ETV Bharat / state

ପିଲାଙ୍କୁ ସ୍କୁଲ୍‌ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟ, ୧୨ରେ ପାଳିତ ହେବ ପୂର୍ଣ୍ଣ ଉପସ୍ଥାନ ଦିବସ - ପିଲାଙ୍କୁ ନିୟମିତ ସ୍କୁଲ ଆଣିବା ପ୍ରୟାସ

ଏପ୍ରିଲ ୧୨କୁ ପୂର୍ଣ୍ଣ ଉପସ୍ଥାନ ଦିବସ ଭାବେ ପାଳନ କରାଯିବ । ନୂଆ ଆଡମିଶନ ନେଇଥିବା ପିଲାଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରାଯିବ । ୬ରୁ ୧୪ ବର୍ଷ ପିଲାଙ୍କୁ ନିୟମିତ ସ୍କୁଲ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଅଧିକ ପଢ଼ନ୍ତୁ

Full Attendance Day to celebrated on April 12
ଏପ୍ରିଲ ୧୨ରେ ପୂର୍ଣ୍ଣ ଉପସ୍ଥାନ ଦିବସ ପାଳନ
author img

By

Published : Apr 3, 2023, 9:37 PM IST

Updated : Apr 3, 2023, 9:59 PM IST

ଭୁବନେଶ୍ବର: ଆଜିଠୁ ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭ ହୋଇଛି । ପିଲାମାନେ କିପରି ବିଦ୍ୟାଳୟକୁ ଆସିବେ, ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି । ମଙ୍ଗଳବାରଠାରୁ ସପ୍ତାହବ୍ୟାପୀ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷ‌ା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମଙ୍ଗଳବାର ଠାରୁ ପ୍ରବେଶ ଉତ୍ସବ ପାଳନ କରାଯିବ । ୬ରୁ ୧୪ ବର୍ଷ ବୟସର ଛାତ୍ରଛାତ୍ରୀ ଯେଉଁମାନେ ନୂଆ ନାମ ଲେଖାଇବାକୁ ଥିବେ, ପାଠପଢ଼ା ଅଧାରୁ ଛାଡ଼ିଥିବେ ବା ଆଦୌ ନାମ ଲେଖାଇନଥିବେ ସେମାନଙ୍କୁ ବିଦ୍ୟାଳୟ ଆଣିବା ଉଦ୍ଦେଶ୍ୟରେ ଏହି ପ୍ରବେଶ ଉତ୍ସବ ପାଳନ କରାଯିବ । ପ୍ରବେଶ ଉତ୍ସବ ସଚେତନତା କାର୍ଯ୍ୟକ୍ରମ ଏବଂ ନାମଲେଖା ଅଭିଯାନ ୧୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ବତୀ ଏସ୍ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

ସଚିବ ତାଙ୍କ ଚିଠିରେ କାର୍ଯ୍ୟସୂଚୀ ପ୍ରଦାନ କରି କହିଛନ୍ତି ଯେ, ୫ ତାରିଖରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଷ୍ଟାଣ୍ଡିଂ କମିଟି ସଦସ୍ୟ, ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ, ପିତାମାତା ସଂଘ, ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ, ଶିକ୍ଷାବିତ୍, ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟା, ଅଙ୍ଗନବାଡ଼ି କର୍ମୀଙ୍କ ସମେତ ପିଲାମାନଙ୍କୁ ନେଇ ଏକ ଶିକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ‌ ହେବ । ଏହି ଶୋଭାଯାତ୍ରାରେ ଶିକ୍ଷା ଅଧିକାର ନିୟମ, ୨୦୧୦ ଅନୁଯାୟୀ ଶିକ୍ଷା ବିଷୟରେ ଥିବା ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକୁ ସ୍ଲୋଗାନ, ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର କରାଯିବ ।

ଶୋଭାଯାତ୍ରା ପରେ ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇ ବିଭିନ୍ନ ସଂଗଠନ ବା ବ୍ୟକ୍ତିବିଶେଷ ବିଦ୍ୟାଳୟ ଆଖପାଖରେ ଥିବା ଗ୍ରାମ ବା ପଡ଼ା‌େ‌ର ଥିବା ୬ରୁ ୧୪ ବର୍ଷ ବୟସର ପିଲାଙ୍କର ତାଲିକା ପ୍ରସ୍ତୁତ କରିବେ । ଯେଉଁ ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ, ସେମାନେ ପିଲାମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କୁ ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଇବାକୁ ବୁଝାଇବେ। ୧୨ ତାରିଖକୁ ପୂର୍ଣ୍ଣ ଉପସ୍ଥାନ ଦିବସ ଭାବେ ପାଳନ କରାଯିବ । ସେହିଦିନ ନାମ ଲେଖାଇଥିବା ପିଲାଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ବାଗତ କରାଯିବ। ସେମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ବଣ୍ଟନ କରାଯିବ । ଏହି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଫଟୋଚିତ୍ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଠାଇବାକୁ କୁହାଯାଇଛି ।

ସପ୍ତାହବ୍ୟାପୀ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ପ୍ରତି ବିଦ୍ୟାଳୟ ପାଇଁ ୧ ହଜାର ଟଙ୍କା ବ୍ୟୟ କରାଯିବ। ସମଗ୍ର ଶିକ୍ଷା ଗୋଷ୍ଠୀ ସଞ୍ଚାଳନ ଉପବିଭାଗ ୨୦୨୩-୨୪ରୁ ଏହା ଭରଣା କରାଯିବ । ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଥିବା ଉପଲବ୍ଧ ଅର୍ଥରାଶିରୁ ଏଥିପାଇଁ ବ୍ୟୟ କରିବେ । ଯାହା ପରବର୍ତ୍ତୀ ଅନୁମୋଦିତ ଅର୍ଥରାଶି ବିଦ୍ୟାଳୟକୁ ପ୍ରଦାନ କରାଯିବ । ୩୧୪ ବ୍ଲକ୍ ଓ ୨ଟି ସହରାଞ୍ଚଳ ସାଧନ କେନ୍ଦ୍ରରେ ଶିକ୍ଷା ସଚେତନତା ରଥ ପରିଭ୍ରମଣ କରିବ । ଏଥିପାଇଁ ଆବଶ୍ୟକ ଅର୍ଥ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟରୁ ଖର୍ଚ୍ଚ କରାଯିବ । ଗୋଷ୍ଠୀ ସଞ୍ଚାଳନ ଉପବିଭାଗ ପାଇଁ ଉଦ୍ଦିଷ୍ଟ ଅର୍ଥରାଶି (ବିଦ୍ୟାଳୟ ପିଛା ୫୦୦ ଟଙ୍କା ହିସାବରେ) ୨୦୨୩-୨୪ ଆର୍ଥିକ ବର୍ଷରୁ ଭରଣା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 3, 2023, 9:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.