ETV Bharat / state

ଡ୍ରପଆଉଟ୍ ପିଲାଙ୍କୁ ଫେରାଇ ଆଣିବା କେବଳ ଭାଷଣବାଜିରେ ଅଛି: ଅଭିଭାବକ ମହାସଂଘ

author img

By

Published : Nov 15, 2022, 9:30 PM IST

ରାଜ୍ୟରେ ଅନେକ ଛାତ୍ରଛାତ୍ରୀ କୋରୋନା କାଳରେ ଅଧାରୁ ପାଠପଢା ଛାଡ଼ିଛନ୍ତି । ଏମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ତେବେ ଡ୍ରପଆଉଟ୍ ପିଲାଙ୍କୁ ଫେରାଇ ଆଣିବା କେବଳ ଭାଷଣବାଜିରେ ରହିଛି ବୋଲି ଅଭିଯୋଗ ଆଣିଛି ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ

ଡ୍ରପଆଉଟ୍ ପିଲାଙ୍କୁ ଫେରାଇ ଆଣିବା କେବଳ ଭାଷଣବାଜିରେ ଅଛି: ଅଭିଭାବକ ମହାସଂଘ
ଡ୍ରପଆଉଟ୍ ପିଲାଙ୍କୁ ଫେରାଇ ଆଣିବା କେବଳ ଭାଷଣବାଜିରେ ଅଛି: ଅଭିଭାବକ ମହାସଂଘ

ଭୁବନେଶ୍ବର: କୋରୋନା କାଳରେ ଅନେକ ଛାତ୍ରଛାତ୍ରୀ ଅଧାରୁ ପାଠପଢା (Dropout students) ଛାଡିଥିଲେ । ଏହି ଡ୍ରପଆଉଟ୍‌ ଛାତ୍ରଛାତ୍ରୀଙ୍କୁ ଖୋଜିବା ଲାଗି ବିଭାଗ ପ୍ରୟାସ କରୁଛି । ମାତ୍ର ଏହା ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଛି ରାଜ୍ୟ ଅଭିଭାବକ ମହାସଂଘ (Guardian Association) । ଡ୍ରପଆଉଟ୍ ପିଲାଙ୍କୁ ଫେରାଇ ଆଣିବା କେବଳ କାଗଜ କଲମ ଓ ଭାଷଣବାଜିରେ ରହିଛି, ବାସ୍ତବରେ କାର୍ଯ୍ୟକାରୀ ହେଉନାହିଁ ବୋଲି କହିଛି ସଂଘ ।

ରାଜ୍ୟରେ କେବେ ସୁଧୁରିବ ଡ୍ରପଆଉଟ୍ ସମସ୍ୟା ? ଅଧାରୁ ପାଠପଢା ଛାଡିଥିବା ଛାତ୍ରଛାତ୍ରୀ କେବେ ସ୍କୁଲକୁ ଆସିବେ ? ଶିଶୁଙ୍କ ପାଇଁ ଏକାଧିକ ଯୋଜନା ଓ ପ୍ରୋତ୍ସାହନ ସତ୍ତ୍ବେ ବି ଲକ୍ଷାଧିକ ପିଲା ପାଠପଢାରୁ ବଞ୍ଚିତ ହେଉଛନ୍ତି । ଅନେକ ସ୍ଥାନରେ ଏବେ ବି ହଜାର ହଜାର ଶିଶୁ ଶ୍ରମିକ ଭାବରେ କାମ କରୁଛନ୍ତି । ସେମାନଙ୍କୁ ଚିହ୍ନଟ କରି ମୁଖ୍ୟସ୍ରୋତରେ ସାମିଲ କରିବାକୁ ବାରମ୍ବାର ପ୍ରାୟାସ କରାଯାଉଥିଲେ ମଧ୍ୟ ଆଶାନୁରୂପକ ଭାବରେ ବିଭାଗକୁ ସଫଳତା ମିଳୁନାହିଁ । ପ୍ରାଥମିକ ଶିକ୍ଷା ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ଏହା ସତ୍ତ୍ବେ ବି ପିଲାମାନେ ପାଠପଢ଼ାକୁ ମୁହଁ ମୋଡୁଛନ୍ତି ।

ଆର୍ଥିକ ଅନଗ୍ରସର ଯୋଗୁଁ ନା ଅଭିଭାବକଙ୍କ ଶିକ୍ଷାର

ଅଭିଭାବକ ମହାସଂଘ କହିଛି, "ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଡ୍ରପଆଉଟ୍‌ ଏକ ବଡ ସମସ୍ୟା । ଏହା ଆଜି ନୁହେଁ ଏହା ବିଗତ ଦିନରୁ ଲାଗି ରହିଛି । କୋରୋନା ମହାମାରୀରେ ପାଖାପାଖି ୧୦ ଲକ୍ଷରୁ ଅଧିକ ପିଲା ଡ୍ରପଆଉଟ୍ ହୋଇଛନ୍ତି । ଡ୍ରପଆଉଟ୍ ପିଲାଙ୍କୁ ପୁଣିଥରେ ସ୍କୁଲକୁ ଆଣିବା କେବଳ ଭାଷଣବାଜିରେ ରହିଛି । ତାହା କେବେ ହେଲେ ବାସ୍ତବରେ କାର୍ଯ୍ୟକାରୀ ହୋଇନାହିଁ । ଅନେକ ପିଲା ହୋଟେଲ ଘରେ ଏବଂ ବିଭିନ୍ନ ଦୋକାନରେ କାମ କରୁଛନ୍ତି । ଶିକ୍ଷା ବିଭାଗ ଏହାକୁ ଅତି ଗୁରୁତର ଭାବରେ ନେବା କଥା । ରାଜ୍ୟରେ ଯେତେବେଳେ ସେହି ପରିମାଣରେ ଶିକ୍ଷକ ନାହାନ୍ତି ତେବେ ସରକାର କିଭଳି ଶିକ୍ଷକଙ୍କୁ ନେଇ ଡ୍ରପଆଉଟ୍ ପିଲାଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ଯୋଜୋନା କରାଯାଉ । ଏହି ଯୋଜନାକୁ ଠିକ ଭାବରେ କାର୍ଯ୍ୟକାରୀ ହେଉ ।"

ଏହା ବି ପଢନ୍ତୁ-କୁଆଡେ ଗଲେ ଡ୍ରପଆଉଟ ଛାତ୍ରଛାତ୍ରୀ ? ଫେରାଇ ଆଣିବାରେ ବିଫଳ କି ବିଭାଗ

ଅନ୍ୟପଟେ ଶିକ୍ଷାବିତ ଜାଲିଲ ଖାନ କହିଛନ୍ତି, "ବିଭାଗୀୟ ମନ୍ତ୍ରୀ ଯେଉଁ ଡ୍ରପଆଉଟ୍‌କୁ ନେଇ ବାରମ୍ବାର ଯୋଜନା କରୁଛନ୍ତି ନିର୍ଦ୍ଦେଶ ଦେଉଛନ୍ତି ତାହା ବିଫଳ ହେଉଛି । ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଶିକ୍ଷାବିତ । ସମସ୍ତ ଡ୍ରପଆଉଟ୍‌ ପିଲା ଏକାସାଙ୍ଗରେ ଆସିପାରିବେ ନାହିଁ । ସେମାନଙ୍କୁ ଧୀରେ ଧୀରେ ଆଣିବାକୁ ପଡିବ । ସ୍ଥାନୀୟ ଶିକ୍ଷକମାନଙ୍କ ସାହାଯ୍ୟରେ ଡ୍ରପଆଉଟ୍‌ ପିଲାମାନେ ଆସିବେ । ସଭାପତି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରାହ୍ମାନନ୍ଦ ରଣା କହିଛନ୍ତି, "ସରକାର ଯେଉଁ ଡ୍ରପଆଉଟ୍‌କୁ ନେଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ତାହା ସ୍ଵାଗତ ଯୋଗ୍ୟ । ଡ୍ରପଆଉଟ୍‌ କାହିଁକି ବଢୁଛି ତାହା ପ୍ରଥମେ ଦେଖିବାକୁ ପଡିବ । ପିଲାଙ୍କର ପରିବାର ଆର୍ଥିକ ସମସ୍ୟା ଘେରରେ ରହୁଛି କି ?

ନା ଅଭିଭାବକଙ୍କ ଶିକ୍ଷାର ଅନଗ୍ରସରତା ରହିଛି ନା ଆଉ କେଉଁ କାରଣ ରହିଛି ପିଲାଙ୍କ ପାଠପଢା ଛାଡିବା । ତାର କାରଣ ଖୋଜିବା ଦରକାର । ସମସ୍ତଙ୍କର ମିଳିତ ଉଦ୍ୟମରେ ଡ୍ରପଆଉଟ୍‌ ପିଲାଙ୍କୁ ଖୋଜିବାକୁ ହେବ ।" ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, "ଶିକ୍ଷକମାନେ ସ୍କୁଲ ଛାଡ଼ିଥିବା ପିଲାଙ୍କ ଘର ଘର ବୁଲି ସମୀକ୍ଷା କରିବେ । ଯଦି ସ୍କୁଲକୁ ପିଲାଙ୍କୁ ପଠାଇବାରେ ଅଭିଭାବକ ଅସମର୍ଥ ହେବେ ତେବେ ଏହାକୁ ନେଇ ଶିକ୍ଷାଅଧିକାରିଙ୍କୁ ଅବଗତ କରାଯିବ ।

ଏହା ସହ ଅଙ୍ଗନବାଡ଼ି ଓ ସ୍ବେଚ୍ଛାସେବୀ ସଂଗଠନ ସହାୟତା ନିଆଯିବ । କୋଭିଡ଼ ସମୟରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଅଧିକ ପ୍ରଭାବିତ ହୋଇଥିଲା । ଏହାକୁ ସୁଧାରିବାକୁ ଉଦ୍ୟାମ କରାଯିବ । ସରକାରୀ ତଥ୍ୟ ଅନୁସାରେ, ୬ ରୁ ୧୪ ବର୍ଷ ମଧ୍ୟରେ ୧.୮୭ ଲକ୍ଷ ପିଲାମାନେ ଅଧାରୁ ପାଠ ଛାଡିଛନ୍ତି । ଏଥିମଧ୍ୟରୁ ୫୫ ହଜାର ୯୯୫ ପିଲା ଜିଲ୍ଲା ଗୁଡିକରେ ନାମଲେଖା ଅଭିଯାନ ଅଧିନରେ ପାଠ ପଢୁଥିଲେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.