ETV Bharat / state

OUTR କଲେଜ ଛାତ୍ରଙ୍କ ମୃତ୍ୟୁ ଘଟଣା, ଆତ୍ମହତ୍ୟା କହିଲେ ପରିବାର - ୟୁନିଭର୍ସିଟି ଅଫ ଟେକ୍ନିଲୋଜି

ଘାଟିକିଆ ୟୁନିଭର୍ସିଟି ଅଫ ଟେକ୍ନିଲୋଜି କଲେଜ ହଷ୍ଟେଲରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା । ସୁଇସାଇଡ ନୋଟ୍ ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

police found suicidal note
police found suicidal note
author img

By

Published : Apr 24, 2023, 10:40 PM IST

OUTR କଲେଜ ହଷ୍ଟେଲରୁ କଲେଜ ଛାତ୍ରଙ୍କ ଅତ୍ମହତ୍ୟା ମାମଲା

ଭୁବନେଶ୍ବର: ଭୁବନେଶ୍ବରର ଘାଟିକିଆ ୟୁନିଭର୍ସିଟି ଅଫ ଟେକ୍ନିଲୋଜି କଲେଜ ହଷ୍ଟେଲରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତଛାତ୍ର ହେଲେ କେନ୍ଦ୍ରାପଡାର ଶୁଭ୍ରଜ୍ୟୋତି ରାଉତ । ଘଟଣା ନେଇ କଲେଜ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ । ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶୁଭ୍ରଜ୍ୟୋତି ରହୁଥିବା ରୁମରୁ ୨ଟି ମୋବାଇଲ ଓ ସୁଇସାଇଡାଲ ନୋଟ୍ ଜବତ କରିଛି ପୋଲିସ । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ତଦନ୍ତ କରୁଛି ।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ମୃତ ଶୁଭ୍ରଜ୍ୟୋତି ହେଉଛନ୍ତି ଇଣ୍ଟିଗ୍ରେଟେଡ MSC ( PHYSICS ) ବିଭାଗର ଶେଷ ବର୍ଷଛାତ୍ର ଥିଲେ । ଶନିବାର ରାତିରେ ଶୁଭ୍ରଜ୍ୟୋତି ତାଙ୍କ ବାପାଙ୍କ ସହ କଥା ହୋଇଥିଲେ । ରବିବାର ଦିନ ୨ଟା ପରେ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଫୋନ କରିବାରୁ ପରିବାର ପକ୍ଷରୁ ସନ୍ଦେହ ହେଇଥିଲା । ଅପରାହ୍ନରେ ଶୁଭ୍ରଜ୍ୟୋତିଙ୍କ ଦେହ ଖରାପ ଅଛି ବୋଲି ପରିବାର ଲୋକଙ୍କୁ ଫୋନ ଆସିଥିଲା । କିନ୍ତୁ ପରିବାର ଲୋକ ହସ୍ପିଟାଲରେ ପହଞ୍ଚିବା ବେଳେକୁ ପୁଅର ମୃତଦେହ ଦେଖିଥିଲେ । କଲେଜ କର୍ତ୍ତୃପକ୍ଷଙ୍କୁ ପରିବାର ଲୋକେ ଶୁଭ୍ରଜ୍ୟୋତିଙ୍କ ମୃତ୍ୟୁ କେମିତି ହେଲା ପଚାରିଥିଲେ । କିନ୍ତୁ ପରିବାର ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇପାରିନଥିଲେ କଲେଜ୍ କର୍ତ୍ତୃପକ୍ଷ । ପରେ ପୁଅ କୁ ହତ୍ୟା କରାଯାଇଥିବା ଭରତ ପୁର ଥାନାର ଅଭିଯୋଗ କରିଛନ୍ତି ସୁଭ୍ରଜ୍ୟୋତିଙ୍କ ବାପା ।

ଏଠାରେ ସୂଚନା ଥାଉକି ଶୁଭ୍ର ଜ୍ୟୋତି OUTR କଲେଜ ଶେଷ ବର୍ଷର ଛାତ୍ର ଥିଲେ । ସୋମବାର ଦିନ ପରୀକ୍ଷା ସରିବା ପରେ ଘରକୁ ଯିବେ ବୋଲି ପରିବାର ଲୋକଙ୍କୁ ଜଣେଇ ଥିଲେ। ଗାଆଁ କୁ ଗଲେ କିଛି ବିଜିନେସ ଆରମ୍ଭ କରିବେ ବୋଲି ବାପା ଓ ଦାଦାଙ୍କ ସହ କଥା ହେଉଥିଲେ। କିନ୍ତୁ ହଠାତ କଣ ହେଲା ଶୁଭ୍ର ଜ୍ୟୋତି ଆତ୍ମହତ୍ୟା କଲେ । ଯାହାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ୨୨ ବର୍ଷର ଶୁଭ୍ର ଜ୍ୟୋତି ଭଲ ଛାତ୍ର ଥିଲେ । ନୂଆ କିଛି କରିବାର ଆଶା ଥିଲା ସେ କେବେ ଆତ୍ମହତ୍ୟା କରିପାରିବେନି ବୋଲି କହିଛନ୍ତି ଶୁଭ୍ର ଜ୍ୟୋତି ଙ୍କ ଦାଦା । ପୁଅ କୁ ହତ୍ୟା କରି ଆତ୍ମହତ୍ୟା ର ରୂପ ଦିଆଯାଉଛି ବୋଲି ସେ ଅଭିଯୋଗ ଆଣୁଛନ୍ତି ।

OUTR କଲେଜ୍ କର୍ତ୍ତୃପକ୍ଷ କହିଛନ୍ତି, ପରିବାର ଲୋକ ଆଣିଥିବା ଅଭିଯୋଗ ଭିତ୍ତିହୀନ। ଆମ କଲେଜରୁ କିଛି ବି ଅବହେଳା ହେଇନି ଓ ତଦନ୍ତରେ ସହଯୋଗ କରିାଯିବ । ପ୍ରକୃତ ତଥ୍ୟ ପଦାକୁ ଆସିବାକୁ ପୋଲିସକୁ ସହଯୋଗ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.