ETV Bharat / state

ବାଣପୁରରେ ମା ଭଗବତୀଙ୍କ ପୀଠରେ ଷଷ୍ଠୀ ପୂଜା - bhagabati

ଖୋର୍ଦ୍ଧା ଜିଲ୍ଲା ବାଣପୁର ଆରାଧ୍ୟ ଦେବୀ ମା ଭଗବତୀଙ୍କ ପୀଠରେ ମାଆଙ୍କର ନବରାତ୍ରୀ ପୂଜା ନିରାଡ଼ମ୍ବର ଭାବେ ପାଳନ ହୋଇଛି । ଅଧିକ ପଢନ୍ତୁ...

ବାଣପୁରରେ ମା ଭଗବତୀଙ୍କ ପୀଠରେ ଷଷ୍ଠୀ ପୂଜା
ବାଣପୁରରେ ମା ଭଗବତୀଙ୍କ ପୀଠରେ ଷଷ୍ଠୀ ପୂଜା
author img

By

Published : Oct 10, 2021, 1:07 PM IST

Updated : Oct 10, 2021, 1:13 PM IST

ଖୋର୍ଦ୍ଧା: ମାଆଙ୍କ ଆଗମନରେ ମହକି ଉଠିଛି ଗାଁଠୁ ସହର । ଚଳଚଞ୍ଚଳ ହୋଇଛି ରାଜ୍ୟର ବିଭିନ୍ନ ଶକ୍ତିପୀଠ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଆରାଧ୍ୟ ଦେବୀ ମା ଭଗବତୀଙ୍କ ପୀଠରେ ମାଆଙ୍କର ନବରାତ୍ରୀ ପୂଜା ନିରାଡ଼ମ୍ବର ଭାବେ ପାଳନ ହୋଇଛି ।

ବାଣପୁରରେ ମା ଭଗବତୀଙ୍କ ପୀଠରେ ଷଷ୍ଠୀ ପୂଜା

ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା ସହସ୍ର କୁମ୍ଭ ସୁବାସିତ ଜଳରେ ସ୍ନାନ କରି ପୂଜା ପାଉଛନ୍ତି । ସେହିପରି ମା ଭଗବତୀଙ୍କ ପୀଠରେ ନବଦୀନାତ୍ମକ ପୂଜା ପାଳିତ ହୋଇଛି । କୋଭିଡ କଟକଣାକୁ ଦୃଷ୍ଟରେ ରଖି ବିନା ଭକ୍ତଙ୍କ ଗହଳିରେ ପାଳିତ ହୋଇଛି ପୂଜା । ଦଶହରାର ଷଷ୍ଠୀ ପୂଜା ମାଙ୍କ ପୀଠରେ ଅନୁଷ୍ଠିତ ହୋଇଛି ।

ବିନା ଭକ୍ତରେ ଖାଁ ଖାଁ ରହିଛି ପୀଠ । କେବଳ ରୀତିନୀତି ଅନୁସାରେ ପୂଜା ହୋଇଛି । ମନ୍ଦିରରେ କେବଳ ସେବାୟତଙ୍କୁ ଅନୁମତି ରହିଛି । ଜଣେ ହେଲେ ବି ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯାଇନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 10, 2021, 1:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.