ETV Bharat / state

ରାଜଧାନୀରେ ଗାଁ ସାଥୀ, ନଡ଼ା କାମୁଡି ଅଭିନବ ପ୍ରତିବାଦ

ରାଜରାସ୍ତାରେ ଗାଁ ସାଥୀ । ନଡ଼ା କାମୁଡିବା ସହ ଜଗନ୍ନାଥଙ୍କ ସମ୍ମୁଖରେ ଅଧିଆ ପଡ଼ି ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଗାଁ ସାଥୀ ସଂଘ । ଅଧିକ ପଢ଼ନ୍ତୁ

ନଡ଼ା କାମୁଡି ଅଭିନବ ପ୍ରତିବାଦ
ନଡ଼ା କାମୁଡି ଅଭିନବ ପ୍ରତିବାଦ
author img

By ETV Bharat Odisha Team

Published : Sep 25, 2023, 10:17 PM IST

ନଡ଼ା କାମୁଡି ଅଭିନବ ପ୍ରତିବାଦ

ଭୁବନେଶ୍ବର: ରାଜରାସ୍ତାରେ ଗାଁ ସାଥୀ । ନଡ଼ା କାମୁଡିବା ସହ ଜଗନ୍ନାଥଙ୍କ ସମ୍ମୁଖରେ ଅଧିଆ ପଡ଼ି ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଗାଁ ସାଥୀ ସଂଘ । ଏହି ପ୍ରତିବାଦରେ ଉଭୟ ମହିଳା ଓ ପୁରୁଷ ଗାଁ ସାଥୀମାନେ ସାମିଲ ହୋଇ ଭବନେଶ୍ବରରେ ଆନ୍ଦୋଳନ କରିଛନ୍ତି ।

ଗାଁ ସାଥୀ ସଂଘର ଅଭିଯୋଗ ମୁତାବକ, ସରକାର ସେମାନଙ୍କୁ ବାରମ୍ବାର ପ୍ରତିଶୃତି ଦେଇ ଆସୁଥିଲେ ମଧ୍ୟ କୌଣସି ନିଷ୍ପତ୍ତି ଫଳପ୍ରଦ ହେଉନାହିଁ । ତେବେ 2021 ମସିହାରେ ଆଲୋଚନା ପରେ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ସ୍ପଷ୍ଟ ହୋଇଥିଲା । କିନ୍ତୁ ଏହାରି ମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରୀ ଚିଠି ଓ ଗାଇଡ ଲାଇନକୁ ବ୍ଲକ ଓ ପଞ୍ଚାୟତସ୍ତରୀୟ ଅଧିକାରୀମାନେ ଅଣଦେଖା କରୁଛନ୍ତି । ଏନେଇ ବାରମ୍ବାର ସରକାରଙ୍କୁ ଅବଗତ କରାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ସାରା ରାଜ୍ୟରୁ ଗାଁ ସାଥୀମାନେ ଆସି ଭୁବନେଶ୍ୱରରେ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସଂଘର ସଭାପତି ଲକ୍ଷ୍ମୀଧର ବିଶ୍ଵାଳ ।

ଏହା ମଧ୍ୟ ପଢ଼ନ୍ତୁ...ଆନ୍ଦୋଳନରତ ଗାଁ ସାଥୀଙ୍କୁ ଭେଟିଲେ ସାଂସଦ ପ୍ରତାପ ଷଡଙ୍ଗୀ

ସେପଟେ ଗାଁ ସାଥୀର ଜଣେ ସଦସ୍ୟ ନୟନା ନାୟକ କହିଛନ୍ତି, "ଘରେ ଗୋଟେ ଦିବ୍ୟାଙ୍ଗ ପୁଅ । ତାକୁ ଛାଡ଼ିକି ଦାବି ପୂରଣ ପାଇଁ ରାଜ ରାସ୍ତାରେ ପଡ଼ିଛି । ଯେତେବେଳେ ପେଟ ପୋଡିଯାଏ । ଖାଇବା ପାଇଁ କିଛି ନଥାଏ ସେହି ସମୟରେ ଘାସ ଓ କୁଟା ଖାଇବାକୁ ପଡ଼ିବ । ଆବଶ୍ୟକ ପଡିଲେ ମାଟି ଖାଇବାକୁ ପ୍ରସ୍ତୁତ ଅଛୁ ।" ତେବେ ଗାଁ ସାଥୀ ସଂଘର ଦାବି ଗୁଡ଼ିକ ହେଲା, ରାଜ୍ୟ ସରକାରଙ୍କର ଗ୍ରାମୀଣ ବିକାଶର ବିଭିନ୍ନ ଯୋଜନାର ତଦାରଖ କରିବା ପାଇଁ ଗାଁ ସାଥୀମାନଙ୍କର (ମେଟ୍) ଜୀବନ ଜୀବିକାର ସୁରକ୍ଷା ପାଇଁ ପ୍ରତି ମାସରେ ଦଶ ହଜାର ଟଙ୍କାରୁ ଊର୍ଦ୍ଧ୍ବ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ । ଅନ୍ୟପଟେ ଗାଁ ସାଥୀମାନଙ୍କ(ମେଟ୍) ପ୍ରତି ପଞ୍ଚାୟତ ଓ ବ୍ଲକସ୍ତରରେ ହେଉଥିବା ସମସ୍ତ ଅବିଚାରକୁ ବନ୍ଦ କରିବା ଲାଗି ସ୍ଵତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରାଯାଉ । ତେବେ ଏହି ଦୁଇଟି ଦାବି ନେଇ ରାଜରାସ୍ତାରେ ଗାଁ ସାଥୀମାନେ ନଡ଼ା ଓ ଜଗନ୍ନାଥଙ୍କ ଫଟୋ ନିକଟରେ ଅଧିଆ ପଡ଼ି ଏକ ଅଭିନବ ପ୍ରତିବାଦ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୂରଣ ହେଲାନି ଦାବି, କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କଲେ ଗାଁ ସାଥୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.