ETV Bharat / state

କାଲି ହକି ବିଶ୍ଵକପ ଉଦ୍‌ଘାଟନୀ ଉତ୍ସବ, ଅଧାରୁ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ - ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍‌ ଆୟୋଜନ

ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ହକି ବିଶ୍ବ କପର ଉଦଘାଟନୀ ଉତ୍ସବ । ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବା ନେଇ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । ଅଧିକ ପଢନ୍ତୁ

half holiday of schools in odisha
half holiday of schools in odisha
author img

By

Published : Jan 10, 2023, 8:22 PM IST

ଭୁବନେଶ୍ବର: ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ହକି ବିଶ୍ବକପ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅପରାହ୍ନ ୧ଟା ଠାରୁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ । ଏହି ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରା ଉପରେ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ଏନେଇ ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ । ଏଣୁ ରାଜ୍ୟ ସରକାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଅପରାହ ୧ଟାରୁ ଛୁଟି ଘୋଷଣା କରିଛନ୍ତି । ସମସ୍ତ ବେସରକାରୀ ତଥା ପବ୍ଲିକ୍‌ ସ୍କୁଲ (ସେଲ୍‌ଫ ଫାଇନାନ୍ସ) ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏହି ନିର୍ଦ୍ଦେଶନାମା ଲାଗୁ ହେବ ।

ଅନ୍ୟପଟେ ବୈଷୟିକ ଶିକ୍ଷା ବିଭାଗର ସମସ୍ତ ସରକାରୀ ଏବଂ ବେସରକାରୀ ଆଇଟି, ଡିପ୍ଲୋମା, ବୈଷୟିକ ଅନୁଷ୍ଠାନ ଆସନ୍ତାକାଲି ଅପରାହ୍ନ 3 ଟା ପରେ ବନ୍ଦ ରହିବ । ଏନେଇ ବିପିୟୁଟି, ଭିଏସଏସୟୁଟି, କଟକର ବୈଷୟିକ ଶିକ୍ଷା ଏବଂ ତାଲିମ କେନ୍ଦ୍ର,ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱରର ଓୟୁଟିଆର, ଏବଂ ସମସ୍ତ ଆଇ ଆଇ ଟି ଅଧ୍ୟକ୍ଷ ଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ, ସାରା ରାଜ୍ୟରେ ଏବେ ହକିର ମାହୋଲ । ପୁରପଲ୍ଲୀ, ସହର ବଜାର ସବୁଆଡେ ଏବେ ହକିକୁ ନେଇ ଚର୍ଚ୍ଚା । କଟକରୁ ସୁନ୍ଦରଗଡ, ସବୁଆଡେ ଉତ୍ସବ ଚାଲିଛି । ଏଥର ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ୍‌ ଆୟୋଜନ କରାଯାଇଛି ।

ପ୍ରାୟ 35 ହଜାର ଦର୍ଶକ ଷ୍ଟାଡିୟମରେ ବସି ଏହି ଉଦଘାଟନ ଉତ୍ସବକୁ ଦେଖି ପାରିବେ । ସେଥିମଧ୍ୟରୁ 5 ହଜାର ଭିଭିଆଇପିଙ୍କ ପାଇଁ ପଡ଼ିଆ ମଧ୍ୟରେ ବସି ଉତ୍ସବକୁ ଉପଭୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଉଦଘାଟନ ଉତ୍ସବ ପାଇଁ ଆସନ୍ତାକାଲି ଅପରାହ୍ନ 2ଟା ବେଳେ ଷ୍ଟାଡିୟମକୁ ସାଧାରଣ ଦର୍ଶକମାନଙ୍କ ପାଇଁ ଖେଲାଯିବ । ସେପଟେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରାୟ 50 ପ୍ଲାଟୁନ ପୋଲିସ ଫୋର୍ସ ସହ 250ରୁ ଉର୍ଦ୍ଧ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.