ETV Bharat / state

ଫେବୃଆରୀରେ ଆରମ୍ଭ ହେବ ଏଫ୍‌ଆଇଏଚ୍‌ ପ୍ରୋ' ଲିଗ୍‌, ରାଜ୍ୟ ସରକାର ଭଡ଼ାରେ ଆଣିବେ ୨ ଏୟାରକ୍ରାଫ୍ଟ - ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ଏୟାର ବସ

FIH Pro League: ଆସନ୍ତା ଫେବୃଆରୀରେ ଆରମ୍ଭ ହେବ ଏଫ୍‌ଆଇଏଚ୍‌ ପ୍ରୋ' ଲିଗ୍‌ । ଏଥିପାଇଁ ସରକାର ଏୟାରକ୍ରାଫ୍ଟ ଭଡ଼ାରେ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢ଼ନ୍ତୁ

FIH Pro League
FIH Pro League
author img

By ETV Bharat Odisha Team

Published : Dec 27, 2023, 7:19 AM IST

ଭୁବନେଶ୍ବର: ରାଜ୍ୟ ସରକାର ଭଡ଼ାରେ ଆଣିବେ ଦୁଇଟି ଏୟାରକ୍ରାଫ୍ଟ । ଏଫ୍‌ଆଇଏଚ୍‌ ପ୍ରୋ' ଲିଗ୍‌(ମହିଳା ଏବଂ ପୁରୁଷ) ୨୦୨୩-୨୪ ଆସନ୍ତା ଫେବୃଆରୀରେ ଆରମ୍ଭ ହେବ । ଏଥିପାଇଁ ସରକାର ଏୟାରକ୍ରାଫ୍ଟ ଭଡ଼ାରେ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ୨ଟି ଏୟାରକ୍ରାଫ୍ଟ ମଧ୍ୟରେ ରହିଛି ୧ ଏୟାର ବସ୍‌ ଓ ଦ୍ୱିତୀୟଟି ୧ ଏଟିଆର୍-୭୨ ।

ତେବେ ଆସନ୍ତା ଫେବୃଆରୀରୁ ଓଡ଼ିଶାରେ ଆରମ୍ଭ ହେବ ଏଫ୍‌ଆଇଏଚ୍‌ ପ୍ରୋ' ଲିଗ୍‌ । ଏଥିପାଇଁ ଖେଳାଳୀ ଟିମ୍‌ ଏବଂ ଅଧିକାରୀଙ୍କ ଯିବା ଆସିବା ପାଇଁ ରାଜ୍ୟ ସରକାର ଦୁଇଟି ଏୟାରକ୍ରାଫ୍ଟକୁ ଭଡ଼ାରେ ଆଣିବେ । ଖେଳାଳୀ ଟିମ୍‌ ଏବଂ ଅଧିକାରୀଙ୍କ ଯିବା ଆସିବାରେ ଏହି ଦୁଇଟି ଏୟାରକ୍ରାଫ୍ଟ ସହଯୋଗ କରିବ । ଫେବୃୟାରୀ ୧୦ ତାରିଖ ଠାରୁ ୧୭ ତାରିଖ ମଧ୍ୟରେ ଭୁବନେଶ୍ୱରରୁ ରାଉରକେଲା ଏବଂ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାତ୍ରା କରିବ । ଏହି ଏୟାରକ୍ରାଫ୍ଟ ଭଡ଼ାରେ ଆଣିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ କୋଟେସନ ମାଗିଛନ୍ତି । ଯୋଗ୍ୟ ଏବଂ ଇଚ୍ଛୁକ ଏୟାରକ୍ରାଫ୍ଟ ଅପରେଟରମାନେ https:/tendersodisha.gov.in/nicgep/app ଏବଂ https://ct.odisha.gov.in/tenders ଓ୍ବେବ୍‌ସାଇଟ୍‌ କୋଟେସନ ଫର୍ମ ଡାଉନଲୋଡ୍‌ କରି ଆବେଦନ କରିବା ପାଇଁ କୁହାଯାଇଛି । ଜାନୁଆରୀ ୧୬ ତାରିଖ ଅପରାହ୍ନ ୩ଟା ମଧ୍ୟରେ ସମସ୍ତ ପ୍ରସ୍ତାବ ଗୁଡ଼ିକ ପହଞ୍ଚାଇବା ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ....FIH Pro League: ଭାରତର ଚିତାକର୍ଷକ ବିଜୟ, ୫-୪ ଗୋଲରେ କଙ୍ଗାରୁ ଦଳକୁ ହରାଇଲା ଟିମ ଇଣ୍ଡିଆ

ସୂଚନା ଅନୁଯାୟୀ, ୨୦୨୩-୨୪ ରେ ଖେଳାଯିବ ମହିଳା ଏବଂ ପୁରୁଷ ଏଫଆଇଏଚ୍ ପ୍ରୋ' ଲିଗ । ଭୁବନେଶ୍ଵରରୁ ସିଧାସଳଖ ଭାବରେ ଆକାଶ ପଥରେ ଖେଳାଳୀମାନେ ରାଉରକେଲା ଏବଂ ଝାରସୁଗୁଡ଼ାକୁ ଯାତ୍ରା କରିବେ । ଏହି ଖେଳକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି । ଯେପରି ଭାବରେ ଖେଳାଳୀ ଏବଂ ସେମାନଙ୍କ ସହିତ ଆସିଥିବା ଅଫିସିଆଲ୍ ଅଧିକାରୀଙ୍କର କୌଣସି ଅସୁବିଧା ନହୁଏ ଏବଂ ସେମାନଙ୍କର ସୁରକ୍ଷା, ସେମାନଙ୍କର ରହିବା ଓ ସବୁ କିଛି ସମସ୍ତ ସୁବିଧା ଯୋଗାଇ ଦିଆଯିବ ସେସବୁକୁ ରାଜ୍ୟ ସରକାର ଧ୍ୟାନରେ ରଖିଛନ୍ତି । ଖେଳାଳୀମାନେ ଯେଉଁ ହୋଟେଲରେ ରହିବେ ସେଠାରେ କଡାକଡ଼ି ଭାବରେ ସୁରକ୍ଷା ବ୍ୟବସ୍ଥା କରାଯିବ ସେଥିପ୍ରତି ଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର । ପୁଣିଥରେ କଳିଙ୍ଗ ଷ୍ଟାଡିୟମ ପରିସରରେ ଦେଖିବାକୁ ମିଳିବ ଖେଳ ପ୍ରେମୀଙ୍କ ଉତ୍ସାହ । ପୁଣିଥରେ ସାରା ବିଶ୍ଵ ଦେଖିବ ଓଡ଼ିଶାର କଳା ସଂସ୍କୃତି । କ୍ରୀଡାକୁ ନେଇ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.