ETV Bharat / state

ଗୁମୁଡୁମାହା ଗୁଳିକାଣ୍ଡକୁ 3 ବର୍ଷ, ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ପୀଡିତ ପରିବାର - latest 2016 gumudumaha firing news

2016 ମସିହା ଜୁଲାଇ 8 ତାରିଖରେ କନ୍ଧମାଳର ଗୁମୁଡୁମାହା ଘଟଣାକୁ ବିତିଯାଇଛି 3ବର୍ଷ । ହେଲେ କ୍ଷତିଗ୍ରସ୍ତ ପରିବାର ସଦସ୍ୟଙ୍କୁ ଯେଉଁ ସବୁ ସରକାରୀ ସୁବିଧା ଦେବା ପାଇଁ ଘୋଷଣା କରିଥିଲେ ସରକାର, ସେମାନଙ୍କୁ ସେହି ସୁବିଧା ଏଯାଏଁ ମିଳି ନାହିଁ । ଏହି ଅଭିଯୋଗ ନେଇ ସେମାନେ ମାନବାଧିକାର କମିଶନଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି ।

government
author img

By

Published : Oct 12, 2019, 7:09 PM IST

ଭୁବନେଶ୍ବର: 2016 ମସିହା ଜୁଲାଇ 8 ତାରିଖରେ କନ୍ଧମାଳର ଗୁମୁଡୁମାହାରେ ପୋଲିସ ଯବାନଙ୍କ ଗୁଳିକାଣ୍ଡରେ ଜଣେ ନିରୀହ ଶିଶୁ ସହିତ 5ଜଣ ଆଦିବାସୀ ପ୍ରାଣ ହରାଇଥିଲେ। ଏହା ସହିତ 7ଜଣ ଆହତ ହୋଇଥିଲେ। ସେହି ଘଟଣାରେ ଆଦିବାସୀଙ୍କ ସମ୍ପୃକ୍ତି ନଥିବା ସେମାନେ କହୁଥିବା ବେଳେ ସରକାର ସେମାନଙ୍କୁ ମାଓବାଦୀ ଭାବେ ଦର୍ଶାଇ ଥିଲା । ପରେ ଚାରିଆଡୁ ସରକାରଙ୍କ ଉପରେ ଚାପ ପଡିବା ପରେ ଏହାର ତଦନ୍ତ କରିବା ସହ କ୍ଷତିଗ୍ରସ୍ତ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବା ସହ ସରକାରୀ ସୁବିଧାର ପାଇଁ ଘୋଷଣା କରିଥିଲେ। କିନ୍ତୁ ସେହି ସୁବିଧାମାନ କ୍ଷତିଗ୍ରସ୍ତ ପରିବାରର ସଦସ୍ୟମାନେ ଏପର୍ଯ୍ୟନ୍ତ ପାଇନଥିବା ଅଭିଯୋଗ ନେଇ ସେମାନେ ଆଜି ମାନବାଧିକାର କମିଶନଙ୍କ ନିକଟକୁ ଆସିଥିଲେ ।

ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ କ୍ଷତିଗ୍ରସ୍ତ ପରିବାର ମାନବାଧିକାର କମିଶନଙ୍କ ନିକଟରେ ଦ୍ବାରସ୍ଥ

ତେବେ ଆଜି ଦ୍ଵିତୀୟ ଶନିବାର ଅଫିସ ବନ୍ଦ ଥିବାରୁ ସେମାନେ ଦରଖାସ୍ତ ଦେଇ ପାରିନାହାନ୍ତି। ସରକାରଙ୍କ କହିବା ଅନୁଯାୟୀ ଖୁବଶୀଘ୍ର ତଦନ୍ତ ରିପୋର୍ଟ ପ୍ରକାଶ କରିବା ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହା ସହିତ ସେମାନଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ସାହାଯ୍ୟ ସହିତ ଗାଁକୁ ରାସ୍ତା, ବିଜୁଳି ଓ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଏହି ଅବହେଳାକୁ ନେଇ ଆନ୍ଦୋଳନ କରାଯିବ ବୋଲି କ୍ଷତିଗ୍ରସ୍ତ ପରିବାରର ସଦସ୍ୟ ଉଲାନା ଦିଗଲ ପ୍ରକାଶ କରିଛନ୍ତି।

ସେହିପରି ଘଟଣାକୁ ଦୀର୍ଘ 3ବର୍ଷ ହୋଇଥିବାବେଳେ ଏହାର ରିପୋର୍ଟ ଏପର୍ଯ୍ୟନ୍ତ ନବାହାରିବା ଏଥିରେ ସରକାରଙ୍କ ସମ୍ପୃକ୍ତି ଥିବା ଦର୍ଶାଉଅଛି ବୋଲି ମାନବାଧିକାର କର୍ମୀ ବିଶ୍ଵପ୍ରିୟ କାନୁନଗୋ ପ୍ରକାଶ କରିଛନ୍ତି। ସରକାର ଏହାର ଉଚିତ ତଦନ୍ତ କରିବା ସହିତ ସେମାନଙ୍କ ଦାବି ଅନୁସାରେ ପରିବାରକୁ ସହାୟତା ପ୍ରଦାନ କରାଯାଉ ବୋଲି କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:2016 ମସିହା ଜୁଲାଇ 8 ତାରିଖରେ କନ୍ଧମାଳ ର ଗୁମୁଡୁମାହାରେ ପୋଲିସ ଯବାନ ଙ୍କ ଗୁଳିକାଣ୍ଡ ରେ ଜଣେ ନିରୀହ ଶିଶୁ ସହିତ 5ଜଣ ଆଦିବାସୀ ପ୍ରାଣ ହରାଇଥିଲେ।ଏହା ସହିତ 7ଜଣ ଆହତ ହୋଇଥିଲେ।ସେହି ଘଟଣାରେ ଏହି ପରିବାରର କୌଣସି ସମ୍ପୃକ୍ତି ନ ଥିବା ସେମାନେ କହୁଥିବା ବେଳେ ସରକାର ସେମାନଙ୍କୁ ମାଓବାଦୀ ଭାବେ ଦର୍ଶାଇ ଥିଲା।ପରେ ଚାରିଆଡୁ ସରକାରଙ୍କ ଉପରେ ଚାପ ପଡିବା ପରେ ଏହାର ତଦନ୍ତ କରିବା ସହ କ୍ଷତିଗ୍ରସ୍ତ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବା ପାଇଁ ଘୋଷଣା କରିଥିଲେ।କିନ୍ତୁ ସେହି ସୁବିଧା ଏହି ପରିବାର ର ସଦସ୍ୟମାନେ ଏପର୍ଯ୍ୟନ୍ତ ପାଉନଥିବା ନେଇ ଆଜି ମାନବାଧିକାର କମିଶନ ଙ୍କ ନିକଟରେ ଅଭିଯୋଗ କରିବାକୁ ଆସିଥିଲେ।ତେବେ ଆଜି ଦ୍ଵିତୀୟ ଶନିବାର ଅଫିସ ବନ୍ଦ ଥିବାରୁ ସେମାନେ ଦରଖାସ୍ତ ଦେଇ ପାରିନାହାନ୍ତି।
Body:ତେବେ ସେମାନେ ସରକାର କହିଥିବା ଅନୁଯାୟୀ ଖୁବଶୀଘ୍ର ତଦନ୍ତ ରିପୋର୍ଟ ପ୍ରକାଶ କରିବା ସହିତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଏହା ସହିତ ସେମାନଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ସାହାଯ୍ୟ ସହିତ ତାଙ୍କ ଗାଁ କୁ ରାସ୍ତା,ବିଜୁଳି ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି।ନଚେତ ଏହି ଅବହେଳାକୁ ନେଇ ଆନ୍ଦୋଳନ କରାଯିବ ବୋଲି କ୍ଷତିଗ୍ରସ୍ତ ପରିବାର ର ସଦସ୍ୟ ଉଲାନା ଦିଗଲ ପ୍ରକାଶ କରିଛନ୍ତି।

ସେହିପରି ଦୀର୍ଘ 3ବର୍ଷ ଏହି ଘଟଣାକୁ ହୋଇଥିବାବେଳେ ଏହାର ରିପୋର୍ଟ ଏପର୍ଯ୍ୟନ୍ତ ନବାହାରିବା ଏଥିରେ ସରକାରଙ୍କ ସମ୍ପୃକ୍ତି ଥିବା ଦର୍ଶାଉଅଛି ବୋଲ ମାନବାଧିକାରକର୍ମୀ ବିଶ୍ଵପ୍ରିୟ କାନୁନଗୋ ପ୍ରକାଶ କରିଛନ୍ତି।ତେଣୁ ସରକାର ଏହାର ଉଚିତ ତଦନ୍ତ କରିବା ସହିତ ସେମାନଙ୍କ ଦାବି ଅନୁସାରେ ପରିବାରକୁ ସହାୟତା ପ୍ରଦାନ କରାଯାଉ ବୋଲି କହିଛନ୍ତି।
ବାଇଟ-ଉଲାନା ଦିଗଲ-କ୍ଷତିଗ୍ରସ୍ତ ପରିବାର ସଦସ୍ୟ
ବାଇଟ-ବିଶ୍ଵପ୍ରିୟ କାନୁନଗୋ-ମାନବାଧିକାର କର୍ମୀ
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ,
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.