ETV Bharat / state

ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ସଫଳତା ବଖାଣିଲେ ସଚିବ, ପଦୁଟିଏ ବି କହିଲେନି ମନ୍ତ୍ରୀ

author img

By

Published : May 24, 2023, 10:38 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତତନ୍ତ, ବୟନ ଓ ହସ୍ତଶୀଳ୍ପ ବିଭାଗର ସମୀକ୍ଷା କରିଛନ୍ତି । ଏହାପରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସବିଶେଷ ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ଅରବିନ୍ଦ ପାଢ଼ୀ । ଅଧିକ ପଢ଼ନ୍ତୁ

ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ପ୍ରେସ୍‌ମିଟ୍‌

ଭୁବନେଶ୍ବର: ହସ୍ତତନ୍ତ, ବୟନ ଓ ହସ୍ତଶୀଳ୍ପ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସବିଶେଷ ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ଅରବିନ୍ଦ ପାଢ଼ୀ । ହେଲେ ମନ୍ତ୍ରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ବଡ଼ ବ୍ୟତିକ୍ରମ । ମନ୍ତ୍ରୀଙ୍କ ମୁହଁରୁ ନିଜ ବିଭାଗ ସମ୍ବନ୍ଧରେ ପଦୁଟିଏ ବି ବାହାରିଲା ନାହିଁ । ବିଭାଗୀୟ ମନ୍ତ୍ରୀ ରିତା ସାହୁ ହେଉଛନ୍ତି ବରଗଡ଼ ଜିଲ୍ଲା ବରପାଲି ନିର୍ବାଚନ ମଣ୍ଡଳୀର ବିଧାୟିକା । ବିଶେଷକରି ବିଜେପୁର, ବରପାଲି ହେଉଛି ବୁଣାକାର ମାନଙ୍କ ପେଣ୍ଠସ୍ଥଳୀ । ହେଲେ ବିଭାଗର ଉନ୍ନୟନ ଏବଂ ସାମଗ୍ରିକ ଭାବରେ ଓଡ଼ିଶାରେ ହସ୍ତତନ୍ତ, ବୟନ ଶିଳ୍ପ ବିଭାଗର ବିକାଶ ସମ୍ପର୍କରେ ମନ୍ତ୍ରୀଙ୍କ ମୁହଁରୁ ପଦୁଟିଏ ବି ନବାହାରିବାକୁ ଅନେକ ନାପସନ୍ଦ କରିଛନ୍ତି ।

ତେବେ ବିଭାଗୀୟ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି, "ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୯୦୪୧ ଜଣ ବୁଣାକାର ଲାଭାନ୍ବିତ ହୋଇଛନ୍ତି । ୩ଟି ବୃହତ କମ୍ପାନୀ ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ୮ ହଜାର ୧୬୪ ଜଣ ନିଯୁକ୍ତି ପାଇଛନ୍ତି । ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ବୁଣାକାରଙ୍କୁ ୫୦ ହଜାର ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କୁ ଋଣ ଯୋଗାଇ ଦିଆଯାଇଛି । ୧୪୪୭ ଜଣଙ୍କୁ ବୁଣାକାର ସହାୟତା ପ୍ରଦାନ କରାଯାଇଛି । ୨୦୦୦ ମସିହା ଠାରୁ ୫୭ ହଜାର ୭୨୭ ଜଣ ହସ୍ତଶୀଳ୍ପ କାରିଗରଙ୍କୁ ବିଭିନ୍ନ ଦକ୍ଷତା ତାଲିମ ଦିଆଯାଉଛି । ଶିଳ୍ପୀ ଉନ୍ନତୀ ଯୋଜନାରେ ଉତ୍ପାଦନ କେନ୍ଦ୍ର ପାଇଁ ୧୩ ହଜାର ୬୧୮ ହସ୍ତଶିଳ୍ପ ଲାଭାନ୍ବିତ ହୋଇଛନ୍ତି । ବାସଗୃହ ନିର୍ମାଣ ପାଇଁ କାରିଗରଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଛି । ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିରେ ୧୫ ଶହ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୪୮ ହଜାର ୮୬୨ ଜଣ ପର୍ଯ୍ୟଟକ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ।"

ବିଭାଗୀୟ ସଚିବଙ୍କ ସୂଚନା ଅନୁସାରେ, "ହସ୍ତତନ୍ତ ଉତ୍ପାଦନ ୪୧୦.୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବୁଣାକାରଙ୍କ ବାର୍ଷିକ ମୁଣ୍ଡପିଛା ଆୟ ୫୮,୦୮୫ ଟଙ୍କାକୁ ବୃଦ୍ଧି ପାଇଛି । ୯ ଗୋଟି ହସ୍ତତନ୍ତ ଓ ୩ ଗୋଟି ହସ୍ତଶିଳ୍ପ ଉତ୍ପାଦ ଭୌଗଳିକ ସୂଚକାଙ୍କ (ଜିଆଇ)ରେ ଅନ୍ତର୍ଭୁକ୍ତ ଏବଂ ଆଉ ୫ ଗୋଟି ହସ୍ତଶିଳ୍ପର ଜିଆଇ ଟ୍ୟାଗ ପାଇଁ ଦରଖାସ୍ତ ଦାଖଲ କରାଯାଇଛି । ୧୮, ୬୧୧ ରେଶମ ଚାଷୀ ସମବାୟ ସମିତିରେ ଅନ୍ତର୍ଭୁକ୍ତ । ଟସର ଶିଳ୍ପ ଉତ୍ପାଦନ ୧୨୯.୦୯ ମେଟ୍ରିକ ଟନକୁ ବୃଦ୍ଧି କରାଯାଇଛି । ତନ୍ତ ଗର୍ଭ (ଲୁମ-ପିଟ)ର ଢଳେଇକରଣ କରାଯାଇଛି । ହସ୍ତତନ୍ତ କାରିଗର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଉଛି । ଶିଳ୍ପୀ ଉନ୍ନତୀ ଯୋଜନା କାର୍ଯ୍ୟକାରୀ କରାଯାଉଛି । ହସ୍ତଶିଳ୍ପ କାରିଗରଙ୍କୁ ବଜାର ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ, କଳାଭୂମି ମାଧ୍ୟମରେ ଓଡିଶା କଳା ଓ ହସ୍ତକଳାର ଉନ୍ନତ ଐତିହ୍ୟକୁ ବିଶ୍ବ ଦରବାରରେ ପରିଚିତ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.