ETV Bharat / state

ଅଭିନବ ଉପାୟରେ ପ୍ରତିବାଦ କଲେ ଗାଁ ସାଥି, ଦାବି ପୂରଣ ନହେଲେ ଆମରଣ ଅନଶନ ଚେତାବନୀ - ଦାବି ପୂରଣ ନହେଲେ ଆମରଣ ଅନଶନ ଚେତାବନୀ

ଅନ୍ଦୋଳନକୁ ଓହ୍ଲାଇଲେ ଗାଁ ସାଥି ସଂଘ । ରାଜଧାନୀର ରାଜରାସ୍ତାକୁ ଝାଡୁ ମାରି ଓ ଆଣ୍ଠେଇ ଆଣ୍ଠେଇ ଦଣ୍ଡବତ କରି ପ୍ରତିବାଦ କରିଛନ୍ତି ଗାଁ ସାଥି । ଅଧିକ ପଢନ୍ତୁ

ଅନ୍ଦୋଳନକୁ ଓହ୍ଲାଇଲେ ଗାଁ ସାଥି ସଂଘ
ଅନ୍ଦୋଳନକୁ ଓହ୍ଲାଇଲେ ଗାଁ ସାଥି ସଂଘ
author img

By ETV Bharat Odisha Team

Published : Sep 30, 2023, 10:10 PM IST

ଅନ୍ଦୋଳନକୁ ଓହ୍ଲାଇଲେ ଗାଁ ସାଥି ସଂଘ

ଭୁବନେଶ୍ବର: ଅଭିନବ ଉପାୟରେ ଧାରଣା ଦେଇଛନ୍ତି ଗାଁ ସାଥି । ରାଜଧାନୀର ରାଜରାସ୍ତାକୁ ଝାଡୁ ମାରି ଓ ଆଣ୍ଠେଇ ଆଣ୍ଠେଇ ଦଣ୍ଡବତ କରି ପ୍ରତିବାଦ କରିଛନ୍ତି ଗାଁ ସାଥି । ବିଭିନ୍ନ ଦାବିକୁ ନେଇ ଗାଁ ସାଥିମାନେ ଆଜି ଏଭଳି ଭିନ୍ନ ଢଙ୍ଗରେ ନିଜର ପ୍ରତିବାଦ ଜଣାଇ ଆମରଣ ଅନଶନ ମାଧ୍ୟମରେ ଲୋୟର ପିଏମଜିରେ ସରକାରଙ୍କୁ ନିଜର ଦାବି ଜଣାଇଛନ୍ତି । ୩୦ଟି ଜିଲ୍ଲାରୁ ଶତାଧିକ ଗାଁସାଥି ଏକାଠି ହୋଇ ସରକାରଙ୍କୁ ନିଜ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଦାବି କରିଛନ୍ତି ।

ଦାବି ଗୁଡ଼ିକ ହେଲା: ସମସ୍ତ ଗାଁ ସାଥୀଙ୍କୁ ସ୍ଥାୟୀ କରାଯାଇ ତାଲିମ ପ୍ରଦାନ କରାଯାଉ । ପ୍ରତିମାସରେ ୧୦୦୦୦/- ଦରମା ପ୍ରଦାନ କରାଯାଉ। ପ୍ରତ୍ୟେକ ଗାଁ ସାଥୀମାନଙ୍କର ଜିଲ୍ଲା ସ୍ତରୀୟ, ରାଜ୍ୟ ସ୍ତରୀୟରେ ଏକ ଡାଟା ବେଶ୍ କରି ସ୍ଵତନ୍ତ୍ର ପରିଚୟ ପ୍ରଦାନ କରାଯାଉ । ଗାଁ ସାଥୀଙ୍କ ମୃତ୍ୟୁଜନିତ ବିମା ରାଶି ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ କରାଯାଉ। ଦୀର୍ଘ ୧୪ ବର୍ଷ ହେଲା ନିଜର ଦାବି ପୂରଣ ପାଇଁ ସରକରାଙ୍କ ନିକଟରେ ଗୁହାରି କରୁଥିବା ଗାଁ ସାଥି ସଂଘ କହିଛି । ଦାବିକୁ ମାନିନେବା ବା ଗାଁ ସାଥୀଙ୍କ ସମସ୍ୟାର ସମାଧାନ କରିବାର ପ୍ରତିଶୃତି ଦେଇ ପାଳନ କରି ନାହାନ୍ତି ସରକାର । ସେଥିପାଇଁ ଏମିତି ନିଆରା ଢଙ୍ଗରେ ପ୍ରତିବାଦ କରୁଥିବା ଗାଁ ସଥି ସଂଘ କହିଛି ।

ଏହା ମଧ୍ୟ ପଢନ୍ତୁ...ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ, ଦାବି ପୂରଣ ନହେଲେ ଚୂଲିବନ୍ଦ ଚେତାବନୀ

ଗାଁ ସାଥି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ କହିଛନ୍ତି, ‘‘ଦୀର୍ଘ ୧୪ ବର୍ଷଧରି ବିଭାଗ ଠାରୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ ଆମର ଦାବି ଜଣାଇ ନିରାଶ ହୋଇଛୁ । ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ସରକାର ଗ୍ରହଣ କରୁ ନାହାନ୍ତି । ଏପରିକି ୨୦୨୧ରେ ପଞ୍ଚାୟତରାଜ ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଓ ସଚିବ ପ୍ରତିଶ୍ରୁତି ଦେଇଥିଲେ । ଦୁଇବର୍ଷ ବିତିଗଲାଣି ହେଲେ କେହି ଏ ଦିଗରେ ପଦଟିଏ ବି କହିନାହାନ୍ତି । ଏହାକୁ ନେଇ ଗାଁ ସାଥି ବେଶ ଭାଙ୍ଗି ପଡିଲେଣି । ତେଣୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଆଉ ଆମର ପରୀକ୍ଷା ନନେଇ ଆମ ଦାବି ପୂରଣ କରନ୍ତୁ । ନଚେତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ।’’

ଏହା ମଧ୍ୟ ପଢନ୍ତୁ.. ସଙ୍କଟରେ କୌଳିକ ବୃତ୍ତି, ବିିଭିନ୍ନ ଦାବି ନେଇ କୁମ୍ଭାର ମହାସଂଘର ଆନ୍ଦୋଳନ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.