ଖୋର୍ଦ୍ଧା : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ଗଞ୍ଜେଇ କାରବାର କରୁଥିବା ସମୟରେ ଟାଙ୍ଗୀ ଅବକାରୀ ବିଭାଗ ଜଣେ ମହିଳାଙ୍କୁ ଗିରଫ କରିଛି। ଏହାସହ ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ ଆଜି(ମଙ୍ଗଳବାର) ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଗଞ୍ଜେଇ କାରବାର ନେଇ ଖବର ପାଇଥିଲେ ।
ପରେ ଟାଙ୍ଗୀ ବ୍ଲକ ଅଧିନସ୍ତ ଝରିଆ ଗାଁର ନୂଆସାହି ଠାରେ ସଦଳ ବଳେ ଚଢ଼ାଉ କରିଥିଲେ। ସେହି ଚଢ଼ାଉରେ ଜଣେ ମହିଳାଙ୍କୁ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଗିରଫ କରାଯାଇଥିଲା । ଏହାସହ ତାଙ୍କ ନିକଟରୁ ୨ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ