ETV Bharat / state

ସରିଲା ରାଜ୍ୟପାଳଙ୍କ କାର୍ଯ୍ୟକାଳ, ବଢ଼ିପାରେ ଗଣେଶୀ ଲାଲଙ୍କ ଦାୟିତ୍ୱ

author img

By

Published : May 30, 2023, 7:03 AM IST

ସରିଲା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ୨୦୧୮ରେ ସେ ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଅଧିକ ପଢନ୍ତୁ

ସରିଲା ରାଜ୍ୟପାଳଙ୍କ କାର୍ଯ୍ୟକାଳ
ସରିଲା ରାଜ୍ୟପାଳଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ସୋମବାର ଶେଷ ହୋଇଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ନୂଆ ରାଜ୍ୟପାଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି । ଗଣେଶୀ ଲାଲଙ୍କ ସ୍ଥାନ କିଏ ନେବେ ଏ ପର୍ଯ୍ୟନ୍ତ ସେନେଇ ଘୋଷଣା ହୋଇନାହିଁ । ରାଷ୍ଟ୍ରପତି ଭବନ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇ ନଥିବାବେଳେ ବିଧିବଦ୍ଧ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଗଣେଶୀ ଲାଲ ଏହି ଭୂମିକାରେ ରହିବେ ବୋଲି ଆଶା କରାଯାଉଛି । ସେ ପୁଣି ତାଙ୍କ ପଦବୀରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

୨୦୧୮ ମେ’ ୨୫ରେ ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ସେହି ମାସ ୨୯ ତାରିଖରେ ଶପଥ ଗ୍ରହଣ କରିବା ସହ ଦାୟିତ୍ବ ନେଇଥିଲେ । ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କଠାରୁ ସେ ଦାୟିତ୍ଵ ଗ୍ରହଣ କରିଥିଲେ । ସତ୍ୟପାଲ ମଲ୍ଲିକ ସେ ସମୟରେ ବିହାର ସହିତ ଓଡ଼ିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଥିଲେ । ଗଣେଶୀ ଲାଲ୍ ୨୫ତମ ରାଜ୍ୟପାଳ ଭାବେ ଓଡ଼ିଶାର ଦାୟିତ୍ବ ଭାର ସମ୍ଭାଳିଥିଲେ । ଓଡ଼ିଶାବାସୀଙ୍କ ସଫଳତାରେ ଯୋଡ଼ି ହେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବହୁ କାର୍ଯ୍ୟକ୍ରମରେ ସେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି । ନିଜର ବ୍ୟବହାର ଏବଂ ଆଚରଣ ପାଇଁ ସେ ରାଜ୍ୟରେ ସବୁ ବର୍ଗର ଲୋକଙ୍କ ନିକଟରେ ବେଶ ପରିଚିତ । ଏଥିପାଇଁ ସେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ସଫଳତାର ଶ୍ରେୟ ଜନସାଧାରଣଙ୍କ ସମର୍ଥନ ଓ ଆଶୀର୍ବାଦକୁ ଦେଇଛନ୍ତି ।

କୋଭିଡ଼ ଯୋଗୁଁ ରାଜ୍ୟପାଳ ଗଣେଶୀ ଲାଲ୍ ବ୍ୟକ୍ତିଗତ ଭାବେ ବଡ଼ କ୍ଷତି ସହିଥଲେ । କୋଭିଡରେ ତାଙ୍କର ପତ୍ନୀ ସୁଶିଳା ଦେବୀଙ୍କୁ ହରାଇଥିଲେ । ତଥାପି ସେହି ସମୟରେ ନିଜର କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରିନଥିଲେ । କର୍ତ୍ତବ୍ୟ ପରାୟଣତା ପାଇଁ ସେ ଦେଶବ୍ୟାପୀ ଚର୍ଚ୍ଚାରେ ଥିଲେ । ପ୍ରଫେସର ଗଣେଶୀ ଲାଲ ଗଣିତ ବିଭାଗର ଜଣେ ସୁନାମଧନ୍ୟ ପ୍ରଫେସର । ସେ ହରିୟାଣା ବିଜେପିର ରାଜ୍ୟ ସଭାପତି ଦାୟିତ୍ବ ତୁଲାଇଛନ୍ତି । ହରିୟାଣା ବିକାଶ ପାର୍ଟି ଓ ବିଜେପିର ମିଳିତ ସରକାରରେ ସେ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି ।

ଦେଶର ଅନ୍ୟ ପ୍ରାନ୍ତରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ପଶ୍ଚିମବଙ୍ଗ ଓ ତେଲେଙ୍ଗାନାକୁ ଉଦାହରଣ ଆକାରରେ ନେଇ ହେବ । କିନ୍ତୁ ଓଡ଼ିଶାରେ ସେଭଳି ସମସ୍ୟା ଅନୁଭୂତ ହୋଇନାହିଁ । ରାଜ୍ୟପାଳ ଭାବେ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ବିବାଦରୁ ବହୁ ଦୂରରେ ରହିଆସିଛି । ଗଣେଶୀ ଲାଲ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ବିବାଦୀୟ ପରିସ୍ଥିତିକୁ ସାମ୍ନା ନକରି ବିଜେଡି ନେତୃତ୍ବୀଧୀନ ସରକାର ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖିଛନ୍ତି । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳଙ୍କ ଭୂମିକା ଚ୍ୟାଲେଞ୍ଜିଂ ହେବ ବୋଲି ଆଶା କରାଯାଉଛି । ବିଶେଷ କରି ନିର୍ବାଚନ ଓ ଆସନ ସମୀକରଣରେ ପରିବର୍ତ୍ତନ ହୁଏ । ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ନହେବା ଯାଏଁ ବର୍ତ୍ତମାନର ରାଜ୍ୟପାଳ ଅସ୍ଥାୟୀ ଭାବେ କାର୍ଯ୍ୟ କରିପାରନ୍ତି ।

ନୂଆ ନିଯୁକ୍ତି ମିଳିବା ପରେ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହେବ । ରାଜ୍ୟ ନୂଆ ରାଜ୍ୟପାଳ ନିଯୁକ୍ତ ହେବେ ନା ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ ତାହା କେନ୍ଦ୍ରର ଓଡ଼ିଶା ଆଭିମୁଖ୍ୟ ଉପରେ ନିର୍ଭର କରିବ । ଓଡ଼ିଶା ଉପରେ ଯଦି କେନ୍ଦ୍ର ଫୋକସ୍ କରେ ବା କଠୋର ହୁଏ, ତେବେ ଯାଇ ଗଣେଶୀ ଲାଲ ବଦଳିବେ ବୋଲି ଚର୍ଚ୍ଚା ହେଉଛି । ହେଲେ ସାମ୍ପ୍ରତିକ ସ୍ଥିତିରେ ଏପରି ଲାଗୁ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.