୍କ ଭାଗ୍ୟ ବଦଳିଛି । ଛେନାପୋଡ ଦିବସରେ ମନମୋହନଙ୍କୁ ଅପରାଜିତା ମିଠା ଖୁଆଇବାର ଫଟୋ ଏବେ ଭାଇରାଲ ହେଉଛି । ନିକଟରେ ଅପରାଜିତା ଖଣି ସମ୍ବନ୍ଧିତ ସାମ୍ବାଦିକ ସମ୍ମିଳନୀ ନିଜସ୍ବ କାର୍ଯ୍ୟାଳୟ ବଦଳରେ ପାର୍ଟି କାର୍ଯ୍ୟାଳୟରେ କରିଥିଲେ । ସମ୍ବଲପୁର ହିଂସା ଘଟଣାରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଦଳୀୟ ସଭାପତିଙ୍କ ନେତୃତ୍ବରେ ଅପରାଜିତା ଯାଇଥିଲେ । ଝାରସୁଗୁଡା ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ସାମିଲ ହୋଇଛି ଅପରାଜିତାଙ୍କ ନାଁ । ତେବେ ଅପରାଜିତା କିନ୍ତୁ ଦଳ ପକ୍ଷରୁ ନହେଲେ ନାହିଁ ମଧ୍ୟ କିନ୍ତୁ ପ୍ରତିଦିନ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜସ୍ବ ଢଙ୍ଗରେ ଚାଲିଥିଲେ ।

ଆଗକୁ ଆସୁଛି 2024 ନିର୍ବାଚନ । ରାଜ୍ୟରେ ବିରୋଧି ଦଳ ଭୂମିକାରେ ଦ୍ବିତୀୟ ସ୍ଥାନରେ ରହିଛି ବିଜେପି । ଶକ୍ତିଶାଳୀ ବିଜେଡିକୁ ଟକ୍କର ଦେବାକୁ ହେଲେ ବିଜେପିକୁ ଯଦି କିଛି ଦରକାର ତା ହେଉଛି ଏକାଠି ଲଢିବା । ସବୁ ନେତାଙ୍କୁ ସାଙ୍ଗରେ ନେଇ ଲଢିବା । ଆଉ ମନମୋହନ ସାମଲ ଏହାକୁ ବେଶ ହୃଦୟଙ୍ଗମ କରିପାରିଛନ୍ତି । ସେଥିପାଇଁ ସମସ୍ତ ମତଭେଦକୁ ଦୂର କରି ଅପରାଜିତାଙ୍କୁ ସଂଗଠନର ଫ୍ରଣ୍ଟଫୁଟକୁ ଆଣିଛନ୍ତି । ଯାହା ରାଜ୍ୟ ବିଜେପି ପାଇଁ ଫଳପ୍ରଦ ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.