ETV Bharat / state

ଗଲିବୟଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ, ରାସ୍ତାରେ ଖଣ୍ଡାରେ କାଟୁଥିଲେ ବାର୍ଥଡେ କେକ୍

author img

By

Published : Nov 28, 2022, 7:16 PM IST

ଗଲିବୟଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ରାସ୍ତାରେ ଖଣ୍ଡାରେ କାଟୁଥିଲେ ବାର୍ଥଡେ କେକ୍ । ସର୍ବସାଧରଣରେ ଆତଙ୍କ ମଚାଇ ବନ୍ଧା ହେଲେ ୪ଜଣ । ଅଧିକ ପଢ଼ନ୍ତୁ

ଗଲିବୟଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ, ରାସ୍ତାରେ ଖଣ୍ଡାରେ କାଟୁଥିଲେ ବାର୍ଥଡେ କେକ୍
ଗଲିବୟଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ, ରାସ୍ତାରେ ଖଣ୍ଡାରେ କାଟୁଥିଲେ ବାର୍ଥଡେ କେକ୍

ଭୁବନେଶ୍ବର : ଭୁବନେଶ୍ବର ନୟାପଲ୍ଲୀର ଗଲିବୟଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ । ରାସ୍ତାରେ ଜନ୍ମଦିନ ପାଳନ କରିବାସହ ଖଣ୍ଡାରେ କାଟୁଥିଲେ ବାର୍ଥଡେ କେକ୍ । ସର୍ବସାଧରଣରେ ଆତଙ୍କ ମଚାଇ ବନ୍ଧା ହେଲେ ୫ଜଣ । ଏମାନଙ୍କ ମଧ୍ୟରୁ ୪ଜଣ ସାବାଳକ ରହିଥିବା ବେଳେ ଜଣେ ନାବାଳକ ରହିଛି । ଏହି ସମସ୍ତ ଅସାମାଜିକ ଯୁବକ ଗତ ୨୪ତାରିଖରେ ନୟାପଲ୍ଲୀ ରାସ୍ତା ଉପରେ ବାର୍ଥ ଡେ ସେଲିବ୍ରେସନ କରୁଥିଲେ ।

ଦୁଇ ହାତ ଲମ୍ବର ଖଣ୍ଡାରେ ବାର୍ଥ ଡେ କେକ୍ କାଟି ଆତଙ୍କ ମଚାଇଥିଲେ । ଏପରିକି ୫ଜଣ ଯୁବକ ବାର୍ଥ ଡେ ସେଲିବ୍ରେସନ ବେଳେ ଅଶ୍ଳୀଳ ଭାଷା ସହ ଆତଙ୍କ ରଚିଥିଲେ । ଏନେଇ ନୟାପଲ୍ଲୀର ବେହେରା ବସ୍ତି ଓ କନ୍ଧବସ୍ତିରେ ଆତଙ୍କର ମାହୋଲ ଖେଳିଥିଲା । ଯାହାକୁ ବିରୋଧ କରିଥିଲେ ବେହେରା ବସ୍ତି ଯୁବକ । ସେହି ସମୟରେ ବାର୍ଥ ଡେ ସେଲିବ୍ରେସନ ସମୟର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଯୁବକମାନେ ଖଣ୍ଡାରେ କେକ କାଟୁଥିଲେ । ଏନେଇ ଗଣମାଧ୍ୟମରେ ଖବର ପରିବେଷଣ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଏହାମଧ୍ୟ ପଢ଼ନ୍ତୁ. ରାଜଧାନୀରେ ଗଲି ବଏ, ପୋଲିସ ପାଇଁ ବଢୁଛି ଟେନସନ !

ଏ ସମ୍ପର୍କରେ ଜୋନ-୫ ଏସିପି ସଞ୍ଜୀବ ଶତପଥୀ କହିଛନ୍ତି ''ଗତ ୨୪ ତାରିଖ ସନ୍ଧ୍ୟା ୭.୩୦ ମି.ରେ ନୟାପଲ୍ଲୀ ଏନ୍-୩ ବସ୍ତିରେ ଥିବା କିଛି ଯୁବକ ତାଙ୍କର ଜନ୍ମଦିନ ପାଳନ କରୁଥିଲେ । ସେଥିରେ ଯାହାର ଜନ୍ମଦିନ ଥିଲା ପଙ୍କଜ ରଣା କିଛି ସ୍ଥାନୀୟ ଯୁବକଙ୍କୁ ନେଇ କେକ କଟିଙ୍ଗର ଆସ୍ଥାନ ଜମାଇଥିଲେ । ତେବେ କେକଟିକୁ ଗୋଟେ ଖଣ୍ଡା ସାହାଯ୍ୟରେ କାଟିଥିଲେ ।

ଏହା ମଧ୍ୟ ପଢନ୍ତୁ: ମହଙ୍ଗା ପଡିଲା ଜନ୍ମଦିନ ସେଲିବ୍ରେସନ, ଖଣ୍ଡାରେ କେକ୍‌ କାଟିବାରୁ ଥାନାରେ ମାମଲା

ଏହାସହ ଏହି କେକ୍ କଟାଯିବାର ଭିଡିଓ କରି ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାପରେ ଏମାନଙ୍କର ଏହି ଭିଡିଓଟି ଭାଇରାଲ ହୋଇଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ । ଏହାପରେ ଗଲିବୟ ଓ ପ୍ରତିବାଦ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଚସା ହୋଇଥିଲା । ଏ ସଂକ୍ରାନ୍ତରେ ଆମେ ୫ଜଣଙ୍କୁ ଗିରଫ କରିଛୁ ।''

ଅପରାଧ ପରେ ଅପରାଧ ଘଟାଇ ଚାଲିଛନ୍ତି ଗଲିବୟ । କେତେବେଳେ ଗଳିରେ ଦାଦାଗିରି ତ ଆଉ କେତେବେଳେ ରାସ୍ତାରେ ଆତଙ୍କ ପୁଣି ଆଉ କେତେବେଳେ ହାତରେ ଖଣ୍ଡା ଧରି କେକ୍ କାଟୁଛନ୍ତି ଗଲିବୟ । ଏମାନଙ୍କ ନାଁରେ ଅଭିଯୋଗ ହେବା ସହ ଗଣମାଧ୍ୟମ 'ଇଟିଭି ଭାରତ'ରେ ଖବର ପ୍ରସାରଣ କରିବା ପରେ ତତ୍ପର ହୋଇ ଉଠିଥିଲା କମିଶନରେଟ ପୋଲିସ ।

ଏପରିକି କିଛି ଗଲିବୟଙ୍କ ଉପରେ କଡ଼ା ନଜର ରଖିଥିଲା କମିଶନରେଟ ପୋଲିସ । ଏହି ତଦନ୍ତ ସମୟରେ ଗଲିବୟଙ୍କ ଭିତରୁ ଦୁର୍ଦ୍ଦାନ୍ତ ଅପରାଧୀ ଶୁଭମ ନାୟକ ଓରଫ ପାପୁନି ନାୟକକୁ ଗିରଫ କରିଥିଲା । ଆଉ ଆଜି ବାକି ଗଲିବୟଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.