ଖୋର୍ଦ୍ଧା: ଶଶ୍ମାନ ନିକଟରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଓସ୍ତପୁର ଗ୍ରାମର ଗଣେଶ୍ଵର ସାହୁ ବୋଲି ଜଣାପଡିଛି । ଆଜି ସକାଳୁ ତାଙ୍କ ମୃତଦେହ କୋଟପଲା ଶଶ୍ନାନ ନିକଟରେ ଝୁଲୁଥିବା ଦେଖିବାକୁ ପାଇଥିଲେ ଲୋକେ । ଏନେଇ ସେମାନେ ପରିବାର ଲୋକଙ୍କୁ ଜଣାଇବା ସହ ବାଘମାରି ଥାନାକୁ ଖବର ଦେଇଥିଲେ ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ପରେ ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି । ତେବେ ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।