ETV Bharat / state

ଶୁଣୁନାହାନ୍ତି ଅଧିକାରୀ, ପୁଣି ଚିଠି ଲେଖିଲେ ସରକାର - ପୁଣି ଚିଠି ଲେଖିଲେ ସରକାର

ଦୁର୍ନୀତି ରୋକ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଣଦେଖା । ତାରିଖ ପରେ ତାରିଖ ଗଡି ଚାଲୁଛି, ହେଲେ ସମ୍ପତ୍ତି ତଥ୍ୟ ଦେଉନାହାନ୍ତି ସରକାରୀ ଅଧିକାରୀ । ଏନେଇ ପୁନର୍ବାର ଚିଠି ଲେଖିଛନ୍ତି ସରକାର । ଅଧିକ ପଢନ୍ତୁ

ଶୁଣୁନାହାନ୍ତି ଅଧିକାରୀ, ପୁଣି ଚିଠି ଲେଖିଲେ ସରକାର

author img

By

Published : Jan 1, 2023, 9:03 AM IST

ଭୁବନେଶ୍ବର: ସରକାରୀ ବ୍ୟବସ୍ଥା ଓ କର୍ମଚାରୀଙ୍କୁ ଦୁର୍ନୀତିରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ସମ୍ପତ୍ତି ତାଲିକା ଦାଖଲ ନିୟମକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଚପରାସୀରୁ ଆରମ୍ଭ କରି ମୁଖ୍ୟ ସଚିବ ପର୍ଯ୍ୟନ୍ତ ସମସ୍ତେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବେ । ବହୁ ଥର ରିମାଇଣ୍ଡର ପରେ ମଧ୍ୟ ବହୁ କର୍ମଚାରୀ ନିଜ ସମ୍ପତ୍ତି ତାଲିକା ଦେବାକୁ କୁଣ୍ଠାବୋଧ କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସରକାରୀ ଅଧିକାରୀଙ୍କ ଫୁ । ବାଟବଣା ହେଲାଣି ରାଜ୍ୟ ସରକାରଙ୍କ 5ଟି ଓ ମୋ ସରକାର ବ୍ୟବସ୍ଥା । ଦୁର୍ନୀତି ରୋକ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଣଦେଖା କରିଚାଲିଛନ୍ତି ବହୁ ସରକାରୀ ଅଧିକାରୀ । ତାରିଖ ପରେ ତାରିଖ ଗଡି ଚାଲୁଛି, ହେଲେ ସମ୍ପତ୍ତି ତଥ୍ୟ ଦେଉନାହାନ୍ତି ସରକାରୀ ଅଧିକାରୀ । ଏନେଇ ଗତକାଲି ପୁନର୍ବାର ଚିଠି ଲେଖିଛନ୍ତି ସରକାର । ସରକାରଙ୍କ ଅତିରିକ୍ତ ସଚିବ ଶଶାଙ୍କ ଶେଖର ଦାସ ସମସ୍ତ ବିଭାଗୀୟ ମୁଖ୍ୟ, ଆରଡିସି ଓ ଜିଲ୍ଲପାଳଙ୍କୁ ଚିଠି ଲେଖିଛନ୍ତି । ଆସନ୍ତା 2023 ଜାନୁଆରୀ 31 ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ ପାଇଁ ଚିଠିରେ ଦର୍ଶାଇଛନ୍ତି । ଜୀବନରେ ପାରଦର୍ଶିତା ଓ ନୈତିକତା ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇ ଆସୁଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି । ଏଥିରେ ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ରହିଛି ।

ଗତ କିଛି ବର୍ଷ ଭିତରେ ପ୍ରାୟ 200 ଜଣ ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ଅଧିକାରୀଙ୍କୁ ବି ବାଧ୍ୟତାମୂଳକ ଅବସର ଓ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ବର୍ଷକରେ ସମ୍ପତ୍ତି କେତେ ବଢ଼ିଛି ଅବା ଅଛି ତାହା ସରକାରଙ୍କୁ ଜଣାଇବା ଜରୁରୀ । ସବୁ ଥର ପରି ଏଥର ମଧ୍ୟ ଜାନୁଆରୀ 31 ସୁଦ୍ଧା ଏଚ୍ଆଇଏମ୍ଏସ୍ ପୋର୍ଟାଲ ଜରିଆରେ ନିଜର ସ୍ଥାବର ଅସ୍ଥାବର ସମ୍ପରି ତାଲିକା ଦାଖଲ ପାଇଁ କୁହାଯାଇଛି । ପୂର୍ବରୁ ସରକାରୀ କର୍ମଚାରୀ ତିନି ବର୍ଷରେ ଥରେ ସମ୍ପରି ତାଲିକା ଦାଖଲ କରୁଥିଲେ । କିନ୍ତୁ 2014/15 ରୁ ପ୍ରତି ବର୍ଷ ତାଲିକା ଦେବା ନିୟମ ଲାଗୁ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.