ETV Bharat / state

ହୋଲି ରାତିରେ ଅଘଟଣ, ଲିଫ୍ଟ ଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ - ଲିଫ୍ଟ ଦୁଷ୍କର୍ମ

ରାଜଧାନୀରେ ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

rape
rape
author img

By

Published : Mar 9, 2023, 4:37 PM IST

ଅଭିଯୁକ୍ତ ସତ୍ୟ ନାରାୟଣ ସାହୁ
ଅଭିଯୁକ୍ତ ସତ୍ୟ ନାରାୟଣ ସାହୁ

ଭୁବନେଶ୍ବର: ସକାଳେ ହୋଲି ଖେଳି ରାଜଧାନୀବାସୀ ବେଶ ଖୁସି ଥିବା ବେଳେ ରାତିରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଲିଫ୍ଟ ଦେବା ବାହାନାରେ ଜଣେ ଯୁବତୀଙ୍କୁ ଅଭିଯୁକ୍ତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ଯୁବତୀଙ୍କୁ ଏକ ନିଛାଟିଆ ସ୍ଥାନକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ରାଜଧାନୀର ମୈତ୍ରୀ ବିହାରରେ ଥିବା ଏକ ହୋଟେଲରେ ପୀଡ଼ିତା ଜଣକ କାମ କରିଥାନ୍ତି । ତେବେ ମଙ୍ଗଳବାର ରାତିରେ ସେ ନିଜ କାମ ସାରି ରାସ୍ତା କଡ଼ରେ ଜଣେ ବନ୍ଧୁଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ଆପଣା ଛାଏଁ ପୀଡ଼ିତାଙ୍କ ନିକଟକୁ ଆସିଥିଲା ଏବଂ ତାଙ୍କୁ ଲିଫ୍ଟ ଦେବା ଲାଗି କହିଥିଲା । ଯୁବତୀ ଯେଉଁ ସ୍ଥାନକୁ ଯିବାକୁ ଚାହୁଁଛନ୍ତି, ସେହି ସ୍ଥାନରେ ହିଁ ନେଇ ତାଙ୍କୁ ଛାଡ଼ିଦେବ ବୋଲି କହିଥିଲା । ଏହାପରେ ପୀଡ଼ିତାଙ୍କ ଜଣକ ଏହି ଅଜଣା ବ୍ୟକ୍ତି ତଥା ଅଭିଯୁକ୍ତ ଉପରେ ଭରସା କରି ତା' ଗାଡ଼ିରେ ବସିଥିଲେ ।

ଏହା ବି ପଢନ୍ତୁ-ଜ୍ବାଇଁଙ୍କୁ ପିଟିପିଟି ହତ୍ୟା କଲେ ଶ୍ବଶୂର ଘର ଲୋକେ, 5 ଅଟକ

ମାତ୍ର ଏହାପରେ ଅଭିଯୁକ୍ତ ଜଣକ ଯୁବତୀଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଥିଲା । ଏହାପରେ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକ ଜଣକ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଗାଡ଼କଣା ଉପରସାହିର ସତ୍ୟ ନାରାୟଣ ସାହୁ ବୋଲି ଜଣାପଡ଼ିଛି । ସତ୍ୟ ନାରାୟଣ ଯୁବତୀଙ୍କୁ ବଳ ପୂର୍ବକ ନିଛାଟିଆ ଜାଗାକୁ ଭିଡି ନେଇ ଦୁଷ୍କର୍ମ କରିବା ବେଳେ ଯୁବତୀ ଜଣକ ଚିତ୍କାର କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ନିର୍ଧୂମ ଛେଚିଥିଲେ ଆଉ ପିସିଆରକୁ ଡାକିଥିଲେ । ପରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଁଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା ।

ଯୁବତୀ ଜଣକ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀ ହୋଇଥିବା ବେଳେ ରେସ୍ତୋରାଁରୁ କାମ ସାରି ପ୍ରତିଦିନ ପରି ଘରକୁ ଫେରିଥାନ୍ତି । ମାତ୍ର ମଙ୍ଗଳବାର ଦିନ ଅଭିଯୁକ୍ତ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ମୈତ୍ରୀ ବିହାର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଯୁବତୀଙ୍କ ବୟାନ ରେକର୍ଡ ମଧ୍ୟ କରିଛି । ଆଇପିସିର ୬୧ ଧାରାରେ ବୟାନ ରେକର୍ଡ କରିଛି ପୋଲିସ । ଅନ୍ୟପଟେ ଦେଖିବାକୁ ଗଲେ ଯେଉଁ ଦିନ ଏହି ଘଟଣା ଘଟିଥିଲା ତାର ପର ଦିନ ସାରା ବିଶ୍ବ ପାଳିବାକୁ ଯାଉଥିଲା ଅନ୍ତର୍ଜାତୀୟ ମହିଳା ଦିବସ । ତଥାପି ରାଜଧାନୀରେ ମହିଳା ଅସୁରକ୍ଷିତ ରହିଥିବା ବେଳେ ଦୁଷ୍କର୍ମର ଶିକାର ହୋଇଛି । ଯାହାକୁ ସାଧାରଣରେ ବେଶ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.