ETV Bharat / state

Cyclone Jawad Alert; କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ - ଖୋର୍ଦ୍ଧାରେ ସରକାରୀ କର୍ମଚାରୀ ଛୁଟି ବାତିଲ

ସାମ୍ଭାବ୍ୟ ବାତ୍ୟା ଜୱାଦ (Cyclone Jawad) ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ଖୋର୍ଦ୍ଧା ଜିଲାପାଳ(Khordha District Collectors) । ସମ୍ଭାବ୍ୟ ବାତ୍ୟା ଜୱାଦର ସ୍ପଷ୍ଟ ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ । ପାଣିପାଗ ବିଭାଗ ଆସନ୍ତାକାଲି ସୁଦ୍ଧା ବାତ୍ୟାର ଗତିବିଧି ସ୍ପଷ୍ଟ ହୋଇପାରେ । ଅଧିକ ପଢନ୍ତୁ

Khordha district administration
Khordha district administration
author img

By

Published : Dec 2, 2021, 7:20 PM IST

ଖୋର୍ଦ୍ଧା: ସାମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ଖୋର୍ଦ୍ଧା ଜିଲାପାଳ(Khordha District Collectors) । ସମ୍ଭାବ୍ୟ ବାତ୍ୟା ଜୱାଦର ସ୍ପଷ୍ଟ ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ । ପାଣିପାଗ ବିଭାଗ ଆସନ୍ତାକାଲି ସୁଦ୍ଧା ବାତ୍ୟାର ଗତିବିଧି ସ୍ପଷ୍ଟ ହୋଇପାରେ ।

ସାମ୍ଭାବ୍ୟ ଜୱାଦର ମୁକାବିଲା ଲାଗି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୩ ଦିନ ଲାଗି କର୍ମଚାରୀ ମାନଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରି ରଖାଯାଇଛି। ଆଶ୍ରୟ ସ୍ଥଳରେ ପ୍ରଥମେ ଗର୍ଭବତୀ ମାନଙ୍କୁ ରଖିବା ଲାଗି ଅଗ୍ରାଧିକାର ଦିଆଯିବ। ବାତ୍ୟା ଜୱାଦର କିଭଳି ସଫଳ ମୁକାବିଲା କରାଯିବ, ସେଥିପାଇଁ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ।

ସେହିପରି ବାତ୍ୟାର ଚୂଡାନ୍ତ ପ୍ରସ୍ତୁତି, ଆଗୁଆ ପଦକ୍ଷେପ, ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଥଇଥାନ ସମ୍ପର୍କରେ ସବିଶେଷ ଯତ୍ନବାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.