ETV Bharat / state

ପୂଜା ମଣ୍ଡପରେ ମାତିଲେ ଲୁଟେରା, ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ଅଭିଯୋଗ

author img

By ETV Bharat Odisha Team

Published : Oct 22, 2023, 5:17 PM IST

ପୂଜା ମଣ୍ଡପ ବୁଲିବାକୁ ଯାଉଥିଲେ ସାବଧାନ ! ବମିଖାଲ ପୂଜା ମଣ୍ଡପରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

gold chain snatching
ପୂଜା ମଣ୍ଡପରେ ମାତିଲେ ଲୁଟେରା

ପୂଜା ମଣ୍ଡପରେ ମାତିଲେ ଲୁଟେରା

ଭୁବନେଶ୍ବର: ପୂଜାର ମାହୋଲରେ ଲୁଟେରାଙ୍କ ଆତଙ୍କରାଜ । ବମିଖାଲ ପୂଜା ମଣ୍ଡପରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗହଳିର ସୁଯୋଗ ନେଇ ଲୁଟ୍ କରୁଛନ୍ତି ଅପରାଧୀ । ଫଳରେ ଲୁଟପାଟର ଶିକାର ହେଉଛନ୍ତି ପୂଜା ବୁଲିବାକୁ ଆସୁଥିବା ଶ୍ରଦ୍ଧାଳୁ । ଏନେଇ ମହିଳା ଜଣକ ପୂଜା କମିଟିରେ ନିଜର ଅଭିଯୋଗ ଜଣାଇଥିଲେ । ପରେ ଏ ସମ୍ପର୍କରେ ପୋଲିସକୁ ଖବର ଦିଆଯିବା ପରେ ସିସିଟିଭି ଯାଞ୍ଚ କରି ତଦନ୍ତ କରିବ ବୋଲି କହିଛି କମିଶନରେଟ ପୋଲିସ ।

ସୂଚନା ଅନୁସାରେ, ବମିଖାଲ ପୂଜା ମଣ୍ଡପକୁ ଦର୍ଶନ ପାଇଁ ଆସିଥିଲେ ମହିଳା । ତାଙ୍କର ବେକରେ ଏକ ସୁନା ଚେନ ଥିବାବେଳେ କିଛି ସମୟ ମଧ୍ୟରେ ତାହା ଗାୟବ ହୋଇଯାଇଥିଲା । ପରେ ମହିଳା ଜଣକ ଜାଣିବାକୁ ପାଇଥିଲେ ଯେ ବେକରେ ସୁନା ଚେନ ନାହିଁ । ଏହାକୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି୍ । ତେବେ ଏହି ଘଟଣାରୁ ଜଣାପଡୁଛି ପୂଜା ମଣ୍ଡପରେ ବି ଅସାମାଜିକ ବ୍ୟକ୍ତି ବୁଲୁଛନ୍ତି । ଏପରିକି ଏଭଳି ଗହଳିର ଫାଇଦା ନେଇ ଲୁଟପାଟ ସହ ବିଭିନ୍ନ ଅପରାଧ ଘଟାଉଛନ୍ତି।

ଚଳିତ ବର୍ଷ ପୂଜାରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଗତ ବର୍ଷ ମଧ୍ୟ ସମାନ ଢଙ୍ଗରେ ଅନେକ ପୂଜା ମଣ୍ଡପରେ ଏଭଳି ଲୁଟପାଟ ହୋଇଥିଲା। ଏପରିକି ଗତ ବର୍ଷ ପୂଜାରେ ୭ଟି ସୁନା ଚେନ ଲୁଟର ଅଭିଯୋଗ ରହିଥିଲା। ବିଶେଷ କରି ମଣ୍ଡପ ଭିତରେ ଦର୍ଶନ ବେଳେ ୪ଟି ସୁନା ଚେନ ବିଭିନ୍ନ ମଣ୍ଡପରୁ ଚୋରି ହୋଇଥିବାର ରିପୋର୍ଟ ହୋଇଥିଲା। ସେହିପରି ୩ଟି ସୁନା ଚେନ ମଣ୍ଡପ ବାହାରୁ ଦୁର୍ବୃତ୍ତ ଝାମ୍ପି ନେଇଥିଲେ‌ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅର୍ଥାତ୍ ୨୦୨୧ ତୁଳନାରେ ଗତବର୍ଷ କମ୍ ଲୁଟପାଟ ହୋଇଥିଲା।

ଏହା ବି ପଢନ୍ତୁ...ରାଜଧାନୀର ୨୧୯ କ୍ରିମିନାଲଙ୍କ ଲିଷ୍ଟ ପ୍ରସ୍ତୁତ, ଗିରଫଦାରୀ ପାଇଁ ପୋଲିସର ଚଢାଉ

କାରଣ ସେ ସମୟରେ ପୂଜା ପୁର୍ବରୁ ଚୋରି ଛିନତାଇ କରୁଥିବା ଅନେକ ଅପରାଧୀମାନେ ପୂଜା ପୁର୍ବରୁ ଗିରଫ ହୋଇସାରିଥିଲେ। କେବଳ ସୁନା ଚେନ ନୁହେଁ ମୋବାଇଲ ଚୋରି ଓ ପର୍ସ ଚୋରି ସମେତ ଅନେକ ଅପରାଧିକ ମାମଲା ସାମ୍ନାକୁ ଆସିଥାଏ । ତେବେ ପୂଜା ସମୟରେ ମଣ୍ଡପ ବୁଲିବାକୁ ଆସୁଥିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି ପୋଲିସ । ଏହାସହ ଗହଳିକୁ ଆସୁଥିଲେ ସୁନା ଅଲଙ୍କାର ନପିନ୍ଧିବାକୁ ପୋଲିସ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.