ETV Bharat / state

ବିଧାନସଭାରେ ସୂର୍ଯ୍ୟଙ୍କୁ ଗାର୍ଡ୍‌ ଅଫ୍‌ ଅନର୍‌ ସହ ଅନ୍ତିମ ବିଦାୟ

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବିଧାନସଭାରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । କାମଚଳା ବାଚସ୍ପତିଙ୍କ ସମେତ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଧିକ ପଢନ୍ତୁ

surya recieves guard of honour
ସୂର୍ଯ୍ୟଙ୍କୁ ଗାର୍ଡ ଅଫ ଅନର
author img

By ETV Bharat Odisha Team

Published : Sep 3, 2023, 4:04 PM IST

Updated : Sep 3, 2023, 5:23 PM IST

ସୂର୍ଯ୍ୟଙ୍କୁ ଗାର୍ଡ ଅଫ ଅନର

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବିଧାନସଭାରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ବିଧାନସଭାରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ବାଚସ୍ପତି ଦାୟିତ୍ୱରେ ଥିବା ରଜନୀକାନ୍ତ ସିଂହ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, "ସେ ବିଧାନସଭାରେ ସଂସ୍କାର ମୂଳକ କାର୍ଯ୍ୟ ହାତକୁ ନେଇଥିଲେ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଧାନସଭାରେ ପେପର ଲେସ୍‌ ପନ୍ଥା ଆପଣାଇଥିଲେ ସୂର୍ଯ୍ୟ । ସାରା ଦେଶରେ ଓଡିଶା ଏକ ଉଦାହରଣ ସୃଷ୍ଟି କରିଥିଲା । ତାଙ୍କ ପଦାଙ୍କ ଅନୁସରଣ କରି ବିଧାନସଭାରେ ସଂସ୍କାର ମୂଳକ କାର୍ଯ୍ୟକ୍ରମ ହାତକୁ ନେବୁ । ସେ ଦେଶର ରାଜନୀତି ବିଷୟରେ ସେ ଦକ୍ଷ ଥିଲେ। ତାଙ୍କର ରାଜନୈତିକ ଜୀବନ ଭାରି ସଂଘର୍ଷପୂର୍ଣ। ସେ ଜଣେ ବିଚକ୍ଷଣ ନେତା ଥିଲେ। ତାଙ୍କ ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ବିଧାନସଭା ଚଳାଇବାର ପରିଚାଳନା କରିବାର ଦକ୍ଷତା ଥିଲା । ତଳ ସ୍ତରରୁ ସେ ଲଢ଼େଇ କରି ନେତା ହୋଇଥିଲେ । ଦକ୍ଷିଣ ଓଡ଼ିଶାର ଜଣେ ବିଚକ୍ଷଣ ରାଜନେତା ଥିଲେ ସେ । 90 ଦଶକରେ କଂଗ୍ରେସର ଦବଦବାକୁ ଭାଙ୍ଗି ସୂର୍ଯ୍ୟ ବାବୁ ନିଜେ ପ୍ରତିଷ୍ଠିତ ହୋଇ ପାରିଥିଲେ । ବିଜେଡି ଗଠନ କରିବାରେ ତାଙ୍କ ଭୂମିକା ଅତୁଳନୀୟ । ବିଜୁ ବାବୁଙ୍କ ସହ ସେ ଉତ୍ତମ ସମ୍ପର୍କ ରଖିଥିଲେ । ଏବେ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ଭଲ ସମ୍ପର୍କ ଥିଲା । ସେ ଜଣେ ଅନୁଭବୀ, ଅଭିଜ୍ଞ ସମ୍ପନ ନେତା । ତାଙ୍କ ଅବର୍ତ୍ତମାନରେ ଖାଲି ଓଡିଶା ନୁହେଁ ବିଜେଡ଼ିର ମଧ୍ୟ ଏକ ବଡ଼ ଶୂନ୍ୟସ୍ଥାନ ରହିଗଲା।
ଏହା ମଧ୍ୟ ପଢନ୍ତୁ...ନୂଆ ଦେହ ପାଇବ ସୂର୍ଯ୍ୟଙ୍କ ଆଖି, ଅନୁମତି ଦେଲେ ପୁଅ

ବିଧାନସଭାର ମଡେଲ ପରିବର୍ତ୍ତନ କରିଥିଲେ ସୂର୍ଯ୍ୟ। ନିଜର ଅଭିଜ୍ଞତା ବଳରେ ବିଧାନସଭାରେ ବହୁ ଆଇନ ପ୍ରଣୟନ କରୁଥିଲେ ସୂର୍ଯ୍ୟ । ତାଙ୍କ ପରଲୋକ ରାଜନୈତିକ ଇତିହାସରେ ଏକ ବଡ଼ କ୍ଷତି। ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଅନ୍ତିମ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂର୍ଯ୍ୟ ନାରାୟଣଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରୁ ବିଜେଡି ପାର୍ଟି ଅଫିସ ଶଙ୍ଖ ଭବନକୁ ଯାଇଥିଲା । ସେଠାରେ ବିଜେଡ଼ିର ବହୁ ବରିଷ୍ଠ ନେତା ତାଙ୍କୁ ଶେଷ ବିଦାୟ ଦେଇଥିଲେ। ତା' ପରେ ତାଙ୍କୁ ବିଧାନସଭା ପରିସରକୁ ଅଣାଯାଇଥିଲା, ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ସେଠାରେ ବହୁ ବିଧାୟକ, ମନ୍ତ୍ରୀ ତାଙ୍କର ଶେଷ ଦର୍ଶନ କରିଥିଲେ ।

ସୂର୍ଯ୍ୟ ନାରାୟଣ ପାତ୍ର, 1990ରୁ ରାଜନୀତିରେ ସକ୍ରିୟ ଥିଲେ । ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ତାଙ୍କର ଦବଦବା ଥିଲା । ଏପରିକି ରାମକୃଷ୍ଣଙ୍କ ଦଳରୁ ବାଦ ପଡ଼ିବା ପରେ ଗଞ୍ଜାମ ଜିଲ୍ଲାରେ ବିଜେଡିର ସଂଗଠନକୁ ମଜଭୁତ କରିବାରେ ତାଙ୍କର ଅବଦାନ ଅବର୍ଣ୍ଣନୀୟ । ଗତବର୍ଷ ତାଙ୍କର ଅସୁସ୍ଥତା କାରଣରୁ ତାଙ୍କ ସ୍ଥାନରେ ବିକ୍ରମ ଆରୁଖଙ୍କୁ ବାଚସ୍ପତ୍ତି କରାଯାଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଶନିବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 3, 2023, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.