ETV Bharat / state

ଆରମ୍ଭ ହେଲା ଜନଗଣନା-2021ର ପ୍ରସ୍ତୁତିପର୍ବ

2021 ଜନଗଣନା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି ପ୍ରଥମ ଉଚ୍ଚସ୍ତରୀୟ ବୈଠକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 5, 2019, 11:32 PM IST

ଭୁବନେଶ୍ବର: ଓଡିଶାରେ ଜନଗଣନା-2021 ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୂର୍ବରୁ ଜନଗଣନା ଥାନା ଅନୁସାରେ ଥିବାବେଳେ ଏଥର ତହସିଲ ଭୁକ୍ତ କରାଯିବ । ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥର ଗଣନାକୁ ସଠିକ ଓ ସଦ୍ୟତମ କରିବା ପାଇଁ ମୋବାଇଲ ଆପର ସାହାଯ୍ୟ ନିଆଯିବ ବୋଲି ବୈଠକରେ ନିଆଯାଇଛି ନିଷ୍ପତ୍ତି ।

ଜିଲ୍ଲା ମାଜିଷ୍ଟ୍ରେଟମାନେ ମୁଖ୍ୟ ଜନଗଣନା ଅଧିକାରୀ ଏବଂ ଅତିରିକ୍ତ ମାଜିଷ୍ଟ୍ରେଟମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବେ କାର୍ଯ୍ୟ କରିବେ । ସମୁଦାୟ ଜନଗଣନା କାର୍ଯ୍ୟକୁ 2ଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଘର ଗଣନା ହେବ ଓ ଦ୍ବିତୀୟ ପର୍ଯ୍ୟାୟରେ ଜନଗଣନା କରାଯିବ । ତେବେ 2ଟି ପର୍ଯ୍ୟାୟର କାର୍ଯ୍ୟକୁ 2021ମାର୍ଚ୍ଚ ମାସରେ ଶେଷ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ରାଜ୍ୟର ତିନୋଟି ସ୍ଥାନରେ ଅର୍ଥାତ କେନ୍ଦ୍ରପଡାର ପଟ୍ଟାମୁଣ୍ଡାଇ, ବଲାଙ୍ଗୀର ଜିଲ୍ଲାର ପୁଇନ୍ତଳା ଓ ଖୋର୍ଦ୍ଧାର ଭୁବନେଶ୍ବର ମହାନଗର ନିଗମରେ ଜନଗଣନା କୌଶଳ ଗୁଡିକର ପରୀକ୍ଷା-ମୂଳକ ପ୍ରୟୋଗ (ପ୍ରିଟେଷ୍ଟ) କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ପ୍ରିଟେଷ୍ଟ ଚଳିତବର୍ଷ ଅଗଷ୍ଟ 12ରୁ ସେପ୍ଟେମ୍ବର 30 ମଧ୍ୟରେ ସରିବ ।

ପ୍ରକାଶ ଥାଉକି, ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଜନଗଣନା ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ଦିଗ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଭାରତ ସରକାରଙ୍କ ଜନଗଣନା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପ୍ରଭାକର ବରଦା ପ୍ରସ୍ତାବିତ କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ଭୁବନେଶ୍ବର: ଓଡିଶାରେ ଜନଗଣନା-2021 ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୂର୍ବରୁ ଜନଗଣନା ଥାନା ଅନୁସାରେ ଥିବାବେଳେ ଏଥର ତହସିଲ ଭୁକ୍ତ କରାଯିବ । ମୁଖ୍ୟ ଶାସନ ସଚିବ 

ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥର ଗଣନାକୁ ସଠିକ ଓ ସଦ୍ୟତମ କରିବା ପାଇଁ ମୋବାଇଲ ଆପର ସାହାଯ୍ୟ ନିଆଯିବ ବୋଲି ବୈଠକରେ ନିଆଯାଇଛି ନିଷ୍ପତ୍ତି ।

ଜିଲ୍ଲା ମାଜିଷ୍ଟ୍ରେଟମାନେ ମୁଖ୍ୟ ଜନଗଣନା ଅଧିକାରୀ ଏବଂ ଅତିରିକ୍ତ ମାଜିଷ୍ଟ୍ରେଟମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବେ କାର୍ଯ୍ୟ କରିବେ । ସମୁଦାୟ ଜନଗଣନା କାର୍ଯ୍ୟକୁ 2ଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଘର ଗଣନା ହେବ ଓ ଦ୍ବିତୀୟ ପର୍ଯ୍ୟାୟରେ ଜନଗଣନା କରାଯିବ । ତେବେ 2ଟି ପର୍ଯ୍ୟାୟର କାର୍ଯ୍ୟକୁ 2021ମାର୍ଚ୍ଚ ମାସରେ ଶେଷ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ରାଜ୍ୟର ତିନୋଟି ସ୍ଥାନରେ ଅର୍ଥାତ କେନ୍ଦ୍ରପଡାର ପଟ୍ଟାମୁଣ୍ଡାଇ, ବଲାଙ୍ଗୀର ଜିଲ୍ଲାର ପୁଇନ୍ତଳା ଓ ଖୋର୍ଦ୍ଧାର ଭୁବନେଶ୍ବର ମହାନଗର ନିଗମରେ ଜନଗଣନା କୌଶଳ ଗୁଡିକର ପରୀକ୍ଷା-ମୂଳକ ପ୍ରୟୋଗ (ପ୍ରିଟେଷ୍ଟ) କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ପ୍ରିଟେଷ୍ଟ ଚଳିତବର୍ଷ ଅଗଷ୍ଟ 12ରୁ ସେପ୍ଟେମ୍ବର 30 ମଧ୍ୟରେ ସରିବ । 

ପ୍ରକାଶ ଥାଉକି, ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଜନଗଣନା ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ଦିଗ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଭାରତ ସରକାରଙ୍କ ଜନଗଣନା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପଭାକର ବରଦା ପ୍ରସ୍ତାବିତ କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.