ETV Bharat / state

ଖୋର୍ଦ୍ଧା ମାଟି ପାଇକ ବିଦ୍ରୋହର ପ୍ରାଣକେନ୍ଦ୍ର: ଆନ୍ଧ୍ର ରାଜ୍ୟପାଳ

author img

By

Published : Dec 15, 2022, 10:03 AM IST

ଖୋର୍ଦ୍ଧା ଜିଲ୍ଲା ହାବେଳୀ ପଡିଆରେ ଆୟୋଜିତ ଖୋର୍ଦ୍ଧା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ । ଅଧିକ ପଢନ୍ତୁ

ଖୋର୍ଦ୍ଧା ମହୋତ୍ସବ
ଖୋର୍ଦ୍ଧା ମହୋତ୍ସବ
ଖୋର୍ଦ୍ଧା ମାଟି ପାଇକ ବିଦ୍ରୋହର ପ୍ରାଣକେନ୍ଦ୍ର

ଖୋର୍ଦ୍ଧା: ‘‘ଖୋର୍ଦ୍ଧା ମାଟି ପାଇକ ବିଦ୍ରୋହର ପ୍ରାଣକେନ୍ଦ୍ର । ଏ ମାଟି ଭାରତର ଗର୍ବ । ଶେଷ ସ୍ବାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ରୁ ବ୍ରିଟିଶ ଶାସନ ବିରୋଧରେ ଯେଉଁ ପାଇକ ସଂଗ୍ରାମ ହୋଇଥିଲା ତାହା କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତର ଗୌରବର ଗାଥା’’ ବୋଲି କହିଛନ୍ତି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଖୋର୍ଦ୍ଧା ଜିଲ୍ଲା ହାବେଳୀ ପଡିଆରେ ଆୟୋଜିତ ଖୋର୍ଦ୍ଧା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କହିଛନ୍ତି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ।

ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଖୋର୍ଦ୍ଧା ପାଇକଙ୍କ ବଳିଦାନ ଆଜି ସମଗ୍ର ଭାରତରେ ଚର୍ଚ୍ଚା ହେଉଛି । ୧୯୭୮ ମସିହାରେ ସମଗ୍ର ଓଡ଼ିଶାର ପାଇକଙ୍କୁ ନେଇ ତିନିଦିନିଆ ସମ୍ମିଳନୀ ହୋଇଥିଲା । ଏହାଥିଲା ପାଇକଙ୍କ ଇତିହାସ ଓ ସଂସ୍କୃତିକୁ ଉଦ୍ଜୀବିତ କରିବାକୁ ପ୍ରଥମ ଅଭିଯାନ । ଏଥିରେ ସେ ନିଜେ, ହରେକୃଷ୍ଣ ମହତାବ, ରାଧାନାଥ ରଥ, ରବି ରାୟଙ୍କ ଭଳି ଅନେକ ଜ୍ଞାନୀଗୁଣି ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଅଭିଯାନ ଆଜି ପାଇକ ସଂଗ୍ରାମର ଦୁଇଶହ ବର୍ଷ ପୂର୍ତ୍ତି ଅବସରରେ ବରୁଣେଇ ଠାରେ ନିର୍ମାଣ ହେବାକୁ ଥିବା ପାଇକ ସ୍ମାରକୀରେ ସଫଳ ହୋଇଛି ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ।

ଏହା ବି ପଢନ୍ତୁ...ଲାଞ୍ଚ ମାମଲାରେ ଜୁନାଗଡ ତହସିଲର ପୂର୍ବତନ କିରାଣୀଙ୍କୁ ଜେଲ୍

ଓଡ଼ିଶାର ପାଇକମାନଙ୍କ ବୀରତ୍ବର ଇତିହାସର ସ୍ମୃତିଚାରଣ କରିବା ସହ ପ୍ରତ୍ୟେକ ବ୍ୟକ୍ତି ନିଜ ମଧ୍ୟରେ ଜାତି ଓ ରାଷ୍ଟ୍ର ପ୍ରତି ସମ୍ମାନବୋଧ ସୃଷ୍ଟି କରିବା ଆବଶ୍ୟକ । ଏହାଦ୍ବାରା ଭାରତ ଏକ ସ୍ବାବଲମ୍ବୀ ଦେଶରେ ପରିଣତ ହୋଇପାରିବ । ଏହାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ବୋଲି କହି ପାଇକ ସ୍ମାରକୀ ଓ ପାଇକ ସଂସ୍କୃତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ତତ୍ପର ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ପାଇକ ବିଦ୍ରୋହର ଗର୍ବିତ ଇତିହାସ ଲୋକଙ୍କ ବ୍ରିଟିଶ କବଳକୁ ରକ୍ଷା କରିଥିଲା । ଚାରି ଚାରିଟି ଲଢେଇ ଜିତିଥିଲେ ପାଇକ । ଏହା ଏକ ବଡ ଇତିହାସ । ସେହି ଗର୍ବିତ ମାଟିରେ ଦେଶମାଟି ପାଇଁ ଅନ୍ୟାୟ ବିରୋଧରେ ଲଢେଇ ପାଇଁ ଆହ୍ବାନ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.