ETV Bharat / state

ଘରେ ଘରେ ମହିଳା ଛିନତାଇ ଶିକାର, ଧରାପଡ଼ିଲା କୁଖ୍ୟାତ ଚେନ୍‌ ସ୍ନାଚର୍‌ - ମୁଖା ପିନ୍ଧା ଯୁବକଙ୍କ ଆତଙ୍କରାଜ

କୁଖ୍ୟାତ ଚେନ୍‌ ସ୍ନାଚର୍‌ ଅପରାଧୀକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଘର ଆଗରୁ ହେଉ କି ଅଫିସ ସାମ୍ନାରୁ ଝାମ୍ପି ନେଉଛନ୍ତି ସୁନା ଚେନ। ଅଧିକ ପଢନ୍ତୁ

gold snatcher arrested
gold snatcher arrested
author img

By

Published : Apr 21, 2023, 10:54 PM IST

gold snatcher arrested

ଭୁବନେଶ୍ବର: ରାଜଧାନୀରେ ମୁଖା ପିନ୍ଧା ଯୁବକଙ୍କ ଆତଙ୍କରାଜ । ଘର ଆଗରୁ ହେଉ କି ଅଫିସ ସାମ୍ନାରୁ ଝାମ୍ପି ନେଉଛନ୍ତି ସୁନା ଚେନ। ଆଉ ଏଥିରେ ଶିକାର ହେଉଛନ୍ତି କର୍ମଜୀବୀ ମହିଳା, ଗୃହିଣୀ ବା କଲେଜ ପଢୁଆ ଯୁବତୀ। ଆଉ ଏବେ ଏହି ଚେନ୍‌ ଝାମ୍ପିବା ଅଭିଯୋଗ ବଢିବା ପରେ । ଏବେ ଜଣେ ସୁନା ଚେନ୍‌ ଝାମ୍ପିଥିବା ଅପରାଧୀକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତ ଜଣକର ନାଁ ଟିକି ବୋଲି ଜଣା ପଡିଛି।

ସୂଚନା ମୁତାବକ, କିଛି ଦିନ ପୂର୍ବେ ସେ କଳା ପଲସରରେ ଆସି ଝାମ୍ପି ନେଇଥିଲେ ସୁନାଚେନ୍‌ । ଯାହାର ଲୁଟ ବେଳର ସିସିଟିଭି ଭିଜୁଆଲ ସାମ୍ନାକୁ ଆସିଥିଲା। ପିଲାଙ୍କୁ ଟ୍ୟୁସନ ନେବା ବେଳେ ମହିଳାଙ୍କୁ ଲୁଟିଥିଲେ ଦୁର୍ବୃତ୍ତ । ପଳାସପଲ୍ଲୀ ଲେନ-୨ରେ ମୁଖା ପିନ୍ଧି ଚେନ୍‌ ଝାମ୍ପି ନେଇଥିଲେ ଯୁବକ । ଚେନ୍‌ର ଓଜନ ପ୍ରାୟ ୨୦ ଗ୍ରାମ ବୋଲି ଜଣାପଡିଥିବା ବେଳେ ଏ ନେଇ ଏୟାରପୋର୍ଟ ଥାନାରେ ଏତଲା ଦିଆଯାଇଥିଲା । ଯାହାକୁ ନେଇ ଅଭିଯୋଗ ଆସିବା ପରେ ଅଭିଯୁକ୍ତକୁ ଦୀର୍ଘ ଦିନ ଧରି ଖୋଜୁଥିବା କମିଶନରେଟ ପୋଲିସ ଶେଷରେ ଟିକିକୁ ଏକ ବିଶେଷ ସୂତ୍ରରୁ ଖବର ପାଇ କାବୁ କରିଥିବା ଜଣାପଡିଛି।

ତେବେ ଅଭିଯୁକ୍ତ ଜଣକ ପଳାଶପଲୀର ଲେନ ୧୦ରେ ରହୁଥିବା ସୁଚନା ମିଳିଛି। ଟିକିକୁ ଧରି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଏବେ ବିଭିନ୍ନ ସ୍ଥାନରୁ କରିଥିବା ସୁନା ଚେନ ଛିନତାଇର ତଦନ୍ତ ଚଳାଇଛି। ଟିକିକୁ ପଚରାଉଚରା ବେଳେ ସେ ଏକାଧିକ ଚେନ ଛିନତଇ କରିଥିବା ପୋଲିସ ଜାଣିବାକୁ ପାଇଛି । ଏବେ ସେ ଚେନ୍‌ ଛିନତାଇ ପରେ କିପରି ବିକ୍ରି କରୁଥିଲା ବା ବନ୍ଧା ଦେଉଥିଲା ସେ ସବୁର ଗୋଟିଏ ପରେ ଗୋଟିଏ ଲିଙ୍କ୍‌ ଖୋଜୁଛି ସ୍ପେଶାଲ ସ୍କ୍ବାଡ୍‌ ଟିମ୍।

ଅନ୍ୟପଟେ ଦେଖିବାକୁ ମିଳୁଛି ଅନେକ ସମୟରେ ସୁନା ଚେନ୍‌ ଝାମ୍ପିନେଇ ଦୁର୍ବୁତ୍ତ ମାନେ ବନ୍ଧକ ରଖି ସୁନା ରଣ ନେଉଛନ୍ତି। ଆଉ ଏଥିପାଇଁ କିଛି ସୁନା ରଣ ସଂସ୍ଥାର କିଛି କର୍ମଚାରୀ ମଧ୍ୟ ନିଜ କମିଶନ‌ ପାଇ ଏସବୁ ପାଇଁ ସେମାନଙ୍କୁ ସହଯୋଗ କରୁଛନ୍ତି। ଏଥିପାଇଁ ଏଭଳି ଛିନତାଇ ପାଇଁ ସାହାସ କରୁଛନ୍ତି କିଛି ଦୁର୍ବୁତ୍ତ । ଯାହାକୁ ନେଇ ଏପରି ଅଭିଯୁକ୍ତ ମାନେ ଏବେ ସହରରେ ବେଶ ସକ୍ରିୟ‌ ହୋଇଛନ୍ତି । କାରଣ ପୋଲିସ ଇତିହାସ ଦେଖିଲେ ଅନେକ ସମୟରେ ସୁନା ଚେନ୍‌ ଛିନତାଇର କରୁଥିବା ଅପରାଧି ଧରା ପଡ଼ୁଛନ୍ତି । ଏପରିକି ସୁନା ଚେନ ମଧ୍ୟ ଜବତ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.