ETV Bharat / state

'Future Of Work'କୁ ନେଇ ସ୍ଵତନ୍ତ୍ର ପ୍ରଦର୍ଶନୀ, ସାମିଲ ହେଲେ 100ରୁ ଅଧିକ ପ୍ରଦର୍ଶନକାରୀ

author img

By

Published : Apr 23, 2023, 9:16 PM IST

G20 ସମ୍ମିଳନୀର ତୃତୀୟ ଶିକ୍ଷା କାର୍ଯ୍ୟକାରୀ ବୈଠକ ଅବସରରେ ଭବିଷ୍ୟତର କାର୍ଯ୍ୟପନ୍ଥାକୁ ନେଇ ସ୍ଵତନ୍ତ୍ର ପ୍ରଦର୍ଶନୀ । ସାମିଲ ହେଲେ 100ରୁ ଅଧିକ ପ୍ରଦର୍ଶନକାରୀ । ଅଧିକ ପଢ଼ନ୍ତୁ

G20 future of work exhibition
ତୃତୀୟ ଶିକ୍ଷା କାର୍ଯ୍ୟକାରୀ ବୈଠକ

ଭୁବନେଶ୍ବର: ରାଜଧାନୀରେ G20 ସମ୍ମିଳନୀର ତୃତୀୟ ଶିକ୍ଷା କାର୍ଯ୍ୟକାରୀ ପରିଷଦ ବୈଠକ ଆୟୋଜିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଶୁଭାରମ୍ଭ କରିଛନ୍ତି । ତୃତୀୟ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ଅବସରରେ ସ୍ଥାନୀୟ ସିଏସଆଇଆର ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ(ଆଇଏମଏମଟି) ପରିସରରେ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀ ପ୍ରଯୁକ୍ତି ନେତୃବର୍ଗ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଓ ଶିକ୍ଷାବିତମାନଙ୍କୁ କାର୍ଯ୍ୟର ଭବିଷ୍ୟତକୁ ନେଇ ସେମାନଙ୍କର ଦୃଷ୍ଟିକୋଣ ଓ ଦୂରଦୃଷ୍ଟିକୁ ପ୍ରଦର୍ଶିତ କରିବା ଲାଗି ସୁଯୋଗ ପ୍ରଦାନ କରିବ ।

ଏନଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ମେଟା, ୟୁନିସେଫ, ଏନସିଇଆରଟି ସମେତ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠାନ ଓ ସଂଗଠନ ମାନେ କାର୍ଯ୍ୟର ଭବିଷ୍ୟତ, ଆଧୁନିକ କାର୍ଯ୍ୟସ୍ଥଳୀରେ ନିରନ୍ତର ନବସୃଜନ, ଭବିଷ୍ୟତର ଦକ୍ଷତା ବିକାଶ ଏବଂ ଅଭିନବ ଡେଲିଭରୀ ମଡେଲ ଉପରେ ଆଧାରିତ ପ୍ରଯୁକ୍ତି ପ୍ରଦର୍ଶିତ ହୋଇଛି । ପ୍ରଦର୍ଶନୀ ସମୟରେ ଭାରତ ଏବଂ G20 ସଦସ୍ୟ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିଛନ୍ତି । କୃଷି, ପରିବହନ ଓ ସ୍ୱାସ୍ଥ୍ୟସେବା ଆଦି ୩ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟର ଭବିଷ୍ୟତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ମେଟାଭର୍ସ ଏଆର/ଭିଆର, ରିଭର୍ସ ଇଞ୍ଜିନିଅରିଂ ଏବଂ ସ୍ୱୟଂଚାଳିତ ଡିଜାଇନ ସମାଧାନ, ଡ୍ରୋନ ପ୍ରଯୁକ୍ତି, ଏଆର/ଭିଆର ଉପଯୋଗ କରି ଏଡ୍‌-ଟେକ୍‌ ସମାଧାନ, ଶିଳ୍ପ 4.0 କୌଶଳ, ଭର୍ଣ୍ଣାକୁଲର ଅଧ୍ୟୟନ ଆଧାରିତ ପ୍ରଯୁକ୍ତି ସମାଧାନ, ଭର୍ଚୁଆଲ ଇଣ୍ଟର୍ଣ୍ଣସିପ ସମାଧାନ, ଇମର୍ସିଭ ଟେକ ଅଧ୍ୟୟନ ସମାଧାନ, ସହାୟକ ପ୍ରଯୁକ୍ତି ନବସୃଜନର ଲାଇଭ୍‌ ଡେମୋ ସହିତ ଅନ୍ତର୍ଭୂକ୍ତିକରଣ ପାଇଁ ସହାୟକ ପ୍ରଯୁକ୍ତି ଓ ଟାକ୍ଟାଇଲ ଡିସପ୍ଲେ ଆଦି ମଧ୍ୟ ପ୍ରଦର୍ଶନୀରେ ସ୍ଥାନ ପାଇଛି ।

G20 ସମ୍ମିଳନୀର ତୃତୀୟ ଶିକ୍ଷା କାର୍ଯ୍ୟକାରୀ ପରିଷଦ ବୈଠକର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କୁ ଅଧିକ କୁଶଳୀ ଓ ଦକ୍ଷ କରିବା ଲକ୍ଷ୍ୟରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଓଡିଶା ଭଳି ରାଜ୍ୟରେ ଗୁଣାତ୍ମକ ମାନବ ସମ୍ପଦର ଅଭାବ ନାହିଁ । ଉପକୂଳ ଅଞ୍ଚଳରେ କିଭଳି ଭାବେ ଗ୍ଲୋବାଲ ସ୍କିଲ୍‌ ଇକୋ-ସିଷ୍ଟମରେ ସ୍ଥାନ ନିରୁପଣ କରାଯିବ, ସେନେଇ ମାନସ ମନ୍ଥନ ହେବ । ଆଗାମୀ ଦିନରେ କେବଳ ଡିଗ୍ରୀ ନୁହେ ଦକ୍ଷତା ହିଁ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ।

ଓଡିଶାରେ ଏଜୁକେସନ ୱାର୍କିଂ ଗ୍ରୁପର ତୃତୀୟ ବୈଠକ ଆରମ୍ଭ ହେବ । ତାହା ପୂର୍ବରୁ ବିଭିନ୍ନ ରାଜ୍ୟର ଅଧିକାରୀଙ୍କୁ ଏକାଠି କରାଯାଇଛି । ବିଶେଷ ଭାବରେ ଏଜୁକେସନ ୱାର୍କିଂ ଗ୍ରୁପରେ 4ଟି ପ୍ରମୁଖ ବିଷୟରେ ଚର୍ଚ୍ଚା କରିବାରେ ନିଷ୍ପତ୍ତି ହୋଇଛି । ଫାଉଣ୍ଡେସନ ଲିଟେରାସି, ଏଡୁଟେକ, ରିସର୍ଚ୍ଚ ଏବଂ ଭବିଷ୍ୟତ ସ୍କିଲ ସମ୍ପର୍କରେ ଆଲୋଚନା ହେବ । ଭୁବନେଶ୍ଵରରେ ତୃତୀୟ ଶିକ୍ଷା କାର୍ଯ୍ୟକାରୀ ପରିଷଦ ବୈଠକ ଅବସରରେ ବିଭିନ ପ୍ରକାରର ବିଷୟ ଉପରେ ଚର୍ଚ୍ଚା ଆଲୋଚନା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.