ETV Bharat / state

କଥା ରଖିଲେ ରାଜ୍ୟପାଳ ଗଣେଶୀ ଲାଲ୍, ଅତିଥି ରୂପେ କର୍ମଚାରୀଙ୍କ ପରିବାରରେ ସାମିଲ - କର୍ମଚାରୀଙ୍କ ଘରକୁ ଗଲେ ରାଜ୍ୟପାଳ

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତର ନିଶ୍ଚିତପୁର ଗ୍ରାମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପହଞ୍ଚି ନିଜ କର୍ମଚାରୀ ଓ ତାଙ୍କ ପରିବାରଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ

କଥା ରଖିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କର୍ମଚାରୀଙ୍କ ପରିବାରକୁ ଭେଟିଲେ

author img

By

Published : Sep 14, 2022, 8:37 AM IST

Updated : Sep 14, 2022, 9:03 AM IST

ନିଆଳି: କର୍ମଚାରୀଙ୍କ କଥା ରଖିଲେ ରାଜ୍ୟପାଳ ଗଣେଶୀ ଲାଲ । କର୍ମଚାରୀଙ୍କ ଘରକୁ ଗଲେ ରାଜ୍ୟପାଳ । ରାଜଭବନରେ ରାଜ୍ୟପାଳଙ୍କୁ ସେବା ଯୋଗାଉଥିବା ସ୍ମୃତିରଞ୍ଜନ ବାରିକ ଓରଫ ହାପିଙ୍କ ଘରକୁ ଅତିଥି ଭାବେ ଯାଇ ପରିବାରକୁ ଭେଟିଛନ୍ତି ରାଜ୍ୟପାଳ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କୁରୁଞ୍ଜିପୁର ପଞ୍ଚାୟତର ନିଶ୍ଚିତପୁର ଗ୍ରାମରେ ସ୍ମୃତି ରଞ୍ଜନଙ୍କ ଘର । ମଙ୍ଗଳବାର ରାଜ୍ୟପାଳ ସ୍ମୃତିଙ୍କ ଗାଁକୁ ଗସ୍ତ କରିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ହାପିଙ୍କ ଘରେ କିଛି ସମୟ ବିତାଇବା ସହ ପୋଡପିଠା ଖାଇଥିଲେ । ହାପି ମୋ ପରିବାରର ସଦସ୍ୟ ବୋଲି କହିଥିଲେ ରାଜ୍ୟପାଳ ଗଣେଶୀ ଲାଲ ।

ସ୍ମୃତିରଞ୍ଜନ ବାରିକ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରନ୍ତି । ହାପିଙ୍କୁ ରାଜଭବନରେ ନାପିତ ଭାବେ ସେବା କରିବାର ସୁଯୋଗ ମିଳିଛି । ସେ ପ୍ରତି 20 ଦିନରେ ଥରେ ରାଜ୍ୟଭବନକୁ ଯାଆନ୍ତି । ତାଙ୍କ ସେବା ଓ ବ୍ୟବହାର ପାଇଁ ସେ ରାଜ୍ୟପାଳଙ୍କ ପ୍ରିୟଭାଜନ ହୋଇଥିଲେ । ସ୍ମୃତି ରଞ୍ଜନଙ୍କ ଘରକୁ ଗସ୍ତ କରି ତାଙ୍କ ପରିବାର ଲୋକଙ୍କୁ ଭେଟି କିଛି ସମୟ ଅତିବାହିତ କରିଥିଲେ । ହାପି ତାଙ୍କ ପରିବାରର ସଦସ୍ୟ ବୋଲି କହିଥିଲେ ରାଜ୍ୟପାଳ । ପୂର୍ବରୁ ମଧ୍ୟ ରାଜ୍ୟପାଳଙ୍କ ସ୍ବାସ୍ଥ୍ୟସେବାରେ ନିୟୋଜିତ ଥିବା ଜଣେ ମହିଳା କର୍ମଚାରୀଙ୍କ ଗାଁକୁ ଗସ୍ତ କରି ତାଙ୍କ ପରିବାର ଲୋକଙ୍କ ଭେଟିଥିଲେ ରାଜ୍ୟପାଳ ଗଣେଶୀ ଲାଲ ।

କଥା ରଖିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କର୍ମଚାରୀଙ୍କ ପରିବାରକୁ ଭେଟିଲେ

ଏହା ବି ପଢନ୍ତୁ...ଆପତ୍ତି ପରେ ଚେତିଲା ପ୍ରଶାସନ, ଗୋପବନ୍ଧୁ ଦାଶଙ୍କ ଚିତ୍ର ସମ୍ମୁଖରୁ ହଟିଲା ଟିଭି ଚ୍ୟାନେଲ୍‌ ପୋଷ୍ଟର

ଗତ ଏପ୍ରିଲ୍ ମାସରେ ଝିଅର ଜନ୍ମଦିନ ଉପଲକ୍ଷେ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିଥିଲେ ସ୍ମତି ରଞ୍ଜନ । ଦିଲ୍ଲୀ ଗସ୍ତରେ ଥିବା ଆସିପାରିନଥିଲେ ରାଜ୍ୟପାଳ ମାତ୍ର ଅନ୍ୟ କେଉଁ ଦିନ ଯିବେ ବୋଲି କଥା ଦେଇଥିଲେ ଆଉ କଥା ରଖି ସ୍ମୃତିଙ୍କ ଘରକୁ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ । ଗାଁରେ ପହଞ୍ଚିବା ପରେ ରାଜ୍ୟପାଳଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଥିଲା । ପ୍ରାୟ ଅଧଘଣ୍ଟା ସ୍ମୃତିରଞ୍ଜନଙ୍କ ଘରେ ରହି ତାଙ୍କ ପରିବାର ସହିତ ସମୟ ବିତାଇବା ସହ ଫଟୋ ମଧ୍ୟ ଉଠାଇଥିଲେ । ସ୍ମୃତି ରଞ୍ଜନଙ୍କ ପରିବାର ପକ୍ଷରୁ ରାଜ୍ୟପାଳଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର ପ୍ରଦାନ କରାଯାଇଥିଲା । ଏହାପରେ ଭୁବନେଶ୍ଵର ଫେରିଯାଇଥିଲେ ରାଜ୍ୟପାଳ । ରାଜ୍ୟପାଳଙ୍କ ଆଗମନରେ ସ୍ମୃତିରଞ୍ଜନଙ୍କ ସହିତ ତାଙ୍କ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି । ରାଜ୍ୟପାଳଙ୍କ ଆଗମନକୁ ଦେଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଇଟିଭି ଭାରତ, ନିଆଳି

Last Updated : Sep 14, 2022, 9:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.